ମା’-ପୁଅଙ୍କ ୨୨ ବର୍ଷର ଅନୈତିକ ସମ୍ପର୍କ, ଦେଖିଦେଲା ସ୍ତ୍ରୀ, ପ୍ରଶ୍ନ କଲା ତୁମ ଭାଇ-ଭଉଣୀ ତାହାଲେ ତୁମ ସନ୍ତାନ?

ମାଆ-ସହ ପୁଅକୁ ଅନୈତିକ ଅବସ୍ଥାରେ ଦେଖିଦେଲା ସ୍ତ୍ରୀ।

ନୂଆଦିଲ୍ଲୀ:  ସାମ୍ନାକୁ ଆସିଲା ଏକ ରୋଚକ ଘଟଣା। ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଯେଉଁଠି ମା’ ଓ ପୁଅର ସମ୍ପର୍କକୁ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ସେଠି ୨୨ ବର୍ଷ ଧରି ମା’ ପୁଅଙ୍କର ରହିଛି ଅନୈତିକ ସମ୍ପର୍କ।

ପୁଅ ଜଣକ ବିବାହିତ। ତାଙ୍କର ପିଲା ଛୁଆ ବି ଅଛନ୍ତି। ହେଲେ ସେ କିନ୍ତୁ ମାଆ ପ୍ରେମରେ ଉବୁଟୁବୁ। ଆଉ ଚୋର ଘର ଅନ୍ଧାର ନଥିବା ଭଳି ଦିନେ ଧରା ପଡିଗଲେ ମାଆ ପୁଅ। ତାହା ପୁଣି ପୁଅର ସ୍ତ୍ରୀ ହାତରେ। ଆଉ ଯାହାପରେ ଆରମ୍ଭ ହେଲା ତାଣ୍ଡବ।

@blownupmarriage1 ନାମକ ଜଣେ ୟୁଜର୍ସ ବର୍ଣ୍ଣନା କରିଛନ୍ତି କିପରି ତାଙ୍କ ସ୍ୱାମୀ ଦୀର୍ଘ ୨୨ ବର୍ଷ ଧରି ତାଙ୍କ ନିଜ ମା’ଙ୍କ ସହ ଖରାପ ସମ୍ପର୍କ ରଖି ଆସୁଥିଲେ। ଦିନେ ମହିଳା ଜଣକ ଘରେ ନଥିବା ବେଳେ ଅନୈତିକ କାମ କରୁଥିଲେ ମା’ ପୁଅ।

ହେଲେ ଠିକ୍ ସେହି ସମୟରେ ଘରର ବୋହୁ ଅର୍ଥାତ୍ ଯୁବକଙ୍କ ସ୍ତ୍ରୀ ଘରକୁ ଫେରି ଆସିଥିଲେ। ଆଉ ଘରକୁ ଆସିବା ପରେ ତାଙ୍କ ବେଡରୁମରେ ସେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା।

କାରଣ ତାଙ୍କ ଆଖି ଆଗରେ ସେ ନିଜ ସ୍ୱାମୀଙ୍କ ତାଙ୍କ ମାଆଙ୍କ ସହ ଦେଖିଲେ, ତାହା ପୁଣି ଅନୈତିକ ଅବସ୍ଥାରେ। ହେଲେ ମାଆ ଜଣଙ୍କ ମୁହଁରେ ଟିକେ ହେଲେ ବି ଲାଜ ସରମ ନଥିଲା। ଆହୁରି ମୁହଁ ଫୁଟାଣି ମାରି ବୋହୂ ଆଗରେ ଚାଲିଗଲେ।

ଆଉ ଯେତେବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଏହି ସମ୍ପର୍କ ବାବଦରେ ପଚାରିଲେ, ସେତେବେଳେ ଯୁବକ ଜଣକ ସବୁ ସତ ମାନିଥିଲେ। ଆଉ ସେମାନେ ଦୀର୍ଘ ୨୨ ବର୍ଷ ହେବ ଏପରି ସମ୍ପର୍କରେ ଥିବା ସ୍ୱୀକାର କରିଥିଲେ।

ତାପରେ ତାଙ୍କ ସ୍ତ୍ରୀ ପ୍ରଶ୍ନ କରିଥିଲେ, ତାହାଲେ କ’ଣ ତୁମ ମାଆଙ୍କର ଆଉ ଯେଉଁ ସନ୍ତାନ ଅଛନ୍ତି ତାହା ତୁମର ସନ୍ତାନ। ଏହାପରେ ସ୍ତ୍ରୀ ଜଣକ ତାଙ୍କ ସ୍ୱାମୀଙ୍କୁ ଡିଭୋର୍ସ ଦେଇ ଦେଇଥିଲେ। ଏବଂ ତାଙ୍କ ଶ୍ୱଶ୍ୱର ମଧ୍ୟ ତାଙ୍କ ଶାଶୁଙ୍କ ପାଖରୁ ସବୁ ସମ୍ପର୍କ କାଟିଦେଲେ।