fbpx

ବର୍ଷାଦିନେ ବଜ୍ରପାତ ସମୟରେ କ’ଣ କରିବା ଉଚିତ୍ ? ଜାଣନ୍ତୁ

ବର୍ଷାଦିନେ ବଜ୍ରପାତ ବା ଘଡଘଡି ହେବା ଅତି ସ୍ୱାଭାବିକ ଅଟେ । ବଜ୍ରପାତର ବୈଦ୍ୟୁତିକ ଶକ୍ତି ଏକ ନିୟୁତ ଭୋଲଟରୁ ଅଧିକ ହୋଇପାରେ । ଏହିଦିନରେ ବିଲବାଡ଼ି କାମ ବହୁତ ହୋଇଥାଏ । ଚାଷୀମାନେ ବର୍ଷା ପାଣି ସମୟରେ ବିଲରେ ଥାନ୍ତି । ତେବେ ଏଭଳି ଖୋଲା ପଡ଼ିଆରେ ଅଧିକାଂଶ ସମୟ ଚାଷୀ ମାନେ ବଜ୍ରପାତର ସମ୍ମୁଖୀନ ହୋଇଥାନ୍ତି । ଏହାଛଡ଼ା ଆକସ୍ମିକ ବଜ୍ରପାତରେ ଅନେକ ଲୋକଙ୍କ ମାରିବା ଖବର ମଧ୍ୟ ପ୍ରତିଦିନ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି।

ବଜ୍ରପାତ ସମୟରେ କ’ଣ କରିବା ଆବଶ୍ୟକ ଆସନ୍ତୁ ଜାଣିବା.. ଯଦି ଆପଣ ଘରେ ଅଛନ୍ତି ତେବେ ସମସ୍ତ ବୈଦ୍ୟୁତିକ ଉପକରଣଗୁଡିକୁ ବନ୍ଦ କରିଦିଅନ୍ତି।

ଝରକା ବନ୍ଦ କରିଦିଅନ୍ତୁ । ଫୋନ୍ ଓ ମୋବାଇଲ୍ ଫୋନ୍ ର ବ୍ୟବହାର କରନ୍ତୁ ନାହିଁ ଅତି ଜରୁରୀ ହେଲେ ବି ନୁହେଁ।

ଲଗାତାର ବଜ୍ରପାତ ହେଉଥିଲେ କାନରେ ତୁଳା ଦିଅନ୍ତୁ । ବଜ୍ରପାତ ଯୋଗୁ ଖାଲି ମୃତ୍ୟୁହୁଏ ନାହିଁ । ବେଳେବେଳେ ଚେତାଶୂନ୍ୟ ଓ ଶ୍ରବଣଶକ୍ତି ଶୂନ୍ୟ ହେବାର ଆଶଙ୍କା ଅଛି ।

ଯଦି ବାହାରେ ଅଛନ୍ତି ତେବେ…

ଏହି ସମୟରେ କୌଣସି ନୀଚ୍ଚ ଜାଗାରେ ( ପାଣି ନ ଥିବା ଜାଗା) ଆଣ୍ଠେଇ କରି ହାତ ଓ ମୁଣ୍ଡ ଆଣ୍ଠୁ ପାଖରେ ରଖି ନଇଁ କରି ରୁହନ୍ତୁ ଯେପରି ଆପଣଙ୍କ ଶରୀରର ଖୁବ୍ କମ୍ ଅଂସ ଭୂମି ସଂସ୍ପର୍ଶରେ ଆସିବ ।

ବିଲବାଡିରେ କାମ କଲାବେଳେ କିମ୍ବା ଗହଳି ଜାଗାରେ ଥିଲେ ଅତିକମ୍ ରେ ୧୫ଫୁଟ୍ ବ୍ୟବଧୀନରେ ରୁହନ୍ତୁ କାରଣ ଓଦା ମାଟିରେ ୧୫ ଫୁଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତିର କୁପଭାବ ରହିପାରେ ।

ଗଛପାଖ ବିଦ୍ୟୁତ୍ ଖୁଣ୍ଟି କିମ୍ବା ଟ୍ରାନ୍ସଫର୍ମର ପାଖ, ବହୁତ ପାଣିଥିବା ସ୍ଥାନ କିମ୍ବା ଉଚ୍ଚାଜାଗା ବା ଉଚ୍ଚାକୋଠାରେ ମଧ୍ୟ ଆଶ୍ରୟ ନିଅନ୍ତୁ ନାହିଁ ।

କାରରେ ଯାଉଥିବା ସମୟରେ ସବୁ ୱିଣ୍ଡୋଗ୍ଲାସ ବନ୍ଦକରି ଯାତ୍ରା କରନ୍ତୁ। ଯଦି ପ୍ରବଳ ବର୍ଷାଯୋଗୁଁ ଆଗକୁ ଯାଇପାରୁନାହାନ୍ତି, ଖାଲାଜାଗାରେ ସବୁ ବନ୍ଦ କରି ଗାଡିରେ ବସି ରହନ୍ତି । ତେବେ ଚଳନ୍ତା ଗାଡିରେ ବଜ୍ରାପାତର ସମ୍ଭାବନା ବହୁତ କମ ହୋଇଥାଏ ।

Get real time updates directly on you device, subscribe now.