fbpx

‘ଖତରୋଂ କେ ଖିଲାଡ଼ି ୧୪’ର ଅଫରକୁ କାହିଁକି ମନା କରିଥିଲେ ପାର୍ଥ ସାମଥନ୍, କରିଲେ ଏହି ବଡ଼ ଖୁଲାସା

Advertisement

ମୁମ୍ବାଇ: ଟିଭି ପରଦାରେ ଲୋକପ୍ରିୟ ରିଅଲିଟି ଷ୍ଟଣ୍ଟ ଶୋ ‘ଖତରୋଂ କେ ଖିଲାଡ଼ି ୧୪’ ଆରମ୍ଭ ହେବା ପୂର୍ବରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି । ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟି ‘ଖତରୋଂ କେ ଖିଲାଡ଼ି’ ଶୋ ହୋଷ୍ଟ କରିବେ ବୋଲି ଜଣାପଡ଼ିଛି । ଚଳିତ ସିଜିନ୍ ‘ଖତରୋଂ କେ ଖିଲାଡ଼ି ୧୩’ରୁ ଅଧିକ ଧମାକେଦାର ହେବା ସହ ବିପଜ୍ଜନକ ହେବ । ଏହି ଶୋ’ର ଅଂଶ ବିଶେଷ ହେବା ପାଇଁ ପ୍ରତିଯୋଗୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏଥିପାଇଁ ପ୍ରତିଯୋଗୀଙ୍କ ତାଲିକା ମଧ୍ୟ ପ୍ରକାଶିତ ହୋଇଯାଇଛି । ଏଥିମଧ୍ୟରେ ଲୋକପ୍ରିୟ ଟିଭି ଆକ୍ଟର ପାର୍ଥ ସାମଥନଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଏହି ଶୋ’ର ଅଫରକୁ ସେ ମନା କରିବା ପଛର କାରଣର ଖୁଲାସା କରିଛନ୍ତି । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଦେଶର ଲୋକପ୍ରିୟ ଷ୍ଟଣ୍ଟ ଆଧାରିତ ରିୟଲିଟି ଶୋ ‘ଖତରୋଂ କେ ଖିଲାଡ଼ି ୧୪’ ପାଇଁ ଅନେକ ସେଲିବ୍ରିଟିଙ୍କ ପାଖକୁ ଅଫର ଯାଇଥିଲା । ଏହି କ୍ରମରେ ଲୋକପ୍ରିୟ ଟିଭି ଆକ୍ଟର ପାର୍ଥ ସାମଥନଙ୍କ ନାଁ ମଧ୍ୟ ସାମିଲ ଥିଲା କିନ୍ତୁ ସେ ଏହି ଶୋ’ର ଅଫରକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ଅର୍ଥ ମାମଲାକୁ ନେଇ କଥାବାର୍ତ୍ତା ଫାଇନାଲ ନ ହେବାରୁ ସେ ଏହି ଶୋ’କୁ ମନା କରିଦେଇଥିଲେ । ବାସ୍ତବରେ ସେ ଟିକିଏ ଲୋଭି ବୋଲି କହିଥିଲେ । ଏଥିମଧ୍ୟରେ ଚଳିତ ସିଜିନରେ ଏହି ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ହେଲେ ଅସିମ ରିୟାଜ୍, ଅଦିତି ଶର୍ମା, କରଣ ବୀର ମେହରା, ନିୟତି ଫିତନାନୀ, ଅଭିଷେକ କୁମାର, ସମର୍ଥ ଜୁରେଲ, ସୁମୋନା ଚକ୍ରବର୍ତ୍ତୀ, ଶିଳ୍ପା ଶିନେ୍ଦ, ଗଶମୀର ମହାଜାନୀ, କେଦାର ଆଶୀଷ ମଲହୋତ୍ରା ଏବଂ ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ୍ । ତେବେ ‘ଖତରୋଂ କେ ଖିଲାଡ଼ି ୧୪’ ର ପ୍ରିମିୟର ତାରିଖ ବିଷୟରେ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.