fbpx

ଫଡନାଭିସଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କର ହାଇଡ୍ରୋଜେନ ବୋମା ପକାଇବୁ: ନୱାବ ମଲିକ

ମହାରାଷ୍ଟ୍ରର ରାଜନୀତିର ଦୁଇ ପ୍ରମୁଖ ରାଜନୈତିକ ନେତା ପରସ୍ପରକୁ ଅଣ୍ଡରୱାର୍ଲ୍ଡ ସହ ଲିଙ୍କ୍ ଥିବା ଅଭିଯୋଗ କରିଛନ୍ତି  । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ନୱାବ ମଲିକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରିରହିଛି ।

ବୁଧବାର ଏନସିପି ନେତା ନୱାବ ମଲିକ କହିଛନ୍ତି ମହାରାଷ୍ଟ୍ରର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କ ଉପରେ ‘ହାଇଡ୍ରୋଜେନ ବୋମା’ ପକାଇବେ । ସେ ଏଭଳି ମନ୍ତବ୍ୟ ବିଜେପି ନେତାଙ୍କ ପରିବାର ବିରୋଧରେ ଆସିଥିବା ଅଭିଯୋଗର ଜବାବରେ କହିଛନ୍ତି, ମଲିକ ଆହୁରି କହିଛନ୍ତି ଯେ ସେ ଫଡନାଭିସଙ୍କ “ଅଣ୍ଡରୱାର୍ଲ୍ଡ ସହିତ ଲିଙ୍କ୍” ର ଖୁଲାସା କରିବେ ।  ଏକ ସାମ୍ବାଦିକ ସମ୍ମିଳନୀରେ ନବାବ ମଲିକ କହିଛନ୍ତି, “ମୁଁ ଫଡନାଭିସଙ୍କ ସଂପର୍କରେ ଆସନ୍ତାକାଲି ଏକ ହାଇଡ୍ରୋଜେନ୍ ବୋମା ପକାଇବି । ମୁଁ ତାଙ୍କର ଅଣ୍ଡରୱାର୍ଲ୍ଡ ଲିଙ୍କଗୁଡ଼ିକୁ ପ୍ରକାଶ କରିବି ।’

ଦେବେନ୍ଦ୍ର ଫଡନଭିସଙ୍କ ଅଭିଯୋଗ କରିଥିଲେ ଯେ ମହାରାଷ୍ଟ୍ର ସରକାରର ଜଣେ ମନ୍ତ୍ରୀ ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୁଇ ଦୋଷୀଙ୍କଠାରୁ ଶସ୍ତାରେ ଜମି କଣିଛନ୍ତି । ବିସ୍ପୋରଣର ଅଭିଯୁକ୍ତ ସର୍ଦ୍ଦାର ଶାହଭାଲୀ ଖାନ ଏବଂ ସଲିମ ପଟେଲଙ୍କ ସହ ନୱାବ ଚୁକ୍ତି କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଫଡନାଭିସ୍ । ୧୯୯୩ ମସିହାରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଖାନ ଅଭିଯୁକ୍ତ ହୋଇଥିବାବେଳେ ପଟେଲ ଦାଉଦ ଇବ୍ରାହିମଙ୍କ ଭଉଣୀ ହସିନା ପାର୍କରଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ । “ଏହି ଦୁଇ ଅଭିଯୁକ୍ତ ବ୍ୟକ୍ତି କାହିଁକି ମଲିକଙ୍କୁ ନିଜର ଜମି ବିକ୍ରୟ କଲେ?  ବୋଲି ଫଡନାଭିସ୍ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ପଚାରିଥିଲେ ।

ବିଜେପି ନେତା ନୱାବ ଏବଂ ତାଙ୍କ ପରିବାର ବିରୋଧରେ ଆଣିିଥିବା ଅଭିଯୋଗର ଜବାବରେ ନବାବ ମଲିକ ଗଣମାଧ୍ୟମକୁ କହିଛନ୍ତି, “ମୋ ଜୀବନର ୬୨ ବର୍ଷ ଏବଂ ରାଜନୈତିକ କ୍ୟାରିୟର ୨୬ ବର୍ଷରେ, କେହି ମୋତେ ଅଣ୍ଡରୱାର୍ଲ୍ଡ ସହିତ ଲିଙ୍କ୍ କରିପାରିନଥିଲେ ।  ସେ ଆହୁରି କହିଛନ୍ତି ଫଡନାଭିସ ଯେଉଁ ଜମିକୁ ନେଇ ଅଭିଯୋଗ କରୁଛନ୍ତି ସେହି ଜମିରେ ଆମେ ପ୍ରଥମେ ଭଡ଼ାରେ ରହୁଥିଲୁ ଓ ପରେ ତାହାର ମାଲିକାନ ହକ୍ ତାଙ୍କୁ ମିଳିଥିଲା ।

Get real time updates directly on you device, subscribe now.