ମିଛ କହିଲେ ଗରମ ହୋଇଯାଏ ଶରୀରର ଏହି ଅଙ୍ଗ, ଜାଣନ୍ତୁ ଡିଟେଲ୍ସ

ଆମ ଶରୀରର ଏହି ଅଙ୍ଗ ମିଛ କଥା କହିଲେ ଗରମ ହୋଇଯାଏ, ଜାଣନ୍ତୁ କେଉଁ ଅଙ୍ଗ

ଓଡ଼ିଶା ଭାସ୍କର: ସାଧାରଣତଃ ଆମେ କେଉଁଠି ନା କେଉଁଠି କଥାବର୍ତ୍ତା ସମୟରେ ଅନ୍ୟକୁ ମିଛ କହିଥାଉ । ଏପରି ଲୋକେ ବି ଅଛନ୍ତି ଯେଉଁମାନେ ନିଜ ଦିନର ଆରମ୍ଭ ମିଛରୁ ହିଁ କରନ୍ତି । ସେମାନେ ସର୍ବଦା ମିଛ କଥା ହିଁ କହିଥାଆନ୍ତି ।

ହେଲେ ଆପଣ ଜାଣିଛନ୍ତି କି ଆମ ଶରୀରର ଏପରି ଏକ ଅଙ୍ଗ ଅଛି, ଯେବେ ଆମେ ମିଛ କଥା କହୁ ତାହା ଗରମ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଦୁନିଆରେ ଏପରି ଲୋକେ ବି ଅଛନ୍ତି, ଯେଉଁମାନେ ସଚ୍ଚୋଟ । କିନ୍ତୁ ସେମାନଙ୍କର ଏପରି ପରିସ୍ଥିତି ଆସେ, ସେମାନେ ମିଛ କହିବାକୁ ବାଧ୍ୟ ହୁଅନ୍ତି । ଅନେକ ଲୋକେ ଯେତେବେଳେ ମିଛ କୁହନ୍ତି, ସେମାନଙ୍କ ମୁହଁର ପ୍ରତିକ୍ରିୟା ବଦଳିଯାଇଥାଏ ।

ଏହି ଅଙ୍ଗ ଗରମ ହୋଇଯାଏ: ଯେତେବେଳେ ଆପଣ ମିଛ କହୁଛନ୍ତି, ସେତେବେଳେ ଆପଣଙ୍କ ନାକ ଗରମ ହୋଇଯାଇଥାଏ । ଏହା ବ୍ୟତୀତ ଆପଣ ମିଛ କୁହନ୍ତି ସେତେବେଳେ ଆଖିର ପଲକ ପଡିବାରେ ଲାଗେ । ଅନେକ ଥର ଆଖିର ରଙ୍ଗ ମଧ୍ୟ ବଦଳିଯାଇଥାଏ ।

କିଛି ଲୋକଙ୍କ ସହ ଏପରି ମଧ୍ୟ ହୋଇଥାଏ, ଯେତେବେଳେ ସେମାନେ ମିଛ କୁହନ୍ତି, ସେମାନେ ନାକକୁ କୁଣ୍ଡାଇଥାଆନ୍ତି । ଏହା ବ୍ୟତୀତ ଯେତେବେଳେ ଆପଣ ମିଛ କୁହନ୍ତି, ସେତେବେଳେ ଆପଣଙ୍କ କହିବାର ଶୈଳୀ ବଦଳିଯାଇଥାଏ ।

ଅନେକ ଥର ମିଥ୍ୟା କହିବା ବେଳେ ମଣିଷର ନାକ ବ୍ୟତୀତ କାନ ମଧ୍ୟ ଗରମ ହୋଇଯାଇଥାଏ । ଆଗକୁ ଯେତେବେଳେ ଆପଣ ମିଛ କହିବେ, ଏହି କଥା ଉପରେ ଧ୍ୟାନ ଦେବେ, ଏହା ଠିକ୍ ହେଉଛି ନା ଭୁଲ୍ ।