ମସଜିଦରୁ ଭିତରୁ ମିଳିଲା ଘୁଷୁରୀ ମାଂସ ଭର୍ତ୍ତି ପ୍ୟାକେଟ, ଜାଣନ୍ତୁ ପୁରା ଘଟଣା

ମସଜିଦ ଭିତରୁ ମିଳିଲା ଘୁଷୁରୀ ମାଂସର ପ୍ୟାକେଟ

ଆସାମ: ମସଜିଦ ଭିତରୁ ମିଳିଲା ଘୁଷୁରୀ ମାଂସର ପ୍ୟାକେଟ। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଆସାମର ଗୌହାଟୀରେ।

ଦୁଇ ଦିନ ପୂର୍ବେ ଏଠାରେ କେହି ଜଣେ ଏକ ପ୍ୟାକେଟ ଏବଂ ଏକ ଚିଠି ଫିଙ୍ଗି ଦେଇଥିଲେ। ପ୍ୟାକେଟ ଭିତରେ ଘୁଷୁରୀ ମାଂସ ଥିଲା। ଚିଠିଟି ଖୋଲିବା ପରେ ସେଥିରେ ଜଣେ ଝିଅର ନାମ ଏବଂ ଫୋନ୍ ନମ୍ବର ଲେଖାଯାଇଥିଲା।

ପୋଲିସ ଝିଅଟିକୁ ପଚରାଉଚରା କରିବା ପରେ ସେ କହିଲା ଯେ ଏହା ତାଙ୍କର ହାତଲେଖା ନୁହେଁ। ତା’ପରେ ପୋଲିସ ସିସିଟିଭି ଫୁଟେଜ୍ ଦେଖି ଜାଣିଲା ଯେ ଏପରି କାମ ଜଣେ ଯୁବକ କରିଛି। ତାକୁ ତୁରନ୍ତ ଗିରଫ କରାଯାଇଥିଲା। ପ୍ରଥମେ ଯୁବକ ଜଣକ ପୋଲିସକୁ ମିଛ କହିଲା।

ତା’ପରେ ପୁଣି ସେହି ଝିଅଟିକୁ ପୋଲିସ ଷ୍ଟେସନକୁ ଡକାଯାଇଥିଲା। ପଚରା ପଚରି ପରେ ଏହି ମାମଲାରେ ଏପରି ଏକ ଖୁଲାସା ହୋଇଥିଲା, ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଝିଅଟି କହିଲା ଯେ, ପୁଅଟି ତାକୁ ବହୁତ ଥର ପ୍ରେମ ପ୍ରସ୍ତାବ ଦେଇଥିଲା। କିନ୍ତୁ ଝିଅଟି ପ୍ରତିଥର ତା’ର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ତା’ପରେ ଝିଅଟି କହିଲା ଯେ ପୁଅଟି କେବଳ ତାକୁ ବଦନାମ କରିବା ପାଇଁ ଏପରି କରିଥିଲା। ବର୍ତ୍ତମାନ ପୁଅଟି ପୋଲିସ ହେପାଜତରେ ଅଛି। ତା’ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।