fbpx

ମଦ ଉପରେ କେଉଁ ରାଜ୍ୟ କରୁଛି ସବୁଠୁ ଅଧିକ ଖର୍ଚ୍ଚ; ସାମ୍ନାକୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ସାରା ଦେଶରେ ମଦର ସେବନ ବହୁମାତ୍ରା ହେଉଛି। ବିହାର, ଗୁଜରାଟ ଭଳି କିଛି ରାଜ୍ୟରେ ମଦ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାପରେ ମଧ୍ୟ ଏହି ରାଜ୍ୟରେ ଲୋକ ଅବୈଧ ଉପରେ ସପ୍ଲାଏ କରାଯାଉଥିବା ମଦକୁ ସେବନ କରୁଛନ୍ତି। ଏଠାରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, କେଉଁ ରାଜ୍ୟରେ ସବୁଠାରୁ ଅଧିକ ସେବନ କରାଯାଉଛି। ଉତ୍ତର ଏବଂ ଦକ୍ଷିଣ ଭାରତର ଲୋକେ ମଦ କିଣିବା ଉପରେ ଅଧିକ ଖର୍ଚ୍ଚ କରୁଛନ୍ତି। ଏକ ନୂଆ ଷ୍ଟଡିରେ ଏହାର ଖୁଲାସା ହୋଇଛି। ଆସନ୍ତୁ ଜାଣିବା କେଉଁ ରାଜ୍ୟର ଲୋକେ ସବୁଠାରୁ ଅଧିକ ପିଉଛନ୍ତି।

ଅର୍ଥ ମନ୍ତ୍ରାଳୟ ଅନୁଯାୟୀ, ଏକ ଅଟୋନୋମୋସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ନେସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି ଏକ ଅଧ୍ୟୟନ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଦୁଇ ରାଜ୍ୟ ଅଛନ୍ତି, ଯେଉଁଠାରେ ଦେଶର କୌଣସି ରାଜ୍ୟର ତୁଳନାରେ ଲୋକେ ମଦ ଉପରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏନଏସଏସଓର ଡାଟା ମୁତାବକ, ୨୦୧୧-୧୨ରେ ମଧ୍ୟ ଆନ୍ଧ୍ରପ୍ରଦେଶ ୬୨୦ ଟଙ୍କା ସହ ମଦ ଉପରେ ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଥିଲା।

‘ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମୀ’ର ଉପଭୋକ୍ତା ପିରାମିଡ ଘରୋଇ ସର୍ଭେ ରୁ ଜଣାପଡୁଛି ଯେ, ତେଲେଙ୍ଗାନାରେ ସବୁଠାରୁ ଅଧିକ ମଦ ଉପରେ ଖର୍ଚ୍ଚ କରାଯାଉଛି। ଏହାର ଡାଟା ମୁତାବକ, ତେଲେଙ୍ଗାନାରେ ଏକ ପରିବାର ମଦ କିଣିବା ଉପରେ ୧୬୨୩ ଟଙ୍କା ଖର୍ଚ୍ଚ କରୁଛି। ସେହିପରି ଯଦି ସବୁଠାରୁ କମ ମଦ ଖର୍ଚ୍ଚ କରୁଥିବା ରାଜ୍ୟର କଥା କହିବା ତେବେ ତାହା ଉତ୍ତରପ୍ରଦେଶ ଅଟେ, ଯେଉଁଠାରେ ଏନଏସଏସଓ ଏବଂ ସିଏମଆଇଇର ଡାଟା ମୁତାବକ କ୍ରମଶଃ ୭୫ ଟଙ୍କା ଏବଂ ୪୯ ଟଙ୍କା ଖର୍ଚ୍ଚ କରାଯାଉଛି।

ସିଏମଆଇଇର ଡାଟା ମୁତାବକ, ୨୦୨୨-୨୩ ରେ ଥିବା ମୂଲ୍ୟରେ ମଦ ଉପରେ ଅଧିକ ଖର୍ଚ୍ଚ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନା ପ୍ରଥମ ସ୍ଥାନ ଅଧିକାର କରିଛି। ଏହାପରେ ଆନ୍ଧ୍ରପ୍ରଦେଶ(୧୩୦୬ ଟଙ୍କା), ଛତିଶଗଡ଼(୧୨୨୭ ଟଙ୍କା), ପଞ୍ଜାବ(୧୨୪୫ ଟଙ୍କା), ଏବଂ ଓଡ଼ିଶା(୧୧୫୬ ଟଙ୍କା)ର ନମ୍ବର ଆସୁଛି। ଏହାପରେ ତାମିଲନାଡୁ(୮୪୧), ହରିୟାଣା(୮୧୨ ଟଙ୍କା), ଝାଡଖଣ୍ଡ (୬୨୪), ଗୋଆ(୪୪୫) ଏବଂ କେରଳ (୩୭୯) ମଧ୍ୟ ମଦ ଉପରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ରାଜ୍ୟରେ ଟପ ୧୦ରେ ସାମିଲ।

Get real time updates directly on you device, subscribe now.