ନୋଟରେ କାହିଁକି ନାହିଁ ନେତାଜୀଙ୍କ ଫଟୋ: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ କୋଲକାତା ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ ବ୍ୟବହୃତ ନୋଟରେ ଗାନ୍ଧିଜୀଙ୍କ ଫଟୋ ରହିଥାଏ । ତେବେ ଏହି ନୋଟରେ ସୁଭାଷ ବୋଷଙ୍କ ଫଟୋ କାହିଁକି ରହି ନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋଲକତା ହାଇକୋର୍ଟ । ଦେଶରେ ପ୍ରଚଳିତ ନୋଟରେ କେବଳ ଗାନ୍ଧୀଙ୍କ ଫଟୋ କାହିଁକି ଅଛି ସୁଭାଷ ବୋଷଙ୍କର କାହିଁକି ନାହିଁ ବୋଲି ଆଗତ ଯାଚିକା ଉପରେ ବିଚାର କରି କୋର୍ଟ ଏହି ଜବାବ ମାଗିଛନ୍ତି । ଏହା ସହିତ ଆସନ୍ତା ୮ ସପ୍ତାହ ମଧ୍ୟରେ କୋର୍ଟ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୯୪ ବର୍ଷୀୟ ହରିନ୍ଦ୍ରନାଥ ବିଶ୍ୱାସଙ୍କ ପକ୍ଷରୁ ଏହି ଯାଚିକା ଦାୟର କରାଯାଇଛି । ନିଜକୁ ସ୍ୱାଧିନତା ସଂଗ୍ରାମୀ ବୋଲି କହୁଥିବା ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ଦେଶରେ ପ୍ରଚଳିତ ନୋଟରେ ଗାନ୍ଧୀଙ୍କ ବ୍ୟତିତ ନେତାଜୀଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି । ଭାରତ ସରକାରଙ୍କ ସଳଇସିଟର ଜେନେରାଲ ୱାଇ ଜେ ଦସ୍ତୁର ଉତ୍ତର ରଖିବା ପାଇଁ ୮ ସପ୍ତାହ ସମୟ ମାଗିଥିଲେ । ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏବଂ ଜଷ୍ଟିସ ରାଜାର୍ଷି ଭରଦ୍ୱାଜଙ୍କ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୨୧, ୨୦୨୨ରେ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।