fbpx

WhatsApp ଆଣିବାକୁ ଯାଉଛି କମାଲ ଫିଚର, ଏଣିକି ସହଜରେ ମିଳିଯିବ ପୁରୁଣା ଆବଶ୍ୟକୀୟ ଚାଟ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ସହ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ଆମ ପାଇଁ ଆବଶ୍ୟକୀୟ ହୋଇପଡିଛି । ହ୍ୱାଟ୍ସଆପ ଏକ ପପୁଲାର ସୋସିଆଲ ମିଡିଆ ପ୍ଲାଟଫର୍ମ ହୋଇସାରିଛି । ସାରା ଦୁନିଆରେ ହାରାହାରି ୩ ବିଲିୟନରୁ ଅଧିକ ସ୍ମାର୍ଟଫୋନ ୟୁଜର୍ସ ଚାଟିଙ୍ଗ ଏବଂ ଭଏସ କଲିଂ ପାଇଁ ହ୍ୱାଟ୍ସଆପର ବ୍ୟବହାର କରନ୍ତି । ନିଜର କୋଟି କୋଟି ୟୁଜର୍ସଙ୍କୁ କମ୍ପାନୀ ସମୟ ସମୟରେ ନୂଆ ଫିଚର ପ୍ରଦାନ କରିଥାଏ । ଏହାରି ମଧ୍ୟରେ ହ୍ୱାଟ୍ସଆପ ଖୁବ ଶିଘ୍ର ପ୍ଲାଟଫର୍ମକୁ ଏକ ନୂଆ ଫିଚର ଆଣିବାକୁ ଯାଉଛି ।

ହ୍ୱାଟ୍ସଆପ ମେଟା ଏଆଇରେ Voice Chat Modeର ଫିଚର ରୋଲ ଆଉଟ କରିବା ଆରମ୍ଭ କରିଛି, ବର୍ତ୍ତମାନ କମ୍ପାନୀ ଏକ ନୂଆ ଫିଚର ଦେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ହ୍ୱାଟ୍ସଆପ ୟୁଜର୍ସଙ୍କୁ ଏକ ନୂଆ ଫିଲ୍ଟର ଦେବାକୁ ଯାଉଛି । ଏହି ଫିଲ୍ଟର ୟୁଜର୍ସଙ୍କର ଅନେକ କାମକୁ ସହଜ କରିଦେବ । ଆସନ୍ତୁ ଆପନଙ୍କୁ ଏହି ଅପକମିଙ୍ଗ ଫିଚର ବିଷୟରେ ଡିଟେଲ୍ସରେ କହିବା ।

ଏହି ଫିଲ୍ଟର ଫିଚର ସାହାଯ୍ୟରେ ୟୁଜର୍ସ ହ୍ୱାଟ୍ସଆପ କନେକ୍ଟ ଏବଂ କୌଣସି ମଧ୍ୟ ଚାଟକୁ ସହଜରେ ସର୍ଚ୍ଚ କରିପାରିବେ । ଚାଟ ଫିଲ୍ଟର ୟୁଜର୍ସଙ୍କ ପୁରୁଣା ଚାଟକୁ ଖୋଜିବାରେ ସହଯୋଗ କରିବ । ଏହି ଫିଚର ଆସିବାପରେ ୟୁଜର୍ସଙ୍କୁ ବାରମ୍ବାର ଚାଟ ଲିଷ୍ଟକୁ ଯିବାକୁ ପଡିବ ନାହିଁ ।

Get real time updates directly on you device, subscribe now.