fbpx

ଏମାନେ ଆତଙ୍କବାଦକୁ ଅର୍ଥ ଓ ଆଶ୍ରୟ ଦେଉଛନ୍ତି, ୟୁଏନରେ ଆତଙ୍କର ଜନନୀ ଉପରେ ବର୍ଷିଲା ଭାରତ

Advertisement

ନୂଆଦିଲ୍ଲୀ : ପାକିସ୍ତାନର ନାମ ନନେଇ ଭାରତ ମିଳିତ ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗରେ ରୋକ ଠୋକ୍ ଶୁଣାଇଛି। ଭାରତ ମିଳିତ ଜାତିସଂଘରେ କହିଛି,  ଗତ ଅନେକ ଦଶନ୍ଧି ଧରି ଭାରତ ସୀମାପାର ଆତଙ୍କବାଦର ଶିକାର ହେଉଛି। କିଛି ଦେଶ ଆତଙ୍କବାଦ ଗତିବିଧିକୁ ସମର୍ଥନ କରିବା ସହ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି। ତେଣୁ ଏମିତି ଦେଶ ସ୍ପଷ୍ଟ ଭାବେ ଦୁନିଆରେ ଆତଙ୍କ ପାଇଁ ଦୋଷୀ। ଭାରତ ସ୍ପଷ୍ଟ ଭାବେ ନାମ ନନେଇ ଥିଲେ ମଧ୍ୟ ଏହାର ଇସାରା ପାକିସ୍ତାନ ପ୍ରତି ଥିଲା।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ଟିଏସ ତିରୁମୂର୍ତ୍ତି ଦ୍ଵିତୀୟ ଆତଙ୍କବାଦ ନିରୋଧ ସପ୍ତାହ ଅବସରରେ  ‘କୋଭିଡ୍-୧୯ ପରର ପରିଦୃଶ୍ୟରେ ଆତଙ୍କବାଦର  ବିତ୍ତପୋଷିତର ମୁକାବିଲା‘ ଶୀର୍ଷକକୁ ନେଇ ଆୟୋଜିତ ଉଚ୍ଚସ୍ତରୀୟ ଅନଲାଇନ କାର୍ଯ୍ୟକ୍ରମରେ କହିଛନ୍ତି, ଆତଙ୍କବାଦର ଆସନ୍ନ ବିପଦର ସଫଳତାପୂର୍ବକ ମୁକାବିଲା ପାଇଁ ଆତଙ୍କବାଦୀଙ୍କ ପର‌୍ୟ୍ୟନ୍ତ ପହଞ୍ଚୁଥିବା ଆର୍ଥିକ ସହାୟତାକୁ ପ୍ରଥମେ ରୋକିବା ମହତ୍ଵପୂର୍ଣ୍ଣ।

ତିରୁମୂର୍ତ୍ତି ଶୁକ୍ରବାର କହିଛନ୍ତି, ଭାରତ ଗତ ଅନେକ ଦଶନ୍ଧି ଧରି ଆତଙ୍କବାଦର ଶିକାର ହୋଇ ଆସିଛି। ବିଶେଷ କରି ଦେଶ ସୀମାପାର ଆତଙ୍କବାଦର ଶିକାର ହୋଇ ଚାଲିଛି। ସେ କହିଛନ୍ତି, କିଛି ଦେଶ ଏମିତି, ଯେଉଁମାନେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ଲାଗିଛନ୍ତି। କିନ୍ତୁ ଏହାକୁ ରୋକିବା ପାଇଁ ଜରୁରୀ କ୍ଷମତା ଓ ଆଇନ ପରିଚାଳନା ଢାଞ୍ଚାର ଅଭାବ ରହିଛି। ଅନ୍ୟପଟେ ଯେଉଁ କିଛି ଦେଶ ଆତଙ୍କବାଦକୁ ସହାୟତା ଦେଉଛନ୍ତି ଏବଂ ଆଶ୍ରୟ ଦେଉଛନ୍ତି ସେମାନେ ସ୍ପଷ୍ଟ ଭାବେ ଦୋଷୀ ବୋଲି ତିରୁମୂର୍ତ୍ତି କହିଛନ୍ତି।

ସେ କହିଛନ୍ତି, ଆମକୁ ଅକ୍ଷମ ଦେଶର କ୍ଷମତାକୁ ନିଶ୍ଚିତ ରୂପେ ବଢାଇବା ଉଚିତ୍। କିନ୍ତୁ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ସାର୍ବଜନୀନ ଭାବେ ଦୋଷୀର ନାମ ସ୍ପଷ୍ଟ ଭାବେ ନେବା ଉଚିତ୍। ତାଙ୍କର ଏହି ଟିପ୍ପଣୀ ସ୍ପଷ୍ଟ ଭାବେ ପାକିସ୍ତାନ ପ୍ରତି ଇଙ୍ଗିତ ଥିବା କୁହାଯାଉଛି। ତିରୁମୂର୍ତ୍ତି ଆତଙ୍କବାଦକୁ ଅର୍ଥ ଉପଲବ୍ଧ କରାଯାଉଥିବା ବିରୋଧରେ ଅନ୍ତରାଷ୍ଟ୍ରୀୟ ସହଯୋଗ, ଆର୍ଥିକ କାର୍ଯ୍ୟାନୁଷ୍ଠାନ ବଳ(ଏଫଏଟିଏଫ)କୁ ମଜବୁତ କରିବା ଓ ମିଳିତ ଜାତିସଂଘର ଆତଙ୍କବାଦ ନିରୋଧ ଢାଞ୍ଚାକୁ ଅଧିକ ଅର୍ଥ ଉପଲବ୍ଧ କରାଇବା ଆବଶ୍ୟକତା  ଉପରେ ଜୋର ଦେଇଛନ୍ତି।

Get real time updates directly on you device, subscribe now.