fbpx

ବାଂଲାଦେଶରେ ଶେଖ୍ ହସୀନା କ୍ଷମତାକୁ ଆସିଲେ ଭାରତକୁ କ’ଣ ଲାଭ ମିଳିବ ?

ଢ଼ାକା: ବାଂଲାଦେଶରେ ୩ ଶହଟି ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ଖାଲିଦା ଜିୟା(Khalida Zia) ଏହି ନିର୍ବାଚନକୁ ବର୍ଜନ କରିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା କ୍ରମାଗତ ୪ର୍ଥ ଥର ପାଇଁ ଜିତିବା ନେଇ ଆଶା କରାଯାଉଛି । ଶେଖ୍ ହସୀନା ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଦେଶରେ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ ବୋଲି କହିଛନ୍ତି ବିରୋଧୀ । ତେବେ ପୁଣି ଥରେ ଶେଖ୍ ହସୀନା କ୍ଷମତାକୁ ଆସିଲେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ ଆହୁରୀ ସୁଦୃଢ଼ ହେବାର ସମ୍ଭାବନା ରହିଛି ।

ବାଂଲାଦେଶରେ ଶେଖ ହସୀନାଙ୍କ ଜିତିବା କାହିଁକି ଏତେ ଜରୁରୀ ?

– ଆତଙ୍କବାଦଙ୍କ ବିରୋଧରେ ଶେଖ୍ ହସୀନାଙ୍କ ଜିରୋ ଟୋଲେରେନ୍ସ ନୀତି ରହିଛି
– ୨୦୧୪ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କ ଆହୁରୀ ଦୃଢ଼ ହୋଇପାରିଛି । ଫଳରେ ଭାରତ- ବାଂଲାଦେଶ ମଧ୍ୟରେ ବ୍ୟାପାର ୩ ଗୁଣା ବୃଦ୍ଧି ପାଇଛି ।
– ପଡ଼ୋଶୀ ଦେଶ ସହ ଦୀର୍ଘ ଦିନର ଜମି ବିବାଦ ସହ ସାମୁଦ୍ରିକ ସୀମାକୁ ନେଇ ବିଭିନ୍ନ ବିବାଦର ସମାଧାନ ହୋଇପାରିଛି ।
– ଭାରତ- ବାଂଲାଦେଶ ମଧ୍ୟରେ ୩ଟି ନୂତନ ବସ ଓ ରେଳ ସୁବିଧା ଆରମ୍ଭ ହୋଇଥିଲା ।
– ବିଗତ ୯ ବର୍ଷରେ ଭାରତ ବାଂଲାଦେଶକୁ ୧୦ ଆରବ ଡଲାରରୁ ଉଦ୍ଧ୍ୱର୍ ଆର୍ଥିକ ସାହାୟତା ଯୋଗାଇଛି ।

ଏହା ବ୍ୟତୀତ ଆତଙ୍କବାଦ ଏବଂ ଚୀନ ବିରୋଧରେ ଲଢ଼େଇରେ ଭାରତ ପକ୍ଷରେ ବାଂଲାଦେଶର ସମ୍ପୂର୍ଣ୍ଣ ସମର୍ଥନ ରହିବ । ବାଂଲାଦେଶର ବିଦେଶ ସଚିବ ମସୁଦ ବିନ୍ ମୋମେନ୍ କହିଛନ୍ତି ଯେ ଉନ୍ନତ ସଂଯୋଗ ଏବଂ ଆର୍ଥିକ ଲାଭ ପାଇଁ ଆମେ ଭାରତ ସହ କାମ କରିବାକୁ ଚାହୁଁ । ଏହି ପରିପ୍ରେକ୍ଷିରେ କିଛି ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି । ତେବେ ଜାନୁଆରୀ ୮କୁ ଜଣାପଡ଼ିବ ଯେ ବାଂଲାଦେଶରେ କେଉଁ ନୂତନ ସରକାର କ୍ଷମତାକୁ ଆସିବ ।

Get real time updates directly on you device, subscribe now.