Panic Attack କାହିଁକି ହୁଏ? ମନେ ରଖନ୍ତୁ ଏହିସବୁ ଉପଚାର, ଦୂରେଇ ଯିବ ଭୟଙ୍କର ରୋଗ

ଆପଣଙ୍କୁ ଆସୁଛି କି Panic Attack, ଏହା କ’ଣ? ଜାଣି ରଖନ୍ତୁ ଏହାର କାରଣ, କେମିତି କରିବେ ଏହାର ସହଜ ଉପଚାର

ଓଡ଼ିଶା ଭାସ୍କର: ସମସ୍ତଙ୍କ ଜୀବନରେ କିଛି ନା କିଛି ଚିନ୍ତା, ଚାପ, ଦୁଃଖ ଆଦି ରହିଥାଏ । ଅନେକ ଲୋକ ଅତ୍ୟଧିକ ଚାପ ଏବଂ ଚିନ୍ତା କାରଣରୁ ଭୟଭିତ ହୋଇଯାଆନ୍ତି । ଯେଉଁ କାରଣରୁ ସେମାନଙ୍କୁ ଏକ ପ୍ରକାର ଆଟାକ୍ ଆସିଥାଏ , ଯାହାକୁ ପ୍ୟାନିକ୍ ଆଟାକ୍ Panic Attack ବୋଲି କୁହାଯାଏ ।

Panic Attack କ’ଣ?

ବିଶେଷ କରି କୌଣସି କଥାକୁ ଅଧିକ ଭାବିଲେ, ଡରିଲେ କିମ୍ବା ଚିନ୍ତା କରିଲେ ଏହି ଆଟାକ୍ ହୋଇଥାଏ । ଫଳରେ ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧା, ଦ୍ରୁତ ହୃଦସ୍ପନ୍ଦନ ଏବଂ ନିଜକୁ ନିୟନ୍ତ୍ରଣ ନକରି ପାରିବା ଭଳି ଲକ୍ଷଣ ପରିଲକ୍ଷିତ ହୋଇଥାଏ ।

ବେଳେବେଳେ ଏହି ଆଟାକ୍ ସାଙ୍ଘାତିକ ମଧ୍ୟ ହୋଇଥାଏ । ତେବେ ଏହି ପ୍ୟାନିକ ଆଟାକ୍ କୁ ନିୟନ୍ତ୍ରଣ କରିବାର କିଛି ଉପାୟ ରହିଛି ଯାହାଦ୍ୱାରା ଏହାକୁ ରୋକାଯାଇ ପାରିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହା ଆଟାକକୁ ରୋକିବାର କିଛି ସହଜ ଉପାୟ ।

Panic Attack କୁ ରୋକିବାର ସହଜ ଉପାୟ:

  • ଗଭୀର ନିଶ୍ୱାସ: ହାଇପରଭେଣ୍ଟିଲିଟିଙ୍ଗ୍ ହେଉଛି ପ୍ୟାନିକ ଆଟାକର କାରଣ, ଯାହା ଆପଣଙ୍କ ମନରେ ଭୟ ସୃଷ୍ଟି କରିବାର କାମ କରିଥାଏ । ତେବେ ଆପଣଙ୍କୁ ଯଦି କୌଣସି ସମୟରେ ଏପରି ଅନୁଭବ ହୁଏ , ତେବେ ଆପଣ ସେହି ସମୟରେ ଏକ ଖୋଲା ସ୍ଥାନକୁ ଯାଇ ଲମ୍ବା ନିଶ୍ୱାସ ନିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ସୁସ୍ଥ ଅନୁଭବ ହୋଇଥାଏ ଏବଂ ଆପଣ ଆଟାକକୁ ନିୟନ୍ତ୍ରଣ କରିପାରିବେ ।
  • ଯୋଗ କିମ୍ବା ଧ୍ୟାନ କରନ୍ତୁ: ଯଦି ଆପଣ ପ୍ୟାନିକ ଆଟାକରେ ପୀଡିତ ଅଛନ୍ତି, ତେବେ ଆପଣ ପ୍ରଥମେ ନିଜ ମନକୁ ଶାନ୍ତ କରନ୍ତୁ । ଏଥିପାଇଁ ଆପଣ ସକାଳେ ଏବଂ ସନ୍ଧ୍ୟାରେ ଯୋଗ କରନ୍ତୁ । ଏପରି କରିବା ଦ୍ୱାରା ମନ ଶାନ୍ତ ରହିବା ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ । ଏହା ବ୍ୟତୀତ ମନରେ କୌଣସି ପ୍ରକାର ଖରାପ ଭାବନା ଆସି ନଥାଏ ।