ଖଇରପୁଟ, (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲା ସଦର ମହକୁମାରେ କିଛି ଆଦିବାସୀ ଅଞ୍ଚଳରେ ବିରଳ ପେଚାକୁ ଆଦିବାସୀମାନେ ପୂଜା କରୁଥିବା ଦେଖିବାକୁ ମିଳିଛି । ଉଡୁପା ପଞ୍ଚାୟତର ଆକୁର ଅଞ୍ଚଳରେ ଏକ ଧଳା ବିରଳ ପେଚାକୁ ଉଦ୍ଧାର କରାଯାଇଛି । ଆଦିବାସୀମାନେ ଧଳା ବିରଳ ପେଚାକୁ ପୂଜା କରୁଛନ୍ତି । ଆଦିବାସୀଙ୍କ ଇଷ୍ଟ ଦେବତା ମା’ ଲକ୍ଷ୍ମୀଙ୍କ ବାହନ ହୋଇଥିବାରୁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଦ୍ୱାରା ଧନ ସମ୍ପତ୍ତି ଲାଭ ହେବ ବୋଲି ଆଦିବାସୀଙ୍କ ବିଶ୍ୱାସ । ଏଭଳି ବିରଳ ଧଳା ପେଚାକୁ ସେମାନେ ଜଙ୍ଗଲରୁ ଆଣି ନିଜ ଘରେ ରଖି ପୂଜାର୍ଚ୍ଚନା କରୁଛନ୍ତି ।