fbpx

ଆଧାର କାର୍ଡ ସାହାଯ୍ୟରେ ଏହି ୪ଟି ସରକାରୀ ଯୋଜନାର ଉଠାଇପାରିବେ ଲାଭ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଜିର ସମୟରେ ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଘର କିଣିବା ଓ ଗାଡ଼ି କିଣିବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡ ଜରୁରୀ । ତେବେ ଏହି ଆଧାର କାର୍ଡ ଜରିଆରେ ଆପଣ ଅନେକ ସରକାରୀ ଯୋଜନାର ଲାଭ ଉଠାଇପାରିବେ । ଏହା ସହିତ ଆପଣ ଆଧାର ଜରିଆରେ ବ୍ୟାଙ୍କ ଖାତା, ଗ୍ୟାସ କନେକ୍ସନ୍ ଓ ରେଳ ଟିକେଟ୍ ବୁକ୍ କରିପାରିବେ । ତାହେଲେ ଆଜି ଜାଣିବା ଆଧାର ଦ୍ୱାରା ମିଳିପାରୁଥିବା ୪ଟି ବଡ଼ ଲାଭ ସମ୍ପର୍କରେ ।

୧. ଯଦି ଆପଣ ପାନ୍ କାର୍ଡ ତିଆରି କରିବାକୁ ଚାହୁଁଛନ୍ତି ତାହେଲେ ଆଧାର କାର୍ଡର ଆବଶ୍ୟକତା ହୋଇଥାଏ । ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବା ଖୁବ୍ ସହଜ । ଆଉ ଏହା କରିବା ନିହାତି ଜରୁରୀ । ନଚେତ୍ ଆପଣଙ୍କ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ ।

୨. ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଉଛି । ହେଲେ ଏଥିପାଇଁ ଆଧାର ଥିବା ନିହାତି ଆବଶ୍ୟକ । ଏହା ବ୍ୟତୀତ ଆପଣ ଯଦି ନିଜର ନୂଆ ଗ୍ୟାସ କନେକ୍ସନ୍ ଆଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଖରେ ଆଧାର କାର୍ଡ ରହିବା ନିହାତି ଜରୁରୀ ।

୩. ବ୍ୟାଙ୍କରେ ଖାତା ଖୋଲିବାକୁ ଚାହୁଁଥିଲେ ଆଧାର କାର୍ଡର ନିଶ୍ଚିତ ଆବଶ୍ୟକତା ରହିଛି । ଏହା ସହିତ ଅଧିକ ଟଙ୍କାର ଟ୍ରାନଜାକ୍ସନ୍ ପାଇଁ ମଧ୍ୟ ଆଧାର ଜରୁରୀ ।

୪. ଯଦି ଆପଣ ଉଚ୍ଚ ଶିକ୍ଷା ପାଇଁ ସ୍କୁଲ କିମ୍ବା କଲେଜ୍ ରେ ଆଡମିଶନ୍ କରିବାକୁ ଚାହୁଁଛନ୍ତି ତାହେଲେ ଫର୍ମ ଭରିବା ସମୟରେ ଆଧାରର ଆବଶ୍ୟକତା ପଡ଼ିଥାଏ । ଏହା ବ୍ୟତୀତ ରେଳରେ ଯାତ୍ରା କରିବା ପାଇଁ ଟିକେଟ ବୁକିଂ ସମୟରେ ମଧ୍ୟ ଆଧାର ଜରୁରୀ । ବିଦେଶ ଯାତ୍ରା ସମୟରେ ମଧ୍ୟ ଆଧାର କାର୍ଡ ଆବଶ୍ୟକ ହୁଏ ।

Get real time updates directly on you device, subscribe now.