fbpx

ଖରାଦିନେ ଏସି କି’ ଶୀତଦିନେ ହିଟରର ନାହିଁ ଆବଶ୍ୟକ: ଜାଣନ୍ତୁ କେଉଁଠି ରହିଛି ଏହି ଘର

Advertisement

ଖରାଦିନେ ଗରମରୁ ରକ୍ଷା ପାଇଁ ଏସି ଏବଂ ଶୀତଦିନେ ରୁମ ହିଟରର ଆବଶ୍ୟକ ହୋଇଥାଏ । ଏଥିପାଇଁ ଆମେ ଘରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାଉ । ମାତ୍ର ଆମେ ଆଜି ଆପଣଙ୍କୁ ଏଭଳି ଏକ ଘର ବିଷୟରେ କହିବୁ, ଯେଉଁଠାରେ ଖରାଦିନେ ନା ଗରମ ଅନୁଭୂତ ହୁଏ, ନା ଶୀତଦିନେ ଥଣ୍ଡା ଲାଗେ । ଏଭଳି ଏକ ବିଚିତ୍ର ଘରେ ଖୁବ୍ ଖୁସିରେ ରହିପାରିବେ ଆପଣ ।

ଇରାନର କଣ୍ଡୋଭାନ୍ ଗାଁ:
ସବୁ ଗାଁରେ କିଛି ନା କିଛି ଅଜବ ପରମ୍ପରା ରହିଛି । ଯାହା ପାଇଁ ଗାଁଟି ବେଶ୍ ପ୍ରସିଦ୍ଧ ହୋଇଥାଏ । ଆଜି ଆମେ ଇରାନର କଣ୍ଡୋଭାନ୍ ଗାଁ ବିଷୟରେ କହିବୁ । ଏହି ଗାଁରେ ଥିବା ରହସ୍ୟ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଁର ଲୋକମାନେ ନିଜ ଘରକୁ ପକ୍ଷୀର କୁଡିଆ ଭଳି ପ୍ରସ୍ତୁତ କରିଥାନ୍ତି । ମାତ୍ର ଏହା କେଉଁ କାରଣରୁ ଏମାନେ କରିଥାନ୍ତି, ଆସନ୍ତୁ ଜାଣିବା ଏହାର ରହସ୍ୟ ସମ୍ବନ୍ଧରେ…

ଗରମଦିନେ ଥଣ୍ଡା ରହୁଥିବା ୭୦୦ବର୍ଷ ପୁରୁଣା ଘର
ଏହି ଗାଁରେ ଥିବା ଘର ଗୁଡିକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ବେଶ୍ ଆରାମଦାୟକ ଅଟେ । ଏହି ଗାଁରେ ଥିବା ଘର ଗୁଡିକ ପ୍ରାୟ ୭୦୦ ବର୍ଷ ପୁରୁଣା । ଏଠାରେ ଲୋକମାନେ ଖରାଦିନେ ଏସି କିମ୍ବା ଶୀତଦିନେ କୌଣସି ପ୍ରକାରର ହିଟର ବ୍ୟବହାର କରନ୍ତି ନାହିଁ ।

ଶତ୍ରୁଙ୍କ ଠାରୁ ଦିଏ ସୁରକ୍ଷା
ଏଠାରେ ବାସ କରୁଥିବା ଲୋକଙ୍କ କହିବା ଅନୁସାରେ, ମଙ୍ଗୋଲିୟଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷା ଦେବା ପାଇଁ ପୂର୍ବରୁ କଣ୍ଡୋଭାନବାସୀ ଏହାକୁ ନିର୍ମାଣ କରିଥିଲେ । ମଙ୍ଗୋଲିୟମାନେ ଆକ୍ରମଣ କରିବା ସମୟରେ କଣ୍ଡୋଭାନବାସୀ ଆଗ୍ନେୟଗିରି ପଥରରେ ଲୁଚି ରହିଥିବା ସ୍ଥାନକୁ ଖୋଳି ସେଠାରେ ରହୁଥିଲେ । ପରବର୍ତ୍ତୀ ସମୟରେ ନିଜର ସୁରକ୍ଷା ପାଇଁ ଏହି ସ୍ଥାନକୁ ନିଜର ସ୍ଥାୟୀ ବାସସ୍ଥାନ ବୋଲି ବାଛିନେଇଥିଲେ ।

Get real time updates directly on you device, subscribe now.