ଏୟାର ଇଣ୍ଡିଆ ବିମାନ ଉଡ଼ାଉଥିବା ପାଇଲଟ୍‌ ସୁମିତ୍‌ ସବରଓ୍ବାଲ କିଏ? କ’ଣ ଥିଲା ତାଙ୍କ ଅଭିଜ୍ଞତା… 

ଅହମ୍ମଦାବାଦ,୧୨ା୬: ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନର ପାଇଲଟଙ୍କ ନାମ କ୍ୟାପ୍ଟେନ ସୁମିତ ସବରଓ୍ବାଲ। ୍‌

 

ଦୁର୍ଘଟଣାଗ୍ରସ୍ତ ବିମାନଟି କ୍ୟାପ୍ଟେନ ସୁମିତ ସବରଓ୍ବାଲ ବିମାନ ଚଳାଉଥିଳେ। ସେ ୮୨୦୦ ଘଣ୍ଟା ଅଭିଜ୍ଞତା ସହିତ ଜଣେ LTC। ସହ-ପାଇଲଟଙ୍କ ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିଲା। TC ଅନୁଯାୟୀ, ବିମାନଟି ଅହମ୍ମଦାବାଦରୁ ରନଓ୍ବେ ୨୩ରୁ ୧୩୩୯ IST (୦୮୦୯ UTC) ରେ ଉଡ଼ାଣ କରିଥିଲା। ରନଓ୍ବେ ୨୩ରୁ ଉଡ଼ାଣ ଆରମ୍ଭ କରିବା ପରେ ତୁରନ୍ତ ବିମାନଟି ବିମାନବନ୍ଦର ପରିଧି ବାହାରେ ତଳେ ପଡ଼ିଗଲା। ଦୁର୍ଘଟଣାସ୍ଥଳରୁ ପ୍ରବଳ କଳା ଧୂଆଁ ବାହାରୁଥିବା ଦେଖାଯାଇଥିଲା।

 

ଗୁରୁବାର ଅପରାହ୍ନରେ ଏହି ବିମାନଟି ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୪୨ ଜଣ ଯାତ୍ରୀ ଥିଲେ। ପୋଲିସ ଏହି ସୂଚନା ଦେଇଛି। ଅଗ୍ନିଶମ ଅଧିକାରୀ ଜୟେଶ ଖାଡିଆ କହିଛନ୍ତି,  ବିମାନଟି ଖସିପଡ଼ିବା ପରେ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ଗାଡ଼ି ପଠାଯାଇଛି।

 

ଏହି ବିମାନଟି ଲଣ୍ଡନ ଯାଉଥିଲା। ଦୁର୍ଘଟଣାରେ ଅନେକ ଲୋକ ଆହତ ହେବାର ଆଶଙ୍କା କରାଯାଉଛି। ଅହମ୍ମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ‘ବିମାନବନ୍ଦର ନିକଟବର୍ତ୍ତୀ ମେଘାନୀ ନଗରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।’

 

ଆହମ୍ମଦାବାଦର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଚାଲିଛି। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେବା ପାଇଁ ଏକ ଗ୍ରୀନ କରିଡର କରାଯାଉଛି। ଅନ୍ୟପକ୍ଷରେ ଆଜି ଦିଲ୍ଲୀରୁ ଅହମ୍ମଦାବାଦକୁ ୪ଟି ଇଣ୍ଡିଗୋ ଏବଂ ୫ଟି ଏୟାର ଇଣ୍ଡିଆ ବିମାନ ବାତିଲ କରାଯାଇଛି।