fbpx

ନାଗରିକତା ପାଇବା ପରେ ; ବିଜେପିରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି ଅକ୍ଷୟ କୁମାର

ମୁମ୍ବାଇ; ଫିଲ୍ମଷ୍ଟାର ଅକ୍ଷୟ କୁମାର ୧୫ ଅଗଷ୍ଟରେ ପୁଣି ଭାରତର ନାଗରିକତ୍ୱ ଫେରିପାଇଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଖିଲାଡି କୁମାର ନାମରେ ଜଣାଶୁଣା ଅକ୍ଷୟ କୁମାର ଲେଖିଛନ୍ତି ଯେ, ଉଭୟ ହୃଦୟ ଏବଂ ନାଗରିକତା ହେଉଛି ଭାରତୀୟ । ଏହା ଛଡା ସ୍ୱାଧିନତା ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଭାରତୀୟ ନାଗରିକତ୍ୱ ପାଇବା ପରେ ସେ ବହୁତ ଖୁସି ଅଛନ୍ତି । ଏହା ଛଡା ସେ କହିଛନ୍ତି ଭାରତ ତାଙ୍କ ପାଇଁ ସବୁ କିଛି । ସେ ଯାହା ଅର୍ଜନ କରିଛନ୍ତି ତାହା ଭାରତରୁ ରୋଜଗାର କରିଛନ୍ତି । ସେ ନିଜକୁ ଭାଗ୍ୟବାନ ମନେକରିବା ସହିତ ସେ ଯାହା ପାଇଛନ୍ତି ଏବେ ତାଙ୍କୁ ଫେରେଇବାର ସୁଯୋଗ ମିଳିଛି ବୋଲି କହିଛନ୍ତି । ଅକ୍ଷୟ କୁମାର ୨୦୧୯ରେ ଭାରତୀୟ ପାସପୋର୍ଟ ପାଇଁ ଆବେଦନ କରିଥିଲେ । ସେତେବେଳେ ସେ କହିଥିଲେ ସେ କାନାଡାର ନାଗରିକତ୍ୱ ଛାଡିବାକୁ ଯାଉଛନ୍ତି । ଶେଷରେ ସେ ସ୍ୱାଧିନତା ଦିବସରେ ଭାରତୀୟ ନାଗରିକତ୍ୱ ଲାଭ କରିଛନ୍ତି ।

ଅକ୍ଷୟ କୁମାର ନାଗରିକତ୍ୱ ପାଇବା ପରେ ୨୦୨୪ରେ ହେବାକୁ ଥିବା ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ଲଢିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ଷୟ କୁମାରଙ୍କ ଭିତରେ ଥିବା ଘନିଷ୍ଠତା କାହାକୁ ଅଛପା ନାହିଁ । ଅକ୍ଷୟକୁମାର ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସଂଶା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ଛଡା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ବୋଲି ମଧ୍ୟ କହିଛନ୍ତି । ତେବେ ସେ ରାଜନୀତିରେ ଯୋଗ ଦେବେ କି ନାହିଁ ଏ ବିଷୟରେ ପଚାରାଯିବାରୁ ଅକ୍ଷୟ କୁମାର ଉତ୍ତର ଦେଇଥିଲେ, ତାଙ୍କର ରାଜନୀତିରେ କୌଣସି ଆଗ୍ରହ ନାହିଁ । ଅକ୍ଷୟ କହିଛନ୍ତି ସେ ଏକ ଏପରି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଛନ୍ତି ଯାହା ଦ୍ୱାରା ଦେଶ ଆଗକୁ ଯାଇ ପାରିବ । ଏହା ଛଡା କହିଛନ୍ତି ସେ ରାଜନୀତିରେ ଯିବାକୁ ଚାହୁଁ ନାହାନ୍ତି ବରଂ ସେ ଫିଲ୍ମ କରି ଖୁସିରେ ଅଛନ୍ତି । ଏହା ପୂର୍ବରୁ ମଧ୍ୟ ୨୦୧୯ରେ ପଞ୍ଜାବର ଗୁରୁଦାସପୁରୁ ସେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଆଲୋଚନା ହୋଇଥିଲା । କିନ୍ତୁ ସେତେବେଳେ ଅକ୍ଷୟ ଟ୍ୱିଟକରି କହିଥିଲେ ‘ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁନି ।

Get real time updates directly on you device, subscribe now.