ସନାତନ ଧର୍ମକୁ ଫେରିବାରୁ ମହିଳାଙ୍କୁ ହତ୍ୟା ଧମକ, “ତୁମ ଗୋଡ଼ କାଟିଦେବୁ, ଦେଖିବା କୋଉ ମୋଦି ତୁମକୁ ବଞ୍ଚେଇବ”

ଛାଙ୍ଗୁର ବାବା ଦେଉଥିଲେ ଅକଥନୀୟ ନିର୍ଯ୍ୟାତନା। ଗଣଦୁଷ୍କର୍ମ, ସିଗାରେଟ୍ ଚେଙ୍କ ଦେବା ଏବଂ ଭିଡିଓ କରି ବ୍ଲାକମେଲିଂ କରିବାର ମଧ୍ୟ ଅଭିଯୋଗ ରହିଛି।

ନୂଆଦିଲ୍ଲୀ: “ତୋ ଗୋଡ଼ କାଟି ଦେବୁ, ଦେଖିବା କୋଉ ମୋଦି କିମ୍ୱା କୋଉ ଯୋଗୀ ଆସି ତତେ ବଞ୍ଚେଇବ”। ସନାତନ ଧର୍ମକୁ ଫେରିବା ପରେ ପୀଡିତାଙ୍କୁ ସାଉଦିରୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

ଅବୈଧ ଧର୍ମାନ୍ତରୀକରଣ ରାକେଟ୍ ଚଳାଇବା ଅଭିଯୋଗରେ ଧରାପଡ଼ିଥିବା ଜଲାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଅନେକ ଖୁଲାସା ହେଉଛି।

ବାବାଙ୍କ ନାଁରେ ଅଭିଯୋଗ: ଆଉ ଏହାରି ଭିତରେ ଜଣେ ପିଡୀତା ମହିଳା ଛାଙ୍ଗୁରଙ୍କ ଉପରେ ତାଙ୍କୁ ଧର୍ମାନ୍ତରୀକରଣ କରିବାକୁ ବାଧ୍ୟ କରୁଥିଲେ। ଏହାସହ ତାଙ୍କ ସହଯୋଗୀମାନେ ଗଣଦୁଷ୍କର୍ମ ଭଳି ଅନେକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ମହିଳା।

ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ଧର୍ମକୁ ଫେରିଲେ, ତାଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସିବା ଆରମ୍ଭ ହୋଇଥିଲା। ଫୋନ୍ କରିଥିବା ବ୍ୟକ୍ତି ମହିଳାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ, ଦେଖାଯାଉ ତୁମର ଯୋଗୀ ତୁମକୁ ରକ୍ଷା କରିବେ ନା ମୋଦି ତୁମକୁ ରକ୍ଷା କରିବେ।

ମହିଳା ଜଣକ କଣ କହିଲେ: ପୀଡିତା ମହିଲା କହିଛିନ୍ତି ଯେ, ଛାଙ୍ଗୁର ବାବା ଏବଂ ତାଙ୍କ ସହଯୋଗୀମାନେ ହଜାର ହଜାର ମହିଳାଙ୍କୁ ଧର୍ମାନ୍ତରୀକରଣ କରିଛନ୍ତି।

ଛାଙ୍ଗୁର ଗ୍ୟାଙ୍ଗ ଯୁବତୀମାନଙ୍କୁ ଶୋଷଣର ଶିକାର କରିଥିଲେ। ଏହି ଘଟଣା ଜଣାପଡିବା ପରେ ଅନେକ ମହିଳା ମନ୍ଦିରକୁ ଯାଇ ପୂଜା କରି ସନାତନ ଧର୍ମକୁ ଫେରି ଆସିଥିଲେ। ଏହାପରେ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଆସିଥିଲା।

ପୀଡିତା କହିଛନ୍ତି ଯେ “ଘରକୁ ଫେରିବା ପରେ, ତାଙ୍କୁ ଏକ ସାଉଦି ନମ୍ବରରୁ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା ଏବଂ ତାଙ୍କୁ ଧମକ ଦିଆଯାଇଥିଲା ଯେ ପ୍ରଥମେ ତୁମକୁ ଏହି ଦୁନିଆରୁ ଉପରକୁ ପଠାଇଦେବୁ।

ଦେଖାଯାଉ ତୁମର ଯୋଗୀ ତୁମକୁ ରକ୍ଷା କରୁଛନ୍ତି ନା ମୋଦି ତୁମକୁ ରକ୍ଷା କରୁଛନ୍ତି।” ମହିଳା ଜଣକ ଛାଙ୍ଗୁର ଗ୍ୟାଙ୍ଗ ଉପରେ ଗଣଦୁଷ୍କର୍ମ, ସିଗାରେଟ୍ ଚେଙ୍କ ଦେବା ଏବଂ ଭିଡିଓ ସହିତ ବ୍ଲାକମେଲିଂ କରିବାର ମଧ୍ୟ ଅଭିଯୋଗ କରିଛନ୍ତି। ପୀଡିତାମାନେ ସେମାନଙ୍କ ପାଇଁ ନ୍ୟାୟ ଏବଂ ଦୋଷୀମାନଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି।