fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଉଁ ସୁରକ୍ଷା ମିଳିଥାଏ ? ଏହା ଅନ୍ୟ ଭିଆଇପି ସିକ୍ୟୁରିଟି ଠାରୁ କିପରି ଭିନ୍ନ

Advertisement

ନଆଦିଲ୍ଲୀ: ଭାରତରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ତଥା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସମେତ ଅନେକ ଅଭିନେତା ଏବଂ ଶିଳ୍ପପତିଙ୍କୁ ବିଭିନ୍ନ କ୍ୟାଟେଗୋରୀରେ ସୁରକ୍ଷା ପ୍ରଦାନ କରାଯାଇଥାଏ । ଆପଣ ଜାଣନ୍ତି କି ଏହି ସୁରକ୍ଷା କାହିଁକି ଓ କେଉଁ ଆଧାରରେ ଦିଆଯାଇଥାଏ ଏବଂ ଏହି ସୁରକ୍ଷାକୁ କିଏ ସ୍ଥିର କରିଥାଏ ? ତେବେ ଆସନ୍ତୁ ଜାଣିବା ଏ ବିଷୟରେ ।

ଦେଶରେ ମୋଟ୍ ୬ଟି କ୍ୟାଟେଗୋରୀର ସୁରକ୍ଷା ବ୍ୟବସ୍ଥା ରହିଛି ଯଥା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌, Z+(ଉଚ୍ଚତମ ସ୍ତର), Z ସିକ୍ୟୁରିଟି, Y+ ସିକ୍ୟୁରିଟି, Y ସିକ୍ୟୁରିଟି ଏବଂ X ସିକ୍ୟୁରିଟି । ଜଣେ ଭିଆଇପିକୁ ଏହି ସବୁ ସୁବିଧା ପାଇବା ପାଇଁ ହେଲେ ନିକଟସ୍ଥ ପୋଲିସ ଷ୍ଟେସନରେ ଏକ ଆବେଦନ କରିବାକୁ ପଡ଼ିଥାଏ । ଏହା ପରେ ଉକ୍ତ ବ୍ୟକ୍ତି ଉପରେ ଥିବା ବିପଦ ବିଷୟରେ ଜାଣିବା ପାଇଁ ଏହି ମାମଲାକୁ ଗୁପ୍ତଚର ଏଜେନ୍ସୀ ନିକଟକୁ ପଠାଯାଇଥାଏ । ବିପଦଟି ନିଶ୍ଚିତ ହେବା ପରେ ରାଜ୍ୟର ଗୃହ ସଚିବ, ଡିରେକ୍ଟର ଜେନେରାଲ ଏବଂ ମୁଖ୍ୟ ସଚିବଙ୍କ ଏକ କମିଟି ଏହା ନିଷ୍ପତ୍ତି ନେଇଥାଏ ଯେ ଉକ୍ତ ବ୍ୟକ୍ତିଙ୍କୁ କେଉଁ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯିବ । ଏହା ପରେ ବ୍ୟକ୍ତିର ବିବରଣୀ ଆନୁଷ୍ଠାନିକ ଅନୁମୋଦନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦିଆଯାଏ ।
ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(SPG) ହେଉଛି ଭାରତ ସରକାରଙ୍କ ଏକ ଏଜେନ୍ସୀ ଯାହାର ଦାୟିତ୍ୱ ଦେଶର ପ୍ରଧାନମନ୍ତ୍ରୀ ଏବଂ କିଛି ମାମଲାରେ ସେମାନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବା । ୧୯୮୮ ମସିହାରେ ଭାରତ ସଂସଦର ଏକ ଅଧିନୀୟମ ଦ୍ୱାରା ଏହା ଗଠିତ ହୋଇଥିଲା । SPG ଭାରତ ତଥା ବିଦେଶରେ ସବୁ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରଦାନ କରିଥାଏ । ଏହା ସହ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ପରିବାର ସଦସ୍ୟଙ୍କ ସୁରକ୍ଷା ପ୍ରଦାନ କରିଥାଏ । SPG ସୁରକ୍ଷାରେ ପ୍ରତିଦିନ ୧.୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ଡିଜିପି ଏବଂ ମୁଖ୍ୟ ସଚିବଙ୍କୁ ପୂର୍ବରୁ ସୂଚନା ଦିଆଯାଇଥାଏ । ସିକ୍ୟୁରିଟି ପ୍ଲାନକୁ ନେଇ ଏସଏସପି ଏବଂ ଡିଏମ୍‌ଙ୍କୁ ସୂଚନା ଦିଆଯାଇଥାଏ । କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତି ପାଇଁ କଣ୍ଟିନଜେନ୍ସି ପ୍ଲାନ୍ ମଧ୍ୟ ପ୍ରସ୍ତୁତ ରହିଥାଏ । SPG ସୁରକ୍ଷାରେ ସୈନିକଙ୍କ ସଂଖ୍ୟା ନିଶ୍ଚିତ ନଥାଏ । ତେବେ ୪ଟି ସ୍ତରରେ SPG କମାଣ୍ଡୋଜ୍ ସୁରକ୍ଷା ପ୍ରଦାନ କରିଥାନ୍ତି । ପ୍ରଥମ ସ୍ତରରେ SPGର ୨୪ ଜଣ କମାଣ୍ଡୋ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ଥାନ୍ତି । କମାଣ୍ଡୋଙ୍କ ପାଖରେ FNF-2000 ଅସାଲ୍ଟ ରାଇଫେଲ ସହ ସେମି ଅଟୋମେଟିକ୍ ପିସ୍ତଲ ଏବଂ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥାଏ । ପ୍ରଧାନମନ୍ତ୍ରୀ ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଯାତ୍ରା କରିଥାନ୍ତି । ତାଙ୍କ କାରକେଡରେ ୨ଟି ସଶସ୍ତ୍ର ଯାନବାହନ, ୯ଟି ହାଇପ୍ରୋଫାଇଲ ଗାଡ଼, ଆମ୍ବୁଲାନ୍ସ ଏବଂ ଜାମର ସହ ଏକ ଡମି ଗାଡ଼ି ମଧ୍ୟ ରହିଥାଏ । ଏହି କାରକେଡରେ ପ୍ରାୟ ୧୦୦ ଜଣ ଜବାନ ସାମିଲ ଥାନ୍ତି ।

Get real time updates directly on you device, subscribe now.