fbpx

ହ୍ୱାଟ୍ସଆପର ନୂଆ ଫିଚର; ଏମତି କରିପାରିବେ ଭଏସ୍ ରେକର୍ଡିଂ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଦୁଇଟି ନୂଆ ଫିଚର ଉପରେ କାମ କରୁଛି । ପ୍ରଥମ ହେଲା ଭଏସ ରେକର୍ଡିଂକୁ ପ୍ଲେ ଏବଂ ରିଜ୍ୟୁମ କରିବା ଏବଂ ଅନ୍ୟଟି ହେଉଛି ନିଜର ଲାଷ୍ଟ ସିନକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଖାଇପାରିବା । ବର୍ତ୍ତମାନ ଏହି ଫିଚର କିଛି ବିଟା ଟେଷ୍ଟର ୟୁଜର୍ସଙ୍କ ପାଇଁ ରୋଲ ଆଉଟ୍ ହୋଇଛି ।

ଭଏସ ରେକର୍ଡିଂର ନୂଆ ଫିଚରରେ ଆପଣ କୌଣସି ଭଏସ ନୋଟକୁ ପଜ୍ କରିପାରିବେ ଏବଂ ପଠାଇବା ପୂର୍ବରୁ ଏହାକୁ ରିଜ୍ୟମ କରିପାରିବେ । ବର୍ତ୍ତମାନ ସମୟରେ ୟୁଜର୍ସ କେବଳ ଥରକରେ ଗୋଟିଏ ଭଏସ ମେସେଜ ରେକର୍ଡ କରିପାରୁଛନ୍ତି ବା ପଠାଇପାରୁଛନ୍ତି ଏହି ଫିଚର ଆସିବା ପରେ ଗୋଟିଏ ଭଏସ ନୋଟକୁ ପଜ୍ କରିହେବ ଏବଂ ପୁଣି ସେଥିରେ ଭଏସ ରେକର୍ଡ କରିହେବ । ପଠାଇବା ପୂର୍ବରୁ ୟୁଜର୍ସ ନିଜ ଭଏସ ରେକର୍ଡିଂକୁ ଶୁଣିପାରିନଥାନ୍ତି ଏହି ଫିଚର ଦ୍ୱାରା ଏହା ସମ୍ଭବ ହୋଇପାରିବ । ତେବେ ନୂଆ ଭଏସ ରେକର୍ଡିଂ ଫିଚର୍ସ ବର୍ତ୍ତମାନ ଟେଷ୍ଟରଙ୍କ ପାଇଁ ଉପଲବ୍ଧ ଥିବାବେଳେ ଖୁବଶୀଘ୍ର ଏହା ସମସ୍ତଙ୍କ ପାଇଁ ରୋଲ ଆଉଟ ହେବ ।

ସେହିଭଳି ଲାଷ୍ଟ ସିନ୍ ଫିଚର ମଧ୍ୟ ବିଟା ଟେଷ୍ଟିଂରେ ରହିଛି । ଏହି ଫିଚର ଦ୍ୱାରା ୟୁଜର କିଛି ଲୋକଙ୍କୁ କିମ୍ବା ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତିଙ୍କୁ ନିଜର ଲାଷ୍ଟ ସିନ ଦେଖାଇପାରିବେ । ଖୁବଶୀଘ୍ର ଏହା ମଧ୍ୟ ସମସ୍ତଙ୍କ ପାଇଁ ରୋଲ ଆଉଟ୍ ହେବ ।

Get real time updates directly on you device, subscribe now.