fbpx

BACARDI ରମ୍ ରେ କାହିଁକି ରହିଥାଏ ବାଦୁଡି ଚିତ୍ର? ଜାଣି ରଖନ୍ତୁ ଏହା ପଛର ରହସ୍ୟ

Advertisement

ନୂଆଦିଲ୍ଲୀ: ଆଜିକାଲି ମାର୍କେଟରେ ରମ୍ ର ଅନେକ ପ୍ରକାରର ବ୍ରାଣ୍ଡ ବିକ୍ରି ହେଉଛି । କିନ୍ତୁ ବାକାର୍ଡି ରମ୍ କୁ ନେଇ ଲୋକଙ୍କ ଭିତରେ ଖୁବ ଚର୍ଚ୍ଚା ହୋଇଥାଏ ଏବଂ ଏହାକୁ ଅଧିକାଂଶ ଲୋକ ପସନ୍ଦ ମଧ୍ୟ କରୁଥିବା ଦେଖାଯାଉଛି । ଏହା ଖୁବ ପୁରୁଣା ରମ୍, ସେଥିପାଇଁ ଅଧିକାଂଶ ଲୋକଙ୍କ ପାଖରେ ଏହା ପହଞ୍ଚିବାରେ ସଫଳ ହୋଇଛି । ଏହି ରମ୍ ସହିତ ବାକାର୍ଡିର ବୋତଲରେ ଲାଗିଥିବା ଲୋଗୋ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାଏ । ବାକାର୍ଡିର ପ୍ରତ୍ୟେକ ବୋତଲରେ ‘ବାଦୁଡି’ର ଏକ ଚିତ୍ର କରାଯାଇଥାଏ, ଯାହାକୁ ଲୋଗୋ ଭାବରେ ବ୍ୟବହାର କରେ ଏହି କମ୍ପାନୀ । ତେବେ ଏହାର କାରଣ କ’ଣ? କାହିଁକି ବାଦୁଡିକୁ ହିଁ ଲୋଗୋ ଭାବରେ ବ୍ୟବହାର କରାଯାଉଛି? ଆସନ୍ତୁ ଜାଣିବା ଏହାର ଉତ୍ତର…

ବାକାର୍ଡି ବୋତଲରେ ଲାଗିଥିବା ଏହି ବାଦୁଡିର ଚିତ୍ର ଐତିହାସିକ ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି । କମ୍ପାନୀର ଆରମ୍ଭରୁ ହିଁ ଏହି ଲୋଗୋ ପ୍ରସ୍ତୁତ କରାଯାଇଛି । ୧୮୬୨ ମସିହାରେ ଫକୁଣ୍ଡୋ ବାକାର୍ଡି ଏହି କମ୍ପାନୀର ଶୁଭାରମ୍ଭ କରିଥିଲେ । କ୍ୟୁବୋରେ ସ୍ଥାପିତ ହୋଇଥିଲା ଏହାର ପ୍ରଥମ ଡିଷ୍ଟିଲରୀ । ତେବେ ଏଥିପାଇଁ ଯେଉଁ ଜାଗା ଚିହ୍ନଟ ହୋଇଥିଲା, ସେଠାରେ ଅନେକ ଗୁଡିଏ ବାଦୁଡି ରହୁଥିଲେ । ସେହି ସମୟରେ ଛାତ ଉପରେ ବହୁ ସଂଖ୍ୟାରେ ବାଦୁଡି ରହିଥିଲେ, କିନ୍ତୁ କୌଣସି ବାଦୁଡିକୁ ସେଠାରୁ ହଟା ଯାଇ ନଥିଲା । ବରଂ ରମ୍ ର ଲୋଗୋ ଭାବରେ ଏହି ବାଦୁଡିକୁ ହିଁ ବ୍ୟବହାର କରାଯାଇଥିଲା ।

ଏହାବ୍ୟତୀତ ବାଦୁଡି ଲୋଗୋ ପଛରେ ଆହୁରି ଅନେକ କାରଣ ଥିବା ମଧ୍ୟ କୁହାଯାଉଛି । ବାଦୁଡି ଭଲ ସ୍ୱାସ୍ଥ୍ୟ ଏବଂ ପରିବାରରେ ଏକତା ଆଣିଥାଏ । ତେଣୁ ବାକାର୍ଡିର ଭବିଷ୍ୟତକୁ ଆଖି ଆଗରେ ରଖି ବାକାର୍ଡି ବୋତଲ ଉପରେ ବାଦୁଡିର ଚିତ୍ର ଲଗାଯାଇଥିଲା । ଏହାବ୍ୟତୀତ ବାଦୁଡିକୁ ରମ୍ କମ୍ପାନୀର ପ୍ରକାୃତିକ ବନ୍ଧୁ ବୋଲି ମଧ୍ୟ କୁହାଯାଏ । କାରଣ ଆଖୁ ଫସଲକୁ ପ୍ରଦୂଷିତ କରିବା ସହ ଫସଲକୁ କ୍ଷତି କରୁଥିବା କୀଟନାଶକ ଉପରେ ଶିକାର କରିଥାନ୍ତି । ତେଣୁ ରମ୍ ର ଲୋଗୋରେ ବାଦୁଡିକୁ ସ୍ଥାନ ଦିଆଯାଇଛି ବୋଲି ମଧ୍ୟ କୁହାଯାଏ । ଏଭଳି କିଛି କାରଣରୁ ବୋତଲରେ ବାଦୁଡିକୁ ଲୋଗୋ ଭାବରେ ବ୍ୟବହାର କରାଯାଇଛି । ଆଜକୁ ପ୍ରାୟ ୧୬୦ ବର୍ଷରୁ ଏହି ଲୋଗୋ ବାକାର୍ଡିର ଚିହ୍ନ ଭାବରେ ସ୍ତାନ ପାଇଆସିଛି ।

Get real time updates directly on you device, subscribe now.