fbpx

ଏବେ ସ୍ମଶାନ ସେବାରେ ମଧ୍ୟ ଲାଗିବ GST! ସରକାରଙ୍କ ତରଫରୁ ହେଲା ବଡ ଘୋଷଣା

ନୂଆଦିଲ୍ଲୀ: ନିକଟରେ ଜିଏସଟିକୁ ନେଇ ହୋଇଥିବା ସଂଶୋଧିତ ଦର ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ଦେଖାଯାଇଛି । ଏହାସହିତ ଦୈନନ୍ଦିନ ବ୍ୟବହୃତ ଜିନିଷରେ ଜିଏସଟି ବୃଦ୍ଧି ହେତୁ ଲୋକମାନଙ୍କ ମଧ୍ୟରେ ଆକ୍ରୋଷ ମଧ୍ୟ ଦେଖିବାକୁ ମିଳିଛି । ଏବେ ସୋସିଆଲ ମିଡିଆରେ ଏକ ମେସେଜ ବ୍ୟାପିବାରେ ଲାଗିଛି । ଏଣିକି ସ୍ମଶାନ ସେବାରେ ମଧ୍ୟ ଜିଏସଟି ଆଦାୟ କରାଯିବ । ଏହାଦ୍ୱାରା ଅନ୍ତିମ ସଂସ୍କାର, ସମାଧି, ଶବଦାହ କିମ୍ବା ଶବ ବ୍ୟବଚ୍ଛେଦ ସେବା ଉପରେ ସରକାରଙ୍କ ତରଫରୁ ଜିଏସଟି ଲାଗୁ କରାଯାଇଛି । ତେବେ ଏହା ୧୮ ପ୍ରତିଶତ ଉଚ୍ଚ ଦରରେ ଲାଗୁ ହୋଇଥିବା ଜଣାଯାଇଛି । ଏହାକୁ ନେଇ ସରକାର ମଧ୍ୟ ନିଜର ଉତ୍ତର ରଖିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜରେ ସ୍ମଶାନ ସେବାରେ ୧୮ ପ୍ରତିଶତ ଜିଏସଟି ଲାଗିବା ନେଇ ଦାବି ହୋଇଛି । ଏହି ଜିଏସଟି ଅଧୀନରେ ଅନ୍ତିମ ସଂସ୍କାରରୁ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ବିଭିନ୍ନ ସେବାରେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ । ତେବେ ଏହି ମେସେଜର ସତ୍ୟତାକୁ ନେଇ ପିଆଇବି ଫ୍ୟାକ୍ଟ ଚେକ ଅନୁସନ୍ଧାନ କରିବା ସହ ଏହାକୁ ନେଇ ସୂଚନା ଦେଇଛନ୍ତି ।

ଏହି ମେସେଜର ଅନୁସନ୍ଧାନ ପରେ ଏହାର ବିସ୍ତୃତ ସୂଚନା ଦେଇଛି ପିଆଇବି ଫ୍ୟାକ୍ଟ ଚେକ । କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ମଶାନ ସେବାରେ ୧୮ ପ୍ରତିଶତ ଜିଏସଟି ଲଗାଇବା ନେଇ ପ୍ରସାରିତ ହେଉଥିବା ଏହି ମେସେଜକୁ ଗୁଜବ ବୋଲି ପ୍ରକାଶ କରିଛନ୍ତି । ଏକ ଟ୍ୱିଟର ପୋଷ୍ଟ ଯୋଗେ ଏହି ଦାବିକୁ ଭ୍ରମାତ୍ମକ ବୋଲି ସ୍ପଷ୍ଟ କରିଛନ୍ତି ପିଆଇବି ଫ୍ୟାକ୍ଟ ଚେକ । ତେବେ ଏହି ଖବରକୁ ଆଗକୁ ପ୍ରସାରିତ ନ କରିବାକୁ ପରାମର୍ଶ ଦେଇଛନ୍ତି । ସ୍ମଶାନର କୌଣସି କାର୍ଯ୍ୟରେ ଜିଏସଟି ଲାଗୁ ହୋଇ ନାହିଁ ।

ତେବେ କେବଳ ଏହି ମେସେଜ ନୁହେଁ, ପ୍ରତିଦିନ ଏଭଳି ଅନେକ ମିଥ୍ୟା ଗୁଜବ ଭାଇରାଲ ହୋଇଥାଏ । ତେବେ ଆପଣ ଯଦି ଏଭଳି କିଛି ମେସେଜର ଫ୍ୟାକ୍ଟ ଚେକ ବରିବାକୁ ଚାହୁଁଛନ୍ତି, ତେବେ ପିଆଇବି ଦ୍ୱାରା କରାଇପାରିବେ । ଏଥିପାଇଁ ପିଆଇବି ଫ୍ୟାକ୍ଟ ଚେକର ଅଫିସିଆଲ ଲିଙ୍କhttps://factcheck.pib.gov.in/କୁ ଯାଆନ୍ତୁ । ଏହାବ୍ୟତୀତ ଏହାର ହ୍ୱାଟ୍ସଆପ ନମ୍ବର +918799711259 କିମ୍ବା ଇ-ମେଲ  [email protected] ଜରିଆରେ ମଧ୍ୟ ଆପଣ ଭିଡିଓ ମେସେଜ କରିପାରିବେ ।

Get real time updates directly on you device, subscribe now.