fbpx

ଯାହା ତୁର୍କୀ ସହିତ କରିଛି, ତାହା ଭାରତ ସହିତ କରି ପାରିଲା ନାହିଁ ଆମେରିକା: ରୁଷ

ନୂଆଦିଲ୍ଲୀ: ୟୁକ୍ରେନ ସହିତ ଯୁଦ୍ଧ କାରଣରୁ ରୁଷ ଅନେକ ପାଶ୍ଚାତ୍ୟ ଦେଶଗୁଡିକ ତରଫରୁ କଟକଣାର ସମ୍ମୁଖୀନ ହୋଇଛି। ଆମେରିକା କାରଣରୁ ଏସବୁ ଘଟୁଥିବାରୁ ରୁଷ ଆମେରିକାକୁ ସମାଲୋଚନା କରି ଚାଲିଛି। ପୁଣି ଥରେ ରୁଷ ଆମେରିକାକୁ ଟାର୍ଗେଟ୍ କରିଛି। ଭାରତକୁ ଏସ-୪୦୦ ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମର ଯୋଗାଣ ମାମଲାରେ ରୁଷ କହିଛି, ଆମେରିକା ତରଫରୁ ଭାରତକୁ କଟକଣାରେ କୋହଳ ଦେବା ଆମେରିକାର ଦୁର୍ବଳତା ସ୍ପଷ୍ଟ ବାରି ହୋଇ ପଡୁଛି।

କାଉଟରିଂ ଆମେରିକାଜ ଆଡଭସିରିଜ ଥ୍ରୁ ସେକ୍ସନ ଆକ୍ଟରେ ଭାରତକୁ ମିଳିଥିବା କୋହଳ ସଂଦର୍ଭରେ ରୁଷର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ରୁଷଠୁ ହତିଆର ନେବା ପାଇଁ ଆମେରିକା ତୁର୍କୀ ଉପରେ କଟକନା ଲଗାଇଥିଲା। ହେଲେ ଭାରତ ସହିତ ଏମିତି କରିପାରିନଥିଲା। ହୋଇପାରେ ଏଥିରେ ଆମେରିକାର ଦୁର୍ବଳତା ରହିଛି। ଭାରତ ପ୍ରତି କୋହଳ ଆଭିମୁଖ୍ୟ ଆପଣେଇବା ପାଇଁ ଆମେରିକା ବିବଶ ହୋଇଥିବା ରୁଷ ଅଧିକାରୀ କହିଛନ୍ତି।

ରୁଷର ଫେଡେରାଲ ସର୍ଭିସ୍ ଫର ମିଲିଟାରୀ ଟେକ୍ନିକାଲ କର୍ପୋରେସନର ପ୍ରମୁଖ ଅଧିକାରୀ ଦିମିତ୍ରି ସୁଗାଏଭ କହିଛନ୍ତି, ରୁଷ ଏବଂ ଭାରତ ମଧ୍ୟରେ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ଡିଲ୍ ହେଉଥିବା ବେଳେ ଆମେରିକା ଏହାକୁ କଟକଣାର ଉଲ୍ଲଂଘନ ବୋଲି କହୁଥିଲା। ଶେଷରେ ଏମିତି ହେଲା ଆମେରିକାର ସ୍ଵର ବଦଳିଗଲା। ଏଥିରେ ଆମେରିକାର ଦୁର୍ବଳତା ଜଣା ପଡୁଥିବା ଦମିତ୍ରୀ କହିଛନ୍ତି।

ରୁଷର ଅଧିକାରୀ କହିଛନ୍ତି, ରୁଷଠୁ ହତିଆର କିଣିବା ନେଇ ଆମେରିକା ପକ୍ଷରୁ ତୁର୍କୀ ଉପରେ କଟକଣା ଲଗାଯାଇଥିଲା। ହେଲେ ଭାରତ କ୍ଷେତ୍ରରେ ଆମେରିକାକୁ ମୁଣ୍ଡ ନୁଆଁବାକୁ ପଡିଛି। ଏହାକୁ ନେଇ ଆମେରିକାକୁ ରୁଷ କଡା ଶବ୍ଦରେ ଭର୍ତ୍ସନା କରିଛି।

Get real time updates directly on you device, subscribe now.