ଚାଣକ୍ୟ ନୀତିରୁ ଜାଣନ୍ତୁ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କେତେ ରହିବା ଉଚିତ୍

ଓଡ଼ିଶାଭାସ୍କର: ବାହାଘର ପ୍ରସ୍ତାବ ପଡିଲେ ପ୍ରଥମେ ପୁଅ-ଝିଅଙ୍କ ବୟସ ବୁଝାଯାଏ। ଝିଅ ପୁଅ ଠାରୁ କେତେ ବର୍ଷ ସାନ ସେଇ କଥା ପ୍ରଥମେ ନିଶ୍ଚିତ କରାଯାଏ। କିନ୍ତୁ ଆଜିର ଦିନରେ ପ୍ରେମ ବିବାହରେ ପ୍ରେମିକମାନେ ବୟସ ଦେଖୁ ନାହାନ୍ତି।

କିନ୍ତୁ ଆରେଞ୍ଜ ମ୍ୟାରେଜରେ ଏହି କଥା ଉପରେ ବିଶେଷ ଧ୍ୟାନ ଦିଆଯାଏ। ଏହାକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କେତେ ରହିଲେ ଭଲ। ଯାହାଦ୍ୱାରା ବୈବାହିକ ଜୀବନରେ ସର୍ବଦା ଖୁସି ରହିବ।

ବିବାହରେ ବୟସର ଅନ୍ତର: ବିବାହ ବୟସକୁ ନେଇ ଚାଣକ୍ୟ କହିଛନ୍ତି ଯେ, ସ୍ତ୍ରୀ ସ୍ୱାମୀଙ୍କଠାରୁ ଅତି କମରେ ୩ ରୁ ୫ ବର୍ଷ ସାନ ହେବା ଉଚିତ। ଯାହାଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସନ୍ତୁଳନ, ବୁଝାମଣା ଏବଂ ସମ୍ମାନ ବଜାୟ ରହିବ।

ଚାଣକ୍ୟ ନୀତିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ ସ୍ୱାମୀ ସ୍ତ୍ରୀଙ୍କଠାରୁ ବୟସରେ ବଡ଼ ହେବା ଉଚିତ। ଯାହାଦ୍ଵାରା ସେ ଅଭିଜ୍ଞତା, ଧୈର୍ଯ୍ୟ ଏବଂ ପରିପକ୍ୱତାର ସହିତ ପାରିବାରିକ ଜୀବନ ପରିଚାଳନା କରିପାରିବେ।

ଚାଣକ୍ୟଙ୍କ ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଉଭୟଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଅତ୍ୟଧିକ ହୁଏ, ତେବେ ଜୀବନରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ।

ବିବାହ ଅଧିକ ଦିନ ତିଷ୍ଠେ ନାହିଁ: ଏହାସହ ଚାଣକ୍ୟ କହିଛନ୍ତି ଯେ ଜଣେ ବୟସ୍କ ପୁରୁଷଙ୍କ ପାଇଁ କମ୍ ବୟସର ଝିଅକୁ ବିବାହ କରିବା ଆଦୌ ଉପଯୁକ୍ତ ନୁହେଁ କାରଣ ଏପରି ବିବାହ ଅଧିକ ଦିନ ତିଷ୍ଠେ ନାହିଁ।

ତେଣୁ ଚାଣକ୍ୟଙ୍କ ମତରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ୩ ରୁ ୫ ବର୍ଷର ବୟସର ପାର୍ଥକ୍ୟ ଉପଯୁକ୍ତ। ଏହି ପାର୍ଥକ୍ୟ ୫ ବର୍ଷରୁ ଅଧିକ କିମ୍ବା କମ୍ ହେବା ଉଚିତ୍ ନୁହେଁ।