fbpx

୫ ହଜାର ଟଙ୍କା ନିବେଶରେ ଆରମ୍ଭ କରନ୍ତୁ ବ୍ୟବସାୟ; ମାସକୁ କରିବେ ଏତିକି ଆୟ

Advertisement

ନୂଆଦିଲ୍ଳୀ: ଚାକିରି ଛାଡି ବ୍ୟବସାୟ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଭାରତ ସରକାର ଆଣିଛନ୍ତି ଏକ ବଢିଆ ଅଫର । ଏହି ଯୋଜନା ଅନୁଯାୟୀ ମାତ୍ର ୫ ହଜାର ଟଙ୍କାର ନିବେଶରେ ନିଜର ବ୍ୟବସାୟ ଆରମ୍ଭ କରିବା ସହିତ ମୋଟା ଅଙ୍କର ଫାଇଦା ହାସଲ କରି ପାରିବେ । ମାତ୍ର ୫ ହଜାର ଟଙ୍କା ବ୍ୟୟରେ ବାର୍ଷିକ ୨ ଲକ୍ଷ ଟଙ୍କାର ଫାଇଦା ହାସଲ କରିହେବ । ଦେଶରେ ବର୍ତ୍ତମାନ ସମୁଦାୟ ୧.୫୫ ଲକ୍ଷ ପୋଷ୍ଟ ଅଫିସ ରହିଛି । ତେବେ ଏହା ସତ୍ତେ୍ୱ ଦେଶର ସବୁ ସ୍ଥାନରେ ପହଞ୍ଚି ପାରି ନାହିଁ ଡାକ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଡାକ ବିଭାଗ ପକ୍ଷରୁ ପୋଷ୍ଟ ଅଫିସ ଫ୍ରାଞ୍ଚାଇଜି ପ୍ରଦାନ କରାଯାଉଛି । ଏହି ଯୋଜନାରେ ଦୁଇ ପ୍ରକାର ଫ୍ରାଞ୍ଚାଇଜି ପ୍ରଦାନ କରାଯାଉଛି । ପ୍ରଥମଟିରେ ପୋଷ୍ଟାଲ ଏଜେଣ୍ଟ ଫ୍ରାଞ୍ଚାଇଜି ଏବଂ ଦ୍ୱିତୀୟଟି ହେଉଛି ଫ୍ରାଞ୍ଚାଇଜି ଆଉଟଲେଟ୍ ।

ଏହି ଫ୍ରାଞ୍ଚାଇଜି ନେବା ପାଇଁ ଜଣଙ୍କୁ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ ।୧୮ ବର୍ଷରୁ ଅଧିକ ହୋଇଥିବା ସହିତ ସର୍ବନିମ୍ନ ଅଷ୍ଟମ ପାଶ କରିଥିବା ନିତାନ୍ତ ଆବଶ୍ୟକ । ପ୍ରଥମେ ଭାରତ ସରକାରଙ୍କ ନିକଟରେ ଆପଣଙ୍କୁ ଆବେଦନ କରିବାକୁ ପଡିବ । ପରେ ଭାରତୀୟ ଡାକ ବିଭାଗ ସହିତ ଏମଓୟୁ ସ୍ୱାକ୍ଷର କରି ଆପଣ ଆଉଟଲେଟ ଆରମ୍ଭ କରି ହେବ । ଏହି ଫ୍ରାଞ୍ଚାଇଜି ପାଇଁ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ କମିଶନରୁ ଅର୍ଥ ଆୟର ରାସ୍ତା ପ୍ରଶସ୍ତ ହୋଇଥାଏ ।

ଏହି ଫ୍ରାଞ୍ଚାଇଜି ପାଇଁ ଆୟ କମିଶନ ଉପରେ ନିର୍ଭର କରିଥାଏ । ପଞ୍ଜୀକୃତ ଆର୍ଟିକିଲ ବୁକିଙ୍ଗ ଉପରେ ୩ଟଙ୍କାର କମିଶନ ମିଳିଥାଏ । ସ୍ପିଡ ପୋଷ୍ଟ ଉପରେ ୫ ଟଙ୍କାର କମିଶନ ମିଳିଥାଏ । ୧୦୦-୨୦୦ ଟଙ୍କାର ମନି ଅର୍ଡର ଉପରେ ୩.୫୦ ଟଙ୍କା ଏବଂ ୨୦୦ରୁ ଅଧିକ ଟଙ୍କାର ମନି ଅର୍ଡର ଉପରେ ୫ ଟଙ୍କାର କମିଶନ ମିଳିଥାଏ । ୧୦୦୦ରୁ ଅଧିକ ସ୍ପିଡ ପୋଷ୍ଟ ଏବଂ ରେଜିଷ୍ଟରଡ ପୋଷ୍ଟ କଲେ ୨୦ ପ୍ରତିଶତ ଅତିରିକ୍ତ ୨୦ ପ୍ରତିଶତ କମିଶନ ମିଳିଥାଏ । ଷ୍ଟାମ୍ପ ଏବଂ ପୋଷ୍ଟାଲ ଷ୍ଟେସନାରୀ ବିକ୍ରି ଉପରେ ୫ ପ୍ରତିଶତର କମିଶନ ମିଳିଥାଏ । ରେଭିନ୍ୟୁ ଷ୍ଟାମ୍ପ, ସେଣ୍ଟ୍ରାଲ ରିକ୍ୟୁଟମେଣ୍ଟ ଷ୍ଟାମ୍ପ ବିକ୍ରି ଉପରେ ୪୦ ପ୍ରତିଶତର କମିଶନ ମିଳିଥାଏ ।

Get real time updates directly on you device, subscribe now.