କ’ଣ ଶ୍ରୀଲଙ୍କାରେ ହେବ IPL ୨୦୨୦? ଜାଣନ୍ତୁ BCCIର ଜବାବ୍

ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)କୁ ଆୟୋଜନ କରିବାକୁ ଇଚ୍ଛୁକ ଅଛି ଶ୍ରୀଲଙ୍କା କ୍ରିକେଟ ବା ଏସଏଲସି । ଏସଏଲସି ସଭାପତି ଶ୍ୟାମି ସିଲଭା କହିଛନ୍ତି ଯେ, ଶ୍ରୀଲଙ୍କା ନିଜ ଦେଶରେ ଏହି ଟୁର୍ଣ୍ଣାମେଣ୍ଟ କରିବାକୁ ଚାହିଁଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ଥିବା ବେଳେ ଭାରତରେ ୧୩ ହଜାର ଟପିଲାଣି । କିନ୍ତୁ ବିସିସିଆଇର ଜଣେ ପ୍ରଭାବଶାଳୀ ବ୍ୟକ୍ତି କହିଛନ୍ତି ଯେ, କୋଭିଡ-୧୯ ମହାମାରୀରେ ବିଶ୍ୱ ଫସିଥିବା ବେଳେ ଏଭଳି ପ୍ରସ୍ତାବ ଉପରେ ଚର୍ଚ୍ଚା କରିବାର କିଛି ଲାଭ ନାହିଁ ।

ତେବେ ଆଇପିଏଲ ପୂର୍ବ ନିର୍ଦ୍ଦାରିତ କାର୍ଯ୍ୟକ୍ରମ ଅନୁସାରେ ମାର୍ଚ୍ଚ ୨୯ରୁ ମେ ୨୪ ପର୍ଯ୍ୟନ୍ତ ହେବାର ଥିଲା । କିନ୍ତୁ କରୋନା ଭାଇରସ୍ କାରଣରୁ ତାହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଛି । ପରିସ୍ଥିତି ସ୍ୱାଭାବିକ ହେବା ପରେ ବୋର୍ଡ ଏହାର ଆୟୋଜନ କରିବ ।

Get real time updates directly on you device, subscribe now.