fbpx

ମୋଦୀ କ୍ୟାବିନେଟରେ କେଉଁ ୫ ଜଣ ମନ୍ତ୍ରୀ କରିଛନ୍ତି ହ୍ୟାଟ୍ରିକ୍, ଜାଣନ୍ତୁ କେବେ ସମ୍ଭାଳିଥିଲେ କେଉଁ ମନ୍ତ୍ରଣାଳୟ

Advertisement

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସମେତ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୩୬ ରାଜ୍ୟ ମନ୍ତ୍ରୀ ଏବଂ ୫ ଜଣ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ତେବେ ଏଥିମଧ୍ୟରୁ ୫ ଜଣ ସାଂସଦ ଏମିତି ବି ଅଛନ୍ତି ଯେଉଁମାନେ ମୋଦୀ କ୍ୟାବିନେଟରେ ହ୍ୟାଟ୍ରିକ ପୁରା କରିଛନ୍ତି ।

୧. ରାଜନାଥ ସିଂ: ରାଜନାଥ ସିଂଙ୍କୁ ତୃତୀୟ ଥର ପାଇଁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିଛି । ୨୦୧୪ ରେ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମୟରେ ରାଜନାଥ ସିଂଙ୍କୁ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା । ଏହାପରେ ୨୦୧୯ରେ ତାଙ୍କୁ ମୋଦୀ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିଥିଲା । ଚଳିତ କ୍ୟାବିନେଟରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିପରେ ବୋଲି ଆଶା କରାଯାଉଛି ।
୨. ନୀତିନ ଗଡ଼କରୀ: ରାଜନାଥ ସିଂଙ୍କ ପରେ ଦ୍ୱିତୀୟ ଚେହେରା ହେଉଛନ୍ତି ନୀତିନ ଗଡ଼କରୀ । ୨୦୧୪ ରେ ମୋଦୀ କ୍ୟାବିନେଟରେ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ମିଳିଥିଲା । ଦ୍ୱିତୀୟ ପାଳିରେ ବି ସମାନ ମନ୍ତ୍ରଣାଳୟ ପାଇଥିଲେ ଗଡ଼କରୀ । ଚଳିତ କ୍ୟାବିନେଟରେ ମଧ୍ୟ ତାଙ୍କୁ ସମାନ ମନ୍ତ୍ରଣାଳୟ ମିଳିବ ବୋଲି ଆଶା କରାଯାଉଛି ।

୩. ନିର୍ମଳା ସୀତାରମଣ: ନିର୍ମଳା ସୀତାରମଣ ବି କ୍ରମାଗତ ତୃତୀୟ ଥର ପାଇଁ ମୋଦୀ କ୍ୟାବିନେଟରେ ସ୍ଥାନ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ୨୦୧୪ ରେ ତାଙ୍କୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ମିଳିଥିବା ବେଳେ ୨୦୧୭ ରେ ତାଙ୍କୁ ରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମିଳିଥିଲା । ସେହିପରି ୨୦୧୯ ରେ ସେ ଅର୍ଥମନ୍ତ୍ରଣାଳୟ ଭାବେ ଦାୟିତ୍ୱ ତୁଲାଇଥିଲେ ।

୪. ପୀୟୁଷ ଗୋଏଲ: ମୋଦୀ କ୍ୟାବିନେଟରେ ହାଟ୍ରିକ ମାରିଥିବା ସାଂସଦଙ୍କ ତାଲିକାରେ ପୀୟୁଷ ଗୋଏଲ ଅନ୍ୟତମ । ୨୦୧୪ ରେ ପୀୟୁଷ କୋଇଲା ମନ୍ତ୍ରୀ ଓ ନୂତନ ଏବଂ ନବୀକରଣ ଶକ୍ତି ମନ୍ତ୍ରୀ(ସ୍ୱତନ୍ତ୍ର ପ୍ରଭାରୀ) ଭାବେ ନିଯୁକ୍ତ କରାଯାଇଥିଲା । ୨୦୧୬ ରେ ତାଙ୍କୁ ଖାଦ୍ୟ ମନ୍ତ୍ରଣାଳୟ ମିଳିଥିବା ବେଳେ ୨୦୧୯ ମସିହାରେ ତାଙ୍କୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ମିଳିଥିଲା । ଏହା ପରେ ତାଙ୍କୁ ଉପଭୋକ୍ତା ମାମଲା, ଫୁଡ ଆଣ୍ଡ ପୂର୍ବଲିସି ଡିଷ୍ଟ୍ରିବୁସନ ବ୍ୟତୀତ ବୟନ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା । ଚଳିତ ଥର ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ବି କେଉଁ ବିଭାଗ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।

୫. କିରନ ରିଜିଜୁ: ଦେଶର ଉତ୍ତର-ପୂର୍ବ ଅଂଚଳରୁ ଆସୁଥିବା କିରେନ ରିଜିଜୁ ବିଜେପିର ଜଣେ ବରିଷ୍ଠ ନେତା ଭାବେ ମୋଦୀ କ୍ୟାବିନେଟରେ କ୍ରମାଗତ ତୃତୀୟ ଥର ପାଇଁ ସ୍ଥାନ ପାଇଛନ୍ତି । ୨୦୧୪ ରେ ତାଙ୍କୁ ଗୃହ ରାଜ୍ୟମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ୨୦୧୯ ରେ ତାଙ୍କୁ ଅଳ୍ପସଂଖ୍ୟକ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ପଦ ମିଳିଥିଲା । ସେହିପରି ୨୦୨୧ ରେ ତାଙ୍କୁ ଆଇନ ମନ୍ତ୍ରଣାଳୟ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ‘ଲୁକ ଇଷ୍ଟ ପଲିସି ‘ ର ଜଣେ ଦୃଢ଼ ଲିଙ୍କ ଭାବେ ବିବେଚିତ କରାଯାଇଛି ।

 

 

 

 

 

 

 

 

 

 

Get real time updates directly on you device, subscribe now.