ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା, ଆହତ ହୋଇ ବାହାରିଗଲେ ଏହି ଷ୍ଟାର ବୋଲର
ନ୍ୟୁଜିଲାଣ୍ଡ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୭ ଅଗଷ୍ଟରୁ ଖେଳାଯିବ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା ଲାଗିଛି ।
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଟିମ ଜିମ୍ବାୱେ ଗସ୍ତରେ ଅଛି। ଯେଉଁଠାରେ ଦୁଇ ଦଳ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ଦଳ ୧-୦ରେ ଆଗୁଆ ଅଛି।
ଏବେ ସିରିଜର ଶେଷ ମ୍ୟାଚ୍ ଅଗଷ୍ଟ ୭ରୁ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ କିୱି ଦଳକୁ ଏକ ବଡ଼ ଝଟକା ଲାଗିଛି। ଦଳର ଜଣେ ଷ୍ଟାର ଦ୍ରୁତ ବୋଲର ଆହତ ହୋଇ ଦ୍ୱିତୀୟ ମ୍ୟାଚରୁ ବାହାରି ଯାଇଛନ୍ତି।
ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର Will O’Rourke ଆଘାତ ଯୋଗୁଁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଛନ୍ତି। ପିଠି ଆଘାତ ଯୋଗୁଁ Will O’Rourke ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଛନ୍ତି ଏବଂ ଚିକିତ୍ସା ପାଇଁ ନ୍ୟୁଜିଲାଣ୍ଡ ଫେରିବେ।
ନ୍ୟୁଜିଲାଣ୍ଡ ଟିମ ବୁଧବାର ଏହି ସୂଚନା ଦେଇଛି। ଗତ ମ୍ୟାଚରେ ତାଙ୍କର ପ୍ରଦର୍ଶନ ଉତ୍କୃଷ୍ଟ ଥିଲା। ବୋଲିଂ କରିବା ସମୟରେ ସେ ୨୮ ରନ୍ ଦେଇ ୩ ୱିକେଟ୍ ନେଇଥିଲେ।