fbpx

୮ ନମ୍ବରକୁ ସର୍ବଦା କାହିଁକି ପ୍ରାଧାନ୍ୟ ଦିଅନ୍ତି ମୋଦି? ପ୍ରତ୍ୟେକ ବଡ ବଡ ନିଷ୍ପତିରେ ଦେଖିବାକୁ ମିଳିଛି ଏହି ସଂଖ୍ୟା

ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମ ଦିବସ । ଏହି ଦିବସକୁ ସ୍ପେଶାଲ କରିବା ପାଇଁ ବିଜେପି ପକ୍ଷରୁ ସାରା ଦେଶରେ ବିଭିନ୍ନ ପ୍ରକାରର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏତି ସହିତ ମୋଦି ତାଙ୍କ ଜନ୍ମ ଦିନ ଅବସସରେ ଦକ୍ଷିଣ ଆଫ୍ରିକାରୁ ୮ଟି ଚିତା ବାଘ ଭାରତକୁ ଆଣିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ଏକ ବଡ ନିଷ୍ପତି ସମୟରେ ସର୍ବଦା ୮ ନମ୍ବରୁ ପ୍ରାଧାନ୍ୟ ଦେଇଥିବା ଦେଖିବାକୁ ମିଳିଛି । ତେବେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ୮ ଅଙ୍କର ମଧ୍ୟ ବିଶେଷତ୍ୱ ରହିଛି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କଉଁ ସବୁ ବଡ ବଡ ନିଷ୍ପତିରେ ୮ ନମ୍ବର ସହ ମୋଦିଙ୍କର ରହିଛି ସମ୍ପର୍କ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧିକାଂଶ ବଡ ନିଷ୍ପତ୍ତି ସହିତ ନମ୍ବର ୮ ଜଡିତ ରହିଛି । ସେ ୨୬ ମାର୍ଚ୍ଚରେ ୨୦୧୪ ଲୋକସଭା ନିର୍ବାଚନର ପ୍ରଚାର ତାରିଖ ରଖିଥିଲେ, ଯେତେବେଳେ ଏହି ତାରିଖର ମୂଳାଙ୍କ ଦେଖାଗଲା ତେବେ ଏହା ୮ ନମ୍ବରକୁ ଆସିଲା ସେହିପରି ୨୦୧୯ରେ, ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମାଙ୍କନ ତାରିଖ ମଧ୍ୟ୨୬ ଏପ୍ରିଲ ଥିଲା । ତେବେ ଏହିପରି ଭାବବେ ସଂଖ୍ୟା ୮ ର ସମ୍ପର୍କ ଅନେକ ନିଷ୍ପତ୍ତିରେ ଦେଖିବାକୁ ମିଳେ ।
ଏହି ନିଷ୍ପତ୍ତିରେ ୮ ନମ୍ବର ମଧ୍ୟ ଭାଗ୍ୟବାନ ଥିଲା ।

ଯେତେବେଳେ ଚତୁର୍ଥ ଥର ପାଇଁ ଗୁଜୁରାଟର ସିଏମ୍ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଥିଲେ, ସେହି ଦିନର ତାରିଖ ମଧ୍ୟ ୨୬ ଡିସେମ୍ବର ଥିଲା । ସେ ୨୬ ମଇରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ବିମୁଦ୍ରୀକରଣ ଭଳି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରିବାର ତାରିଖ ମଧ୍ୟ ଥିଲା ନଭେମ୍ବର ୮ ଫେବୃଆରୀ ୨୬ ରେ, ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ନାମିବିଆର ୮ ଟି ଚିତା ଭାରତକୁ ଆଣିଛନ୍ତି ।

Get real time updates directly on you device, subscribe now.