fbpx

ସମସ୍ତଙ୍କୁ ନୁହେଁ, କେବଳ ଏହି ଲୋକଙ୍କୁ ଅଧିକ କାମୁଡ଼ନ୍ତି ମଶା: ଜାଣନ୍ତୁ ଏହାର କାରଣ

ଯଦି ଆପଣଙ୍କୁ ଲାଗୁଛି କି, ମଶା ଆପଣଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ କାମୁଡୁଛନ୍ତି, ତେବେ ଏହା ପଛରେ ବି ବୈଜ୍ଞାନିକ କାରଣ ରହିଛି । ଏହି ବୈଜ୍ଞାନିକ କାରଣରୁ ଆପଣ ମଶାର ଟାର୍ଗେଟରେ ରୁହନ୍ତି । ତେବେ ଆସନ୍ତୁ ଜାଣିବା ମଶା କେଉଁମାନଙ୍କୁ ଅଧିକ କାମୁଡନ୍ତି ଓ ଏହାର କ’ଣ ରହିଛି କାରଣ ?

ଯେପରି ଆମେ ନିଜର ପସନ୍ଦ ଅନୁଯାୟୀ ଆମର ଖାଦ୍ୟ ବାଛୁ, ସେହିଭଳି ମଶାମାନେ ମଧ୍ୟ ସେମାନଙ୍କର ଶିକାରକୁ ପସନ୍ଦ କରନ୍ତି ଏବଂ ସେହି ଲୋକଙ୍କୁ ଅଧିକ କାମୁଡ଼ନ୍ତି । ଆମ ଶରୀରରେ କିଛି ଜିନିଷ ଅଛି ଯାହା ମଶାଙ୍କୁ ଆକର୍ଷିତ କରିଥାଏ । ମଶା ଏକ ନିର୍ଦ୍ଦିଷ୍ଟ ଜିନିଷର ଶରୀରକୁ କାମୁଡ଼ିବାକୁ ପସନ୍ଦ କରନ୍ତି ।

ରକ୍ତ:-
ଅନେକ ଥର ଆପଣ ନିଶ୍ଚୟ ଶୁଣିଥିବେ ଯେ ଯେଉଁମାନଙ୍କର ରକ୍ତ ମିଠା, ସେମାନଙ୍କୁ ଅଧିକ ମଶା କାମୁଡ଼ନ୍ତି । ଏହା ମଧ୍ୟ କିଛି ପରିମାଣରେ ସତ । ମଶାମାନେ ନିର୍ଦ୍ଦିଷ୍ଟ ରକ୍ତ ପ୍ରକାରର ଲୋକଙ୍କୁ କାମୁଡ଼ିବାକୁ ପସନ୍ଦ କରନ୍ତି । କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ, ମଶାମାନେ ‘ଓ’ ପଜିଟିଭ ଲୋକଙ୍କୁ ଅଧିକ କାମୁଛନ୍ତି ।

ଗନ୍ଧ:-
ଶରୀରର ଗନ୍ଧ ଦ୍ୱାରା ମଶା ଆକର୍ଷିତ ହୁଅନ୍ତି । ଏହାର ଅର୍ଥ ନୁହେଁ ଯେ ଯେଉଁମାନେ ପରଫ୍ୟୁମ୍ ପକାଉଛନ୍ତି, ମଶା ସେମାନଙ୍କୁ ଅଧିକ କାମୁଡୁଛନ୍ତି । ବରଂ କିଛି ଖାସ୍ ପ୍ରକାରର ଶରୀରର ଗନ୍ଧ ମଶାଙ୍କୁ ଆକର୍ଷିତ କରିଥାଏ । ଶରୀରର ଝାଳରେ ବିଭିନ୍ନ ପ୍ରକାରର ଆମୋନିୟା ଏବଂ ଲାକ୍ଟିକ୍ ଏସିଡ୍ ଭଳି ବିଭିନ୍ନ ପ୍ରକାରର କମ୍ପାଉଣ୍ଡ ରହିଥାନ୍ତି, ଯାହାର ଗନ୍ଧ ମଶାମାନଙ୍କୁ ଆକର୍ଷିତ କରିଥାଏ ।

ମେଟାବୋଲିକ୍ ହାର:-
ଯେଉଁମାନଙ୍କର ମେଟାବୋଲିକ୍ ହାର ଅଧିକ ଥାଏ, ମଶା ସେମାନଙ୍କୁ ଅଧିକ କାମୁଡ଼ନ୍ତି । ଗର୍ଭବତୀ ମହିଳାମାନଙ୍କର ମେଟାବୋଲିକ୍ ହାର ଅଧିକ, ତେଣୁ ସେମାନଙ୍କୁ ଅଧିକ ମଶା କାମୁଡ଼ନ୍ତି ।

ବ୍ୟାକ୍ଟେରିଆ:-
ଯେଉଁଠାରେ ବ୍ୟାକ୍ଟେରିଆ ଅଧିକ ଥାଆନ୍ତି, ସେଠାରେ ମଶା ମଧ୍ୟ ଅଧିକ ରୁହନ୍ତି । ଏହି କାରଣରୁ ମଇଳା ସ୍ଥାନରେ ଅଧିକ ମଶା ରୁହନ୍ତି । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ପାଦରେ ବ୍ୟାକ୍ଟେରିଆ ଅଧିକ ଥିବା କାରଣରୁ ପାଦକୁ ମଶା ଅଧିକ କାମୁଡ଼ନ୍ତି ।

କାର୍ବନ ଡାଇଅକ୍ସାଇଡ୍ :-
କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଦ୍ୱାରା ମଶା ଆକର୍ଷିତ ହୁଅନ୍ତି । ଯେଉଁମାନେ ଯେତେ ଅଧିକ ଜୋରରେ ଦୀର୍ଘନିଶ୍ୱାସ ନିଅନ୍ତି, ସେମାନଙ୍କ ପାଖରୁ ସେତେ ଅଧିକ କାର୍ବନ ଡାଇଅକ୍ସାଇଡ୍ ବାହାରିଥାଏ । ଏପରି ଲୋକଙ୍କୁ ମଶା ଅଧିକ କାମୁଡ଼ିବାକୁ ପସନ୍ଦ କରନ୍ତି ।

Get real time updates directly on you device, subscribe now.