fbpx

ବିଚ୍ ରାସ୍ତାରେ ସ୍ୱିଗି ଡେଲିଭରି ବଏକୁ ଜୋତାରେ ପିଟିଲେ ମହିଳା: ଅଭଦ୍ର ଭାଷାରେ କଲେ ଗାଳି, ଭିଡିଓ ଭାଇରାଲ

ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରୁ ରେକର୍ଡ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବାଇକ ଚାଳକ ଡେଲିଭରି ବଏକୁ ବିଚ୍ ରାସ୍ତାରେ ଜଣେ ମହିଳା ଜୋତାରେ ପିଟୁଥିବା ନଜର ଆସିଛି । ସେହି ମହିଳା ଜଣକ କିଏ, ସେନେଇ କୌଣସି ଖବର ମିଳିପାରି ନାହିଁ । କିନ୍ତୁ ଯେଉଁଭଳି ଭାବେ ସେ ସ୍ୱିଗି ଡେଲିଭରି ବଏକୁ ପିଟିଛନ୍ତି, ତାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ।

କୁହାଯାଉଛି ଯେ, ରସଲ ଛକ ପାଖରେ ଯେବେ ମହିଳା ନିଜ ଗାଡ଼ିରେ ଯାଉଥିଲେ, ସେବେ ଭୁଲ ପାଶ୍ୱର୍ରୁ ବାଇକ ଚଳାଉଥିବା ଜଣେ ସ୍ୱିଗି ଡେଲିଭରି ଯୁବକ ଆସିଥିଲେ । ଏହି କାରଣ ଯୋଗୁଁ ଯୁବକ ଓ ମହିଳାଙ୍କ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲା ଓ ମହିଳା ଜଣକ ଗାଡ଼ିରୁ ଖସିପଡିଥିଲେ । ଏହା ପରେ ମହିଳା ଜଣକ ଉଠିପଡ଼ି ଚପଲରେ ଡେଲିଭଳି ବଏକୁ ମାଡ଼ ମାରିଥିଲେ ।

युवती काफी देर तक बीच सड़क डिलीवरी बॉय को पीटती रही।

ସେଠାରେ ଉପସ୍ଥିତ ଥିବା ଲୋକମାନେ ମହିଳାଙ୍କୁ ବୁଝାଇଥିଲେ ବିି, ସେ ଶୁଣିବାକୁ ପ୍ରସ୍ତୁତ ନଥିଲେ ଓ ଯୁବକଙ୍କୁ ମାଡ଼ ମାରିଚାଲିଥିଲେ । କେବଳ ମାଡ଼ ନୁହେଁ, ମହିଳା ଜଣକ ସ୍ୱିଗି ଡେଲିଭରି ବଏକୁ ଅଭଦ୍ର ଭାଷାରେ ଗାଳି କରିଥିବା ଭିଡିଓରେ ଶୁଣବାକୁ ମିଳିଛି । କୁହାଯାଉଛି ଯେ, ମହିଳା ମୋବାଇଲ ଫୋନରେ କଥା ହୋଇ ଗାଡ଼ି ଚଳାଉଥିଲେ । ସେହି ସମୟରେ ତାଙ୍କର ଯୁବକଙ୍କ ସହ ଧକ୍କା ହୋଇଥିଲା । କିନ୍ତୁ ମହିଳା ଜଣକ ନିଜ ଭୁଲକୁ ମାନିବାକୁ ନାରାଜ ଥିଲେ ।

ମହିଳାଙ୍କ ମାଡ଼ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଯୁବକ ଜଣକ ମହିଳାଙ୍କ ବିରୋଧରେ ଥାନାରେ ଏଫଆଇଆର ରୁଜୁ କରିଛନ୍ତି । ମହିଳା ମୁହଁରେ ଷ୍ଟଲ ବାନ୍ଧିଥିବାରୁ ତାଙ୍କର ପରିଚୟ ଜଣାପଡିନାହିଁ । ଭିଡିଓ ଭାଇରାଲ ହେବା ଓ ଯୁବକଙ୍କ ଏଫଆଇଆର ପରେ ପୋଲିସ ମହିଳାଙ୍କୁ ଖୋଜିବାରେ ଲାଗିପଡିଛି ।

https://dainik-b.in/Z0xU0O37epb

Get real time updates directly on you device, subscribe now.