fbpx

କିଏ ହେବ ଇରାନର ସୁପ୍ରିମ ଲିଡର, ପରବର୍ତ୍ତୀ ଉତ୍ତରାଧିକାରୀକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା

Advertisement

ଓଡିଶା ଭାସ୍କର: ଇରାନର ସବୁଠାରୁ ବଡ ଓ ଶକ୍ତିଶାଳୀ ହେଉଛି ‘ସୁପ୍ରିମ ଲିଡର’ ପଦବୀ । ବର୍ତ୍ତମାନ ଇରାନ ସୁପ୍ରିମ ଲିଡର ଅୟତୁଲ୍ଲା ଅଲ୍ଲି ଖାମିନେଇଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିିବା ପରେ ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗିରହିଛି । ତାଙ୍କ ଡାକ୍ତରୀ ଟିମଙ୍କ ମୁଖ୍ୟଙ୍କ କହିବାନୁଯାୟୀ ଖାମିନେଇଙ୍କ ବୟସ ୮୫ ଥିବା ସତ୍ତେ୍ୱ ସେ ଫିଟ୍ ଅଛନ୍ତି ।

ଏକ ସର୍ଭେ ରିପୋର୍ଟ ଅନୁସାରେ କୁହାଯାଇଛି ଯେ, ଅଲି ଖାମିନେଇଙ୍କ ଦ୍ୱିତୀୟ ପୁଅ ମୋଜତାବା ତାଙ୍କ ଦାୟିତ୍ୱ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । ୧୯୭୯ ମସିହାରେ ବିପ୍ଳବର ନେତା ଅୟତୁଲ୍ଲା ରୁହୋଲ୍ଲା ଖାମିନେଇ ଏହି ପଦ ପାଇଁ ତାଙ୍କ ପୁଅକୁ ଅଯୋଗ୍ୟ ଘୋଷଣା କରିଥିଲେ । ୧୯୮୯ରେ ସୁପ୍ରିମ ଲିଡର ହୋଇଥିବା ଅଲି ଖାମିନେଇ ମଧ୍ୟ ରାଜବଂଶ ନିୟମକୁ ଇସଲାମିକ ନୀତି ବିରୁଦ୍ଧ ବୋଲି ବର୍ଣ୍ଣନା କରିଥିଲେ । ୧୯୮୮ ରୁ ୨୦୧୯ ପର୍ଯ୍ୟନ୍ତ ଖାମିନେଇ ତାଙ୍କୁ ବହୁତ ପଦ ଲାଗି ମନୋନୀତ କରିଥିଲେ । କିଛି ସମୀକ୍ଷକଙ୍କ କହିବା ଅନୁସାରେ ତାଙ୍କର ଏହି ପଦବୀ ପାଇଁ ଆବଶ୍ୟକୀୟ ଯୋଗ୍ୟତା ନାହିଁ । ରାଇସିଙ୍କ ଛଡା ଅନ୍ୟ ଜଣେ ହେଉଛନ୍ତି ଆଲିରେଜା ଆରଫି, ଯାହାଙ୍କୁ ଖାମିନେଇଙ୍କ ଉତ୍ତରାଧିକାରୀ କୁହାଯାଉଛି ।
ଇରାନର ପାୱାର କରିଡରରେ ଅରାଫିଙ୍କ ଯୋଗଦାନ ୨୦୦୧ରେ ଆରମ୍ଭ ହୋଇଥିଲା । ଯେତେବେଳେ ଅଲ୍ଲୀ ଖାମିନେଇ ତାଙ୍କୁ ଅଲ-ମୁସ୍ତାଫା ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ହେଡ୍ କରିଥିଲେ । ସେ ୨୦୧୬ ରେ ଆରଫି ଇସଲାମ ପଣ୍ଡିତ ତଥା ବିଶେଷଜ୍ଞ ସଂଗଠନ କୁମ ସେମିନାରୀର ସର୍ବୋଚ୍ଚ ପରିଷଦର ୭ ଜଣ ସଦସ୍ୟଙ୍କ ଭିତରେ ଜଣେ ନିର୍ବାଚିତ ହୋଇଥିଲେ । ଇରାନର ଧାର୍ମିକ କ୍ଷେତ୍ରରେ ଏହା ସର୍ବୋଚ୍ଚ ପଦବୀ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ ।

Get real time updates directly on you device, subscribe now.