fbpx

କେଉଁ ସମୟରେ ଝିଅମାନେ ଅଧିକ ରୋମାଣ୍ଟିକ ହୁଅନ୍ତି? ସର୍ଭେରୁ ଉତ୍ତର ଜାଣନ୍ତୁ

Advertisement

ଓଡିଶା ଭାସ୍କର: ଆଜିକାଲି ପ୍ରାୟ ପ୍ରେମ ଜନିତ ସମସ୍ତ ତଥ୍ୟ ଜାଣିବାକୁ ଯୁବପିଢୀ ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ କେଉଁ ବୟସରେ ଝିଅମାନେ ଅଧିକ ରୋମାଣ୍ଟିକ ହୁଅନ୍ତି, ତାହା ଅଧିକାଂଶ ପୁଅ ଜାଣିବାକୁ ଚାହାନ୍ତି। ବହୁ ସମୟରେ ଏନେଇ ଅନେକ ରିସର୍ଚ୍ଚ ମଧ୍ୟ ହୋଇଛି । ନିକଟରେ ଏକ ବିଦେଶୀ କମ୍ପାନୀ ଦ୍ୱାରା ଏହି ବିଷୟରେ ଏକ ସର୍ଭେ କରାଯାଇଥିଲା । ଅନଲାଇନ୍ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ବହୁ ମହିଳା ଭାଗ ନେଇଥିଲେ। ସର୍ଭେ ଦ୍ୱାରା ଜଣାପଡିଲା କି, ୨୭ରୁ ୩୩ ବର୍ଷ ବୟସ ମଧ୍ୟରେ ମହିଳାମାନେ ବହୁତ ରୋମାଣ୍ଟିକ୍ ହେବା ସହ ସେମାନେ ନିଜ ପାଇଁ ସାଥୀଟିଏ ଖୋଜିଥାନ୍ତି।

ଏହି ସର୍ଭେ ଦ୍ୱାରା ଏହି ବୟସର ମହିଳାମାନଙ୍କ ପସନ୍ଦ ବିଷୟରେ ବି ବର୍ଣ୍ଣନା କରାଯାଇଛି । ଅଧିକାଂଶ ମହିଳା ନିଜ ଜୀବନକୁ ମୁକ୍ତ ଭାବରେ ବଞ୍ଚିବାକୁ ଚାହୁଁଛନ୍ତି ବୋଲି ଜଣାପଡିଛି । ତେବେ ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ୨୭ ରୁ ୩୩ ବର୍ଷ ବୟସର ମହିଳା ବା ଯୁବତୀମାନେ ପ୍ରେମ କରିବାକୁ ଉପଯୁକ୍ତ। ହେଲେ ଏଥିରେ ଆଉ ଏକ ମତାମତକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି। କମ୍ ବୟସର ଝିଅ ଅର୍ଥାତ ୧୬-୧୮ ବୟସର ଝିଅ ବେଶୀ ରୋମାଣ୍ଟିକ ହୋଇଥାନ୍ତି। କିନ୍ତୁ ତାହା ପିଲାଳିଆମୀରେ ହିସାବ କରାଯାଏ। ଏହି ବୟସର ଝିଅମାନେ ଠିକ୍ ଭୁଲର ବିଚାର କରିପାରନ୍ତି ନାହିଁ। ତେଣୁ ସେମାନେ ପ୍ରେମ ବିଷୟରେ କିଛି ନ ଜାଣି ଭୁଲ ରାସ୍ତା ଆଡକୁ ପାଦ ଖସାଇଥାନ୍ତି।

 

Get real time updates directly on you device, subscribe now.