ହାଇଭୋଲଟେଜରେ କିଏ ମାରିବ ବାଜି, ଏସିଆକପରେ କାହାର ରହିଛି ଦବଦବା, ଭାରତର ନା ପାକିସ୍ତାନର…
ଏସିଆ କପର ପ୍ରାରମ୍ଭ 1984 ମସିହାରେ ହୋଇଥିଲା । ଉଭୟ ଦିନିକିଆ ଓ ଟି-20 ଫର୍ମାଟକୁ ମିଶାଇ 16 ଥର ଏସିଆକପ ଆୟୋଜିତ ହୋଇଛି ।
ଓଡିଶା ଭାସ୍କର: ଏସିଆ କପ 2025 ଆସନ୍ତା 9 ସେପ୍ଟେମ୍ୱରରୁ ଆରମ୍ଭ ହେବାକୁ ଯାଉଛି । ଯାହା ୟୁଏଇରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଏହି ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ଼ ଆକର୍ଷଣ ହେଉଛି ଭାରତ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚ । ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବାକୁ ଥିବାରୁ ଫ୍ୟାନ୍ସ ମଧ୍ୟ ଏହି ମ୍ୟାଚକୁ ଚାତକ ଭଳି ଚାହିଁ ରହିଛନ୍ତି ।
ମାତ୍ର ରାଜନୈତିକ ତିକ୍ତତା କାରଣରୁ ଏହି ମ୍ୟାଚ ଉପରେ ଏବେ ମଧ୍ୟ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ । ତେବେ କ୍ରିକେଟର ଫଳାଫଳ ତଥା ରେକର୍ଡକୁ ଦେଖିଲେ ଲାଗୁଛି ଏହି ମ୍ୟାଚରେ କେହି କାହାଠୁ କମ୍ ନୁହଁନ୍ତି ।
ପାକିସ୍ତାନ ପାଖରେ 2 ଟ୍ରଫି:
ଏସିଆ କପର ପ୍ରାରମ୍ଭ 1984 ମସିହାରେ ହୋଇଥିଲା । ଉଭୟ ଦିନିକିଆ ଓ ଟି-20 ଫର୍ମାଟକୁ ମିଶାଇ 16 ଥର ଏସିଆକପ ଆୟୋଜିତ ହୋଇଛି । ପାକିସ୍ତାନ ପ୍ରଥମଥର ପାଇଁ 2000 ମସିହାରେ ଶ୍ରୀଲଙ୍କାକୁ ହରାଇ ଏସିଆକପ ଚାମ୍ପିୟନ ହୋଇଥିଲା ।
ପରେ 2012 ମସିହାରେ ବାଂଲାଦେଶକୁ ହରାଇ ଏହି ଦଳ ଦ୍ୱିତୀୟଥର ପାଇଁ ଟ୍ରଫି କବ୍ଜା କରିଥିଲା । ଦଳ 1986,2014 ତଥା 2022 ମସିହାରେ ମଧ୍ୟ ଫାଇନାଲ ପ୍ରବେଶ ପାଇଥିଲା । ମାତ୍ର ପ୍ରତ୍ୟେକ ଥର ପରାଜୟର ସାମ୍ନା କରିଥିଲା । ପାକିସ୍ତାନ ଏସିଆକପରେ ମୋଟ 60 ମ୍ୟାଚ୍ ଖେଳିଛି ଓ ସେଥିରୁ 33 ଟି ମ୍ୟାଚରେ ବିଜୟ ଓ 25 ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ।
ପଢନ୍ତୁ ଅଧିକ ଖବର….
ବୈଭବ ଖେଳିବେ ଏସିଆ କପ! ବିସିସିଆଇର କଲ, ଆରମ୍ଭ କଲେଣି କଠିନ ଟ୍ରେନିଂ
ଭାରତର ଏସିଆ କପରେ ଦବଦବା:
ପ୍ରକାଶଥାଉ ଯେ, ଭାରତ ଏସିଆକପରେ ନିଜର କାୟାବିସ୍ତାର କରିଛି । ଭାରତ-ପାକିସ୍ତାନ ମଧ୍ୟରେ ଏସିଆକପରେ 15 ଦିନିକିଆ ମୁକାବିଲା ଖେଳାଯାଇଛି । ଯେଉଁଥିରେ 8 ଟି ମୁକାବିଲାରେ ଭାରତ ବିଜୟୀ ହୋଇଛି ଓ ପାକିସ୍ତାନ ମାତ୍ର 5 ଟି ମ୍ୟାଚ ଜିତିଛି । 2 ଟି ମ୍ୟାଚ ପରିଣାମ ଶୂନ୍ୟ ରହିଛି । ସେହିଭଳି ଏସିଆକପର ଟି-20 ଫର୍ମାଟରେ ଦଳ 3 ଟି ମ୍ୟାଚରୁ 2ଟିରେ ଓ ପାକିସ୍ତାନ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ଆକଳନ କହୁଛି ଭାରତ ମୋଟ 18 ଟି ଏସିଆକପ ମ୍ୟାଚରୁ ମୋଟ 10 ଟିରେ ବାଜି ମାରିଛି ଓ ପାକିସ୍ତାନ କେବଳ 6 ଥର ବିଜୟୀ ହୋଇଛି ।