fbpx

ଅଲଗା ହୋଇଯିବେ କି ହାର୍ଦ୍ଦିକ- ନତାଶା, ଭିଡିଓ ଜରିଆରେ ଷ୍ଟେନକୋବିକଙ୍କ ହିଣ୍ଟସ୍‌

Advertisement

ଓଡିଶା ଭାସ୍କର: ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟେନକୋବିକ ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନତାଶା ଓ ହାର୍ଦ୍ଦିକଙ୍କ ବିବାହ ବିଚ୍ଛେଦ ଖବର ବହୁ ଦିନଠୁ ଲାଗି ରହିଛି । ମାତ୍ର ଏହା ଉପରେ ପରଦା ଉଠି ପାରୁ ନାହିଁ । ଉଭୟ ହାର୍ଦ୍ଦିକ ଓ ନାତାଶା ମଧ୍ୟ ଏହାକୁ ନେଇ କିଛି କହି ନାହାନ୍ତି । କେବଳ ଇଙ୍ଗିତ କରୁଛନ୍ତି । ନା ସେମାନେ ଏହାକୁ ନେଇ ହଁ କହିଛନ୍ତି ନା ମନା କରିଛନ୍ତି । ଇତିମଧ୍ୟରେ ନତାଶା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ସେ ମୁସ୍କିଲ ପରିସ୍ଥିତି ଦେଇ ଗତି କରୁଛନ୍ତି । ସେପଟେ ବିଶ୍ୱକପ ବିଜୟ ପରେ ହାର୍ଦ୍ଦିକ ମଧ୍ୟ କିଛି ପୋଷ୍ଟ ସେୟାର କରୁ ନ ଥିବାରୁ ସେ ଟ୍ରୋଲର ଶିକାର ହେଉଛନ୍ତି । ନତାଶା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥିଲେ ବି ନିଜ ପର୍ସନାଲ ଲାଇଫକୁ ନେଇ ସେ ସିଧାସଳଖ କିଛି କହି ନାହାନ୍ତି ।

ନତାଶା ନିଜର ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଛନ୍ତି ଯେ, ସେ ଏକ ଅଦ୍ଭୂତ ପରିସ୍ଥିତିର ସାମ୍ନା କରୁଛନ୍ତି । ସେଥିପାଇଁ ନିଜ କାରରେ ବାଇବେଲ ନେଇକି ଆସିଛନ୍ତି । ଯଦି ଭଗବାନ ଅଛନ୍ତି, ତେବେ ସେ ସବୁକିଛି ଠିକ କରିଦେବେ । ସେ କେବେ ବି ଆମକୁ ଛାଡିବେନି କି ତ୍ୟାଗ କରିବେନି । ନତାଶାଙ୍କ ଏହି ଭିଡିଓ ପରେ ଫ୍ୟାନ୍ସଙ୍କୁ ଲାଗୁଛି ଯେ ସେ ତାଙ୍କ ବିବାହ ବିଚ୍ଛେଦ କଥା ହିଁ କହିଛନ୍ତି ।

Get real time updates directly on you device, subscribe now.