fbpx

ଶୀତରେ ଓଠ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଶୀତଦିନେ ପ୍ରାୟତଃ ଓଠ ଫାଟିବା ସମସ୍ୟା ଦେଖାଦେଇଥାଏ । ଏହାର ମୁଖ୍ୟ କାରଣ କ’ଣ ଜାଣନ୍ତି । ଶୀତଦିନେ ମୁଖ୍ୟତଃ ଆମ୍ଭେମାନେ ପାଣି କମ ପିଇଥାଉ । ଫଳରେ ଆମ୍ଭେମାନେ ଓଠ ଶୁଷ୍କ, ଓଠ ଫାଟିବା ଆଦି ରୋଗରେ ଆକ୍ରାନ୍ତ ହେଇଥାଉ । ତେଣୁ ଯଦି ଆପଣମାନେ ନିଜର ଓଠକୁ ଆକର୍ଷଣୀୟ ଓ କୋମଳ କରିବାକୁ ଚାହୁଁଥାନ୍ତି, ତେବେ ପ୍ରତ୍ୟେକ ଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବାକୁ ଜମାରୁ ଭୁଲନ୍ତୁ ନାହିଁ ।
ଆପଣଙ୍କ ତ୍ୱଚା ପରି ଓଠର ମଧ୍ୟ ଯତ୍ନ ନେବା ନିହାତି ଦରକାର । ତେଣୁ ଦୈନଦିନ ଖାଦ୍ୟରେ ଫଳ, ସବୁଜ ପନିପରିବା ସାମିଲ କରିବାକୁ ଭୁଲନ୍ତୁ ନାହିଁ ।
ଓଠରେ ନିୟମିତ ଭାବେ ନଡ଼ିଆ ତେଲ ଲଗାନ୍ତୁ । ଓଠର ଭିତର ଭାଗକୁ ପୋଷକ ତତ୍ତ୍ୱ ମିଳିବା ପାଇଁ ଆପଣ ନାଭିରେ ନଡ଼ିଆ ତେଲ ଲଗାଇବା ଆବଶ୍ୟକ ।
ମେକଅପ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭିଟାମିନ-ଇ ଯୁକ୍ତ ଲିପବାମ ବ୍ୟବହାର କରିବା ଦ୍ୱାରା ଓଠର ସତେଜତା ବୃଦ୍ଧି ହେବା ସହ ଗୋଲାପି ହୋଇଥାଏ ।
ଓଠରେ ମୃତ କୋଷିକା ସୃଷ୍ଟି ହେବା ହିଁ ଓଠ ଫାଟିବାର ଅନ୍ୟ ଏକ କାରଣ ଅଟେ ।
ତେଣୁ ଆପଣମାନେ ମହୁ ଓ ଚିନିରେ ଓଠକୁ ସ୍କ୍ରବ କରନ୍ତୁ । ମହୁ ଓଠକୁ ମୁଲାୟମ ରଖିବାରେ ବହୁତ ସାହାଯ୍ୟ କରେ ।

Get real time updates directly on you device, subscribe now.