fbpx

ବର୍ଷର ପ୍ରଥମ ଶନିବାରରେ କରନ୍ତୁ ଏହି ଉପାୟ; ଆପଣଙ୍କ ଉପରେ ପଡିବ ନାହିଁ ଶନିଦେବଙ୍କ କୋପ ଦୃଷ୍ଟି

Advertisement

ଆଜି ହେଇଛି ୨୦୨୩ ମସିହା ଜାନିଆରୀ ୭ ତାରିଖ, ଯାହାକି ଚଳିତ ବର୍ଷର ପ୍ରଥମ ଶନିବାର । ହିନ୍ଧୁ ପାଞ୍ଜି ଅନୁସାରେ ଆଜିଠାରୁ ମାଘମାସ ଆରମ୍ଭ ହେଇଯାଇଛି । ଯାହାକି ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ କରାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଦିନ ଏପରି କିଛି ଉପାୟ ଅଛି ସାହାକୁ କରିବା ଦ୍ୱାରା ଶନିଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିନଥାଏ । ଫଳରେ ଆପଣଙ୍କ ଜୀବନ ସୁଖମୟ ହୁଏ । କାରଣ କୁହାଯାଏ ଯେ ଶନିଙ୍କ ବକ୍ର ଦୃଷ୍ଟି ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଆଣିଦିଏ । ତେଣୁ ଶନିଙ୍କ କୋପ ଦୃଷ୍ଟି ମୁକ୍ତି ପାଇବାକୁ ହେଲେ ଏହି ଉପାୟ କରିନିଅନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ…

ଶନିବାର ଦିନ କରନ୍ତୁ ଏହିସବୁ ଉପାୟ:

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନ୍ୟାୟର ଦେବତା ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ଶନିବାର ଦିନ ତମ୍ବା ନୋଟାରେ କିଛି କଳା ରାଶି ପକାଇ ସେଥିରେ ଶୁଦ୍ଧ ଜଳ ପୂର୍ଣ୍ଣ କରି ଓସ୍ତଗଛମୂଳରେ ଅର୍ପଣ କରନ୍ତୁ । ଏହାପରେ ଏହି ଗଛ ଚାରିପଟେ ୭ ଥର ପରିକ୍ରମା କରନ୍ତୁ । ଏଥିସହିତ ସନ୍ଧ୍ୟାରେ ସେହି ଗଛ ମୂଳେ ସୋରିଷ ତେଲର ଦୀପ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଶନିଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିବ ନାହିଁ ।

– ଶନିବାର ଦିନ ସନ୍ଧ୍ୟାରେ କୌଣସି ଗରିବ ବ୍ୟକ୍ତିଙ୍କୁ ବିରି ଦାନ କରନ୍ତୁ । ଏତତ୍ ବ୍ୟତୀତ ବିରିକୁ ନଦୀ ସ୍ରୋତରେ ଭସାଇ ଦିଅନ୍ତୁ । ଶନିବାର ଦିନ ପେରି କରିବା ଦ୍ୱାରା ଆପଣଙ୍କ ଉପରେ ଶନି ତାଙ୍କର କୃପା ଦୃଷ୍ଟି ରଖନ୍ତି । ଫଳରେ ଆପଣଙ୍କ ଜୀବନରେ ଥିବା ସମସ୍ୟା ଦୂର ହେବା ସହ ସଫଳତା ମଧ୍ୟ ମିଳିଥାଏ ।

– ଶାସ୍ତ୍ର ଅନୁସାରେ ଶନିଙ୍କ କୋପରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଶନିବାର ଦିନ ସନ୍ଧ୍ୟାରେ ହନୁମାନ ଚାଳିଶାର ସୁନ୍ଦରକାଣ୍ଡ ଫଠ କରନ୍ତୁ । ଏଥିସହିତ ଘରେ ଗୋଗୁଳ ଧୂଆ ଦିଅନ୍ତୁ । ଏପରି କିରବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହ ଭଗବାନଙ୍କ କୃପା ପଡିଥାଏ । ଯାହାଫଳରେ ଘରେ ସୁଖ ଶାନ୍ତି ଲାଗି ରୁହେ ।

– ଶନିବାର ଦିନ କଳା ଗାଇ ଏବଂ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । ଫଳରେ ଜୀବନରେ ଜୀବନରେ ଆସିବାକୁ ଥିବା ସମସ୍ତ ସମସ୍ୟା ଦୂର ହେବ ।

– ଶାସ୍ତ୍ର ମତରେ ଶନିଙ୍କ କୃପା ଦୃଷ୍ଟି ପାଇବାରୁ ଚାହୁଁଥିଲେ ଶନିବାର ଦିନ ବିରି ଏବଂ ସୋରିଷ ତେଲ କୌଣସି ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ । କିନ୍ତୁ ଏହାକୁ ସେଇଗିନ ଅର୍ଥାତ୍ ଶନିବାର ଦିନ କିଣନ୍ତୁ ନାହିଁ । ନଚେତ୍ ଶନିଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିପାରେ ।

– ଶାସ୍ତ୍ର ଅନୁସାରେ ଶନିବାର ଦିନ ପୂର୍ବ କିମ୍ବା ଉତ୍ତର ଦିଗରେ ଯାତ୍ରା କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ଦେଖାଦେବର ସମ୍ଭାବନା ରହିଥାଏ ।

Get real time updates directly on you device, subscribe now.