fbpx

ଫିଲ୍ମରେ କାହିଁକି ଖରାପ ସିନ୍ କରନ୍ତି ନାହିଁ କାଜଲ ? ଅନେକ ବର୍ଷ ପରେ କହିଲେ ଏହାର କାରଣ…

ଓଡ଼ିଶା ଭାସ୍କର: ୯୦ ଦଶକରେ ବଲିଉଡରେ ସମସ୍ତଙ୍କ ମନହୁଥିବା କରୁଥିବା ଏହି ବଲ୍ ବୁଲି ଅଭିନେତ୍ରୀ କାଜଲ ଏବେ ବି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି। ନିକଟରେ ଅଭିନେତ୍ରୀ ଫିଲ୍ମରେ ଖରାପ ସିନ୍ କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଏଭଳି ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ବୋଲି ଅଭିନେତ୍ରୀ କହିଛନ୍ତି। ନିକଟରେ ନେଟଫ୍ଲିକ୍ସ୍ ଇଣ୍ଡିଆ ଆକ୍ଟର୍ସ୍ ରାଉଣ୍ଡଟେବୁଲ ୨୦୨୩ ରେ ଏକ କଥାବାର୍ତ୍ତା ରେ କାଜୋଲ ତାଙ୍କ ବୃତ୍ତିଗତ ଜୀବନ ବିଷୟରେ ଏକ ବଡ ଖୁଲାସା କରିଛନ୍ତି।

ଏଠାରେ କାଜଲ ଫିଲ୍ମରେ ଅସଦାଚରଣ ଦୃଶ୍ୟ ନ କରିବା ବିଷୟରେ କହିଥିଲେ, ‘ମୁଁ ସବୁବେଳେ ବିଶ୍ୱାସ କରିଆସିଛି ଯେ ମୁଁ ଏପରି ଦୃଶ୍ୟ କରିବି ନାହିଁ ଯେଉଁଥିରେ ମୋତେ ଅସଦାଚରଣ କରାଯାଏ କିମ୍ବା କୌଣସି ପ୍ରକାରେ ମୋତେ ଏପରି ସ୍ଥାନରେ ଦେଖାଯାଏ ଯେଉଁଠାରେ ମୁଁ ରହିବାକୁ ଚାହେଁ ନାହିଁ।

କାରଣ ମୁଁ ଭାବୁଛି ଅଭିନେତା ଭାବେ ଯେତେବେଳେ ଆମେ ସଟ୍ କରିଥାଉ, ସେତେବେଳେ ଆମେ ଏହାକୁ ଅନୁଭବ କରିଥାଉ। ତେଣୁ ଯଦି ଦୃଶ୍ୟରେ ଠିକ୍ ଭାବେ ଅଭିନୟ ନକରାଯାଏ ତେବେ କ୍ୟାମେରାରେ ଏହା ସହଜରେ ଜଣା ପଡ଼ିଯିବ।  “ଏହି ସମୟରେ କାଜଲ ଆହୁରି ମଧ୍ୟ କହିଛନ୍ତି, ମୁଁ ସେହି ଦୃଶ୍ୟକୁ ସହଜ ଅନୁଭବ ବି କରେ ନାହିଁ। କାରଣ ସେସବୁ ମତେ ବହୁତ ବିରକ୍ତ ଲାଗେ ଏବଂ ମୁଁ ଭାବୁଛି ମୋର କଥାକୁ ପ୍ରମାଣିତ କରିବା ପାଇଁ ମୋତେ ଏହା କରିବାର ଆବଶ୍ୟକତା ନାହିଁ। ମୁଁ ୧୦୦ଟି ଭିନ୍ନ ଭିନ୍ନ ଉପାୟରେ ପ୍ରମାଣ କରିପାରିବି ଯେ ମୁଁ ଜଣେ ଭଲ ଅଭିନେତା।

Get real time updates directly on you device, subscribe now.