fbpx

ଓଜନ କମାଇବା ନିଶାରେ ‘ସ୍ପେଶାଲ’ ମସାଜ୍ କରୁଥିଲେ : ଫାଟିଗଲା ମହିଳାଙ୍କ କିଡନୀ !

ମଣିଷ ସୁନ୍ଦର ଦେଖାଯିବାକୁ କ’ଣ ବା ନକରୁଛି । କେତେକ ନିଜ ମୁହଁ ଓ ଗଠନକୁ କସମେଟିକ୍ ସର୍ଜରୀ କରି ବଦଳାଇ ଦେଉଛନ୍ତି ତ’ ଆଉ କେତେକ ପତଳା ହେବା ପାଇଁ ଖାଇବା-ପିଇବା ଛାଡ଼ି ଦେଉଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ଆବଶ୍ୟକତାଠାରୁ ଅଧିକ ବ୍ୟାୟାମ କରୁଛନ୍ତି ଓ ପୋଷକ ତତତ୍ତ୍ୱ ମଧ୍ୟ ଛାଡିଦେଉଛନ୍ତି । ଏବେ ସାମ୍ନାକୁ ଏକ ଅଜବ ଘଟଣା ଆସିଛି, ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପତଳା ହେବା ନିଶାରେ ଜଣେ ମହିଳା ‘ସ୍ପେଶାଲ’ ମସାଜ୍ କରୁଥିଲେ, କିନ୍ତୁ ଏଥିରେ ତାଙ୍କ କିଡନୀ ଫାଟିଯାଇଥିବା ଜଣାପଡିଛି ।

ଓଜନ କମାଇବାକୁ ଅଧିକ ବ୍ୟାୟାମ ଓ କ୍ରାସ୍ ଡାଏଟିଂ ପରେ ଜଣେ ମହିଳା ସ୍ପେଶାଲ ମସାଜ୍ କରିଥିଲେ, ଯାହାପରେ ତାଙ୍କୁ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା । ମେଡିକାଲରେ ଡାକ୍ତରମାନେ ସ୍କାନ କରିବାରୁ କିଡନୀ ଫାଟିଯାଇଥିବା ଜଣାପଡିଲା । ଏହି ଘଟଣା ଚୀନର ଜେଜିଆଙ୍ଗ ଅଞ୍ଚଳର ହାଙ୍ଗଜୋରରେ ଥିବା ଏକ ସେଲୁନରେ ଘଟିଛି, ଯେଉଁଠାରେ ମହିଳାମାନଙ୍କୁ ଖାସ କରି ଓଜନ ହ୍ରାସ କରିବାର ମସାଜ୍ ଦିଆଯାଉଥିଲା ।

ସୂଚନା ଅନୁସାରେ, ୪୧ ବର୍ଷୀୟା ମହିଳା ହାଙ୍ଗଜୋରେ ଏକ ସେଲୁନରେ ଓଜନ କମାଇବା ପାଇଁ ‘ସ୍ପେଶାଲ’ ମସାଜ୍ ନେବାକୁ ଯାଇଥିଲେ । ତାଙ୍କ ତଳ ପେଟରେ ମସାଜ ଚାଲିଥିବା ବେଳେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଯେବେ ମସାଜ୍ କରୁଥିବା ଲୋକଙ୍କୁ ସେ ଏହାର ଅଭିଯୋଗ କଲେ, ଶରୀରରୁ ଚର୍ବି ମୁକ୍ତ ହେବା କାରଣରୁ ଏପରି ହେଉଛି ବୋଲି ସେ ଉତ୍ତର ଦେଇଥିଲେ । ମସାଜ୍ ସମୟରେ ମହିଳାଙ୍କୁ ଏତେ ଯନ୍ତ୍ରଣା ହୋଇଥିଲା କି, ସେଚ ଠିଆ ବି ହୋଇପାରୁନଥିଲେ । ତାଙ୍କଠାରେ ବାନ୍ତି ଓ ଡାଇରିଆ ଲକ୍ଷଣ ଦେଖାଦେଇଥିଲା । ପରିବାର ସହ ମହିଳା ମେଡିକାଲରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କର ସ୍କାନ କରିଥିଲେ, ଯେଉଁଥିରେ ତାଙ୍କ କିଡନୀ ଫାଟି ଯାଇଥିବା ଜଣାପଡିଥିଲା ।

ଡାକ୍ତରମାନେ କହିଥିଲେ ଯେ, ଜୋର ଜୋରରେ ମସାଜ ଯୋଗୁଁ ମହିଳାଙ୍କ କିଡନୀରେ ଥିବା ବେନିନ୍ ଟ୍ୟୁମର୍ ଫାଟି ଯାଇଥିଲା ଏବଂ ରକ୍ତସ୍ରାବ ଆରମ୍ଭ ହୋଇଥିଲା । ଡାକ୍ତରଙ୍କ କହିବାନୁସାରେ, ଏହା ଏକ ବିପଦଜନକ ଟ୍ୟୁମର ନୁହେଁ ଏବଂ ଏଥିରେ କୌଣସି କ୍ଷତି ହୁଏନାହିଁ । ଯଦି ମସାଜ୍ ତୀବ୍ର ହୋଇନଥାନ୍ତା, ତେବେ ଏହା ଫାଟିନଥାନ୍ତା । ବର୍ତ୍ତମାନ ମହିଳାଙ୍କୁ ଅପରେସନ୍ କରାଯାଇଛି ଏବଂ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.