fbpx

ଇଣ୍ଟରଭ୍ୟୁ ସମୟରେ କେଉଁ କଥାର ରଖିବେ ଧ୍ୟାନ : ବଢିଯିବ ଚାକିରି ମିଳିବାର ଗ୍ୟାରେଣ୍ଟି

ନୁଆଦିଲ୍ଲୀ : ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ବହୁ ପ୍ରତିଯୋଗିତାର ସାମ୍ନା କରିବାକୁ ପଡୁଥିବ । ଏମିତିରେ ପ୍ରଇଭ୍ଟେ ଚାକିରିରେ ନିଜ କ୍ୟାରିୟରର ବିକାଶ କରିବା ଏବଂ ଉନ୍ନତି କାରିବା ସହଜ ନୁହେଁ । ତେବେ ଜୀବନରେ ଅସୁବିଧା କେତେ ବି ଥାଉ, କିନ୍ତୁ ନିଜ କ୍ୟାରିୟରରେ ଆଗକୁ ସମସ୍ତେ ବଢିଥାନ୍ତି । ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆସନ୍ତୁ ଜାଣିବା ଇଣ୍ଟରଭ୍ୟୁର କିଛି ଟିପ୍ସ ।

ଚାକିରି ଇଣ୍ଟରଭ୍ୟୁ କିପରି ଦେବେ, ଇଣ୍ଟରଭ୍ୟୁରେ କଣ ପୋଷାକ ପିନ୍ଧି ଯିବେ, କେଉଁ କେଉଁ ପ୍ରଶ୍ନ ପ୍ରତି ସଜାଗ ରହିବେ ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ଇଣ୍ଟରନେଟରେ ମିଳିଯିବ । କିନ୍ତୁ ଚାକିରିର ଇଣ୍ଟରଭ୍ୟୁ ସମୟରେ କଣ କହିବା ଉଚିତ ନୁହେଁ ଆସନ୍ତୁ ଜାଣିବ।।

ଉଚ୍ଚପଦାଧିକାରୀ ବା କମ୍ପାନୀ ବିଷୟରେ ସର୍ବଦା ଭଲ କହିବା : ଇଣ୍ଟରଭ୍ୟୁ ସମୟରେ ବର୍ତ୍ତମାନର କମ୍ପାନୀ ଓ ଉଚ୍ଚପଦାଧିକାରୀ ବିଷୟରେ କୌଣସି ପ୍ରକାରର ନାକାରାତ୍ମକ କଥା କହିବା ନାହିଁ । ଯଦି ଆପଣ ଉପସ୍ଥିତ ଥିବା ଚାକିରିରେ ଚିନ୍ତିତ ଅଛନ୍ତି,ତେବେ ଭୁଲରେ ମଧ୍ୟ ଏହାର ଉଲ୍ଲେଖ କରନ୍ତୁ ନାହିଁ । ଇଣ୍ଟରଭ୍ୟୁରେ ସବୁ ବେଳେ ସକରାତ୍ମକ ରହିଲେ ସାମ୍ନାରେ ଥିବା ଲୋକଙ୍କ ଉପରେ ତାହା ଭଲ ପ୍ରଭାବ ପକାଇଥାଏ ।

ଇଣ୍ଟରଭ୍ୟୁରେ ପ୍ରତ୍ୟେକ କଥା ଧ୍ୟାନ ଦେଇ ଶୁଣନ୍ତୁ : ଆପଣ ସବୁ ବେଳେ ଇଣ୍ଟରଭ୍ୟୁ ସମୟରେ ଇଣ୍ଟରଭ୍ୟୁୟରର ସଂପୁର୍ଣ୍ଣ କଥାକୁ ଶୁଣନ୍ତୁ । ସେମାନଙ୍କ ପ୍ରଶ୍ନ ପୂରା ହେବା ଆଗରୁ ଉତ୍ତର ଦେବାର ଭୁଲ କରନ୍ତୁ ନାହିଁ । କାହିଁକି ନା ଏହା ଆପଣଙ୍କ ଇମ୍ପ୍ରେସନ ଉପରେ ଖରାପ ପ୍ରଭାବ ପକାଇଥାଏ ।

ନିଜର ପ୍ରଶଂସା କରନ୍ତୁ ନାହିଁ : ଇଣ୍ଟରଭ୍ୟୁ ସମୟରେ ନିଜର ପ୍ରଶଂସା କରନ୍ତୁ ନାହିଁ । ଯାହା ପ୍ରଶ୍ନ ପଚାରା ଯିବ କେବଳ ତାହାର ଉତ୍ତର ଦିଅନ୍ତୁ । ସଂପୂର୍ଣ୍ଣ ଇଣ୍ଟରଭ୍ୟୁରେ କେବଳ ନିଜର ଗୁଣଗାନ କରନ୍ତୁ ନାହିଁ ।

Get real time updates directly on you device, subscribe now.