fbpx

ଖାଦ୍ୟ ଉତ୍ପାଦରେ କାହିଁକି ଲଗାଗଲା ୫ % ଜିଏସଟି, ରାଜସ୍ୱ ସଚିବ କହିଲେ କାରଣ

ନୂଆଦିଲ୍ଲୀ: ପ୍ୟାକେଟ୍ ସାମଗ୍ରୀ ଏବଂ ଖାଦ୍ୟ ଉତ୍ପାଦ ଉପରେ ମାଲ୍ ଏବଂ ସେବା କର(ଜିଏସଟି) ଟ୍ୟାକ୍ସ ଚୋରି ରୋକିବା ପାଇ ଲଗାଯାଇଛି । ଏହା ଭାରତ ସରକାରଙ୍କ ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ସେ କହିଛନ୍ତି ଯେ ଏହି ଉତ୍ପାଦରେ ଟ୍ୟାକ୍ସ ଚୋରି ହେଉଥିଲା, ଯାହାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଗଲା । କିଛି ରାଜ୍ୟରେ ମଧ୍ୟ ଏହାର ଦାବି କରିଥିଲେ । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ନୁହେଁ ବରଂ ଜିଏସଟି ପରିଷଦର । ଉଭୟ କେନ୍ଦ୍ର ଓ ରାଜ୍ୟର ଅଧିକାରୀଙ୍କ ସହ ଫିଟମେଣ୍ଟ କମିଟିର ଆଲୋଚନା ପରେ ନିର୍ଣ୍ଣୟ ନିଆଯାଇଛି ।

ସୂଚନାଯୋଗ୍ୟ, ପ୍ୟାକେଟ୍ ଖାଦ୍ୟ ଉତ୍ପାଦ ଉପରେ ୧୮ ଜୁଲାଇରୁ ୨୦୨୨ ରୁ ୫ ପ୍ରତିଶତ ଦରରେ ଜିଏସଟି ଲଗାଯାଇଛି । ବିରୋଧୀ ଦଳ ଏବଂ ଅନ୍ୟ ସମୂହ ଏହାର ବିରୋଧ କରୁଛନ୍ତି । ସଚିବ କହିଛନ୍ତି ଯେ ଜିଏସଟି ଲାଗୁ ହେବା ପୂର୍ବରୁ ଏହି ବସ୍ତୁ ଉପରେ ପୂର୍ବରୁ ଅନେକ ରାଜ୍ୟରେ ଟ୍ୟାକ୍ସ ଲାଗିଥିଲା । ଏହାଦ୍ୱାରା ରାଜ୍ୟକୁ ରାଜସ୍ୱ ମିଳୁଥିଲା ।

ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ ଏକ ଲିଷ୍ଟ ଶେୟାର କରି କହିଥିଲେ ଯେ ଲିଷ୍ଟରେ ଥିବା ୧୪ଟି ଜିନିଷ ଖୋଲାରେ ବିକ୍ରି ନେଇ କହିଛନ୍ତି, ଅର୍ଥାତ୍ ବିନା ପ୍ୟାକିଂରେ ବିକ୍ରି କରାଯିବ ଏବଂ ତାହା ଉପରେ ଜିଏସଟି ଲାଗୁ ହେବ ନାହିଁ । ଏହି ଲିଷ୍ଟରେ, ଡାଲି, ଗହମ, ବାଜରା, ଚାଉଳ, ସୂଜୀ ଏବଂ ଦହି/ଲସି ଭଳି ଅନେକ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଖାଦ୍ୟ ପଦାର୍ଥ ରହିଥିଲା ।

Get real time updates directly on you device, subscribe now.