କାହିଁକି ବିଭିନ୍ନ ସ୍ଥାନରେ ବାରମ୍ବାର ଭୁଶୁଡୁଛି ବ୍ରିଜ୍? ଏହା ପଛରେ ରହିିଛି ବଡ଼ କାରଣ…

ନୂଆଦିଲ୍ଲୀ,୯ା୭: ଥରେ ଭାବିଲେ ଆପଣ ଏକ ବ୍ରିଜ୍ ଉପରେ ଯାଉଥିବେ ତାହା ହଠାତ୍ ଭୁଶୁଡ଼ି ପଡ଼ିବ । ପରିସ୍ଥିତି କ’ଣ ହେବ? ନିଶ୍ଚିତ ଏକ ଭୟଙ୍କର ପରିସ୍ଥିତି ଦେଇ ଗତି କରିବେ ନଚେତ୍ ପ୍ରାଣ ବି ଯାଇପାରେ ।
ବୁଧବାର ଗୁଜରାଟର ଭଦୋଦରାରେ ଏମିତି ଏକ ବଡ଼ ଅଘଟଣ ଘଟିଛି । ଭଦୋଦରାର ମହିସାଗର ନଦୀ ଉପରେ ନିର୍ମିତ ଏକ ବ୍ରିଜ୍ ଉପରେ କିଛି ଗାଡ଼ି ଯାଉଥିଲା। ସେତେବେଳେ ଏହି ବ୍ରିଜଟି ଭୁଶୁଡ଼ି ପଡ଼ିଲା ଏବଂ ଏହା କୌଣସି ଦୁର୍ଘଟଣା ଯୋଗୁ କିମ୍ବା ବ୍ରିଜ୍ ରେଲିଂ ଭାଙ୍ଗିବା ଯୋଗୁ ଟିନଥିଲା, ବରଂ ଭଦୋଦରାର ଗମ୍ଭୀରା ବ୍ରିଜର ମଧ୍ୟଭାଗର ଏକ ବଡ଼ ଅଂଶ ହଠାତ୍ ପାଣିରେ ପଡ଼ିଗଲା। ଏହି କାରଣରୁ ୫ଟି ଗାଡ଼ି ନଦୀରେ ପଡ଼ିଗଲା ଏବଂ ପୋଲର ଭଙ୍ଗା ମୁଣ୍ଡରେ ଏକ ଟ୍ରକ୍ ଝୁଲିରହିଲା। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ୮ ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ।

ଏହି ବ୍ରିଜଟି ଭଦୋଦରାକୁ ଆନନ୍ଦ ସହିତ ସଂଯୋଗ କରିଥିଲା। ଏହି ବ୍ରିଜଟି ୧୯୮୫ ମସିହାରେ ୪୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା।  ଏହାର ରକ୍ଷଣାବେକ୍ଷଣ ଠିକ୍ ଭାବରେ କରାଯାଉ ନଥିଲା ଯାହା ଯୋଗୁ ଆଜି ଏହି ବ୍ରିଜଟି ବୁଡ଼ିଗଲା। ସାଧାରଣତଃ, ଯେତେବେଳେ ବ୍ରିଜଟି ନିର୍ମାଣ କରାଯାଏ, ସେତେବେଳେ କୁହାଯାଏ ଏହି ବ୍ରିଜଟିର ସ୍ଥାୟିିତ୍ୱ କେତେଦିନ ଯିବ? ଯେତେବେଳେ ବ୍ରିଜଟି ପୁରୁଣା ହୋଇଯାଏ ଏବଂ ଏହାର ସ୍ଥାୟିିତ୍ୱ  କମ ହୋଇଯାଏ, ସେତେବେଳେ ବ୍ରିଜଟି ବନ୍ଦ ହୋଇଯାଏ, ଯାହା ଦ୍ୱାରା କୌଣସି ଦୁର୍ଘଟଣା ଘଟେ ନାହିଁ।

ଅଥବା ଯଦି ଅନ୍ୟ କୌଣସି କାରଣରୁ ବ୍ରିଜରେ ଯାତ୍ରା କରିବା ଅସୁରକ୍ଷିତ ହୋଇଯାଏ, ତେବେ ସେଠାରୁ ଯାତ୍ରା ନକରିବାକୁ ଲୋକଙ୍କୁ ଏକ ଚେତାବନୀ ବୋର୍ଡ ଲଗାଯାଏ। କିନ୍ତୁ, ଭଦୋଦରାର ଗମ୍ଭୀରା ସେତୁ କ୍ଷେତ୍ରରେ ଏପରି କିଛି କରାଯାଇନଥିଲା। ହଠାତ୍ ବ୍ରିଜର ଏକ ବଡ଼ ଅଂଶ ପଡ଼ିଗଲା ଏବଂ ଅନେକ ଲୋକଙ୍କ ମୃତ୍ୟୁ ହେଲା। ଏବେ ପ୍ରଶ୍ନ ହେଉଛି ଭଦୋଦରାରେ ଏହି ସେତୁ ଦୁର୍ଘଟଣା ପାଇଁ କିଏ ଦାୟୀ? ବ୍ରିଜଟି ଠିକ୍ ଭାବରେ ରକ୍ଷଣାବେକ୍ଷଣ କରାଯାଉନଥିଲା କି?

ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ରିଜଟି ମରାମତି ହେଉନଥିଲା କି? ବ୍ରିଜର ମରାମତିରେ ଦୁର୍ନୀତି ହୋଇଥିଲା କି? ଏହି ସମସ୍ତ ପ୍ରଶ୍ନ ଏବେ ପଚରାଯାଉଛି ଯେତେବେଳେ ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ବିରୋଧୀ ଦଳ ଅଭିଯୋଗ କରୁଥିବା ବେଳେ ସରକାର ଦୁର୍ଘଟଣା ଏବଂ ଅବହେଳାର ତଦନ୍ତ କରିବା କଥା କହୁଛନ୍ତି। ସରକାର ତଦନ୍ତ କରିବାକୁ ଦାବି କରୁଛନ୍ତି, କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ଏହି ସେତୁକୁ ମରାମତି କରିବା ପାଇଁ ପ୍ରଶାସନକୁ ଅନେକ ଥର ଅବଗତ କରାଯାଇଥିଲା, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା, ଯାହା ଯୋଗୁ ଆଜି ଏହି ଦୁର୍ଘଟଣା ଘଟିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତଥାପି ଗୁଜରାଟରେ ଯେଉଁ ପ୍ରକାରର ଦୁର୍ଘଟଣା ଘଟିଛି ତାହା ପ୍ରଥମ ଦୁର୍ଘଟଣା ନୁହେଁ। ୩୦ ଅକ୍ଟୋବର ୨୦୨୨ରେ, ଗୁଜରାଟର ମୋର୍ବି ସହରରେ ମାଛୁ ନଦୀ ଉପରେ ନିର୍ମିତ ଏକ ଝୁଲା ପୋଲ ନଦୀରେ ଖସି ପଡ଼ିଥିଲା, ଯେଉଁଥିରେ ୧୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୨୪ରେ ବିହାରରେ ୧୭ ଦିନରେ ୧୨ଟି ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା।

ବି୍ରଜ୍ ଭୁଶୁଡ଼ିବାର କାରଣ ହେଲା ପୁରୁଣା ବ୍ରିଜ୍ ମରାମତି ନହେବା, ପୁରୁଣା ବ୍ରିଜରେ ଗାଡ଼ିମୋଟର ଚଳାଚଳ କରିବା, ବିନା ସାଇନବୋର୍ଡରେ ପୁରୁଣା ପୋଲ ରହିବା, ମୁଖ୍ୟତଃ କାର୍ଯ୍ୟରେ ଅନିୟମିତତା ମଧ୍ୟ ବି୍ରଜ୍ ଭୁଶୁଡ଼ିବାରେ ଅଧିକାଂଶ କ୍ଷେତ୍ରରେ ଦାୟୀ ।