fbpx

ବିଜେପି ବିଧାୟକଙ୍କୁ କ’ଣ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୩ (ଓଡିଶା ଭାସ୍କର): ଗୋଟିଏ ପଟେ ବିଧାନସଭା ଅଚଳ ରହିଥିବା ବେଳେ ଅନ୍ୟପଟେ ବିଜେପି-ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ହାଇଡ୍ରାମା । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବିଜେପି ବିଧାୟକମାନେ ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ । ବିଜେଡି ବିଧାୟକମାନେ ମଧ୍ୟ ବିଜେପି ବିଧାୟକଙ୍କ ପଛେ ପଛେ ରାଲି କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାରଣା ସ୍ଥଳକୁ ଆସି ବିଜେପି ବିଧାୟକମାନଙ୍କୁ ନବୀନ ନୀବାସରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରାୟ ଅଧଘଣ୍ଟାଏ କାଳ ମୁଖ୍ୟମନ୍ତ୍ରୀ ବିଜେପି ବିଧାୟକଙ୍କ ସହିତ ଆଲୋଚନା କରିଥିଲେ । ଧାନ ଉଠାଇବା ଓ ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ବିଧାୟକମାନେ ଦାବି ରଖିଥିଲେ । ତେବେ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ବିଧାନସଭା ଗୃହକୁ ଆସିବେ ଓ ସବୁ ଧାନ କିଣାଯିବା ନେଇ ପଦକ୍ଷେପ ନିଆଯିବ । ଏଥିସହ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡକାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

Get real time updates directly on you device, subscribe now.