fbpx

ସ୍ୱାମୀଙ୍କ ସହ ଝଗଡା ପରେ ୫ ସନ୍ତାନଙ୍କୁ ଗଙ୍ଗାରେ ଭସାଇଦେଲେ ମହିଳା: ଉଦ୍ଧାର କାର୍ଯ୍ୟ ଜାରି

ଭଦୋହୀ,୧୨ ।୪: ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲାର ଗୋପୀଗଞ୍ଜ କୋଟୱାଲୀ କ୍ଷେତ୍ରରେ ଥିବା ଜାହାଙ୍ଗୀରବାଦ ଗଙ୍ଗା ଘାଟରେ ଏକ ଅଦ୍ଭୁତ ଘଟଣା ଘଟିଯାଇଛି । ସ୍ୱାମୀଙ୍କ ସହ ଝଗଡା ପରେ ୫ ସନ୍ତାନଙ୍କୁ ଗଙ୍ଗା ନଦୀରେ ଭସାଇଦେଇଛନ୍ତି ଜଣେ ମହିଳା । ଅଗ୍ନିଶମ ବାହିନୀ ସହାୟତାରେ ୫ ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମହିଳାଙ୍କ କହିବା ମୁତାବକ, ସ୍ୱାମୀଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହି କାରଣରୁ ସେ ତାଙ୍କର ୫ ସନ୍ତାନଙ୍କୁ ଭଙ୍ଗାରେ ଭସାଇଦେଲେ ।

ମହିଳା ଜଣକ ଭଦୋହୀ ଜିଲାର ଗୋପୀଗଞ୍ଜ ଥାନା ଅନ୍ତର୍ଗତ ଜହାଙ୍ଗୀରବାଦ ଗାଁର ମୃଦୁଳ ଯାଦବଙ୍କ ପତ୍ନୀ ମଞ୍ଜୁ ଯାଦବ। ଶନିବାର ବିଳମ୍ବିତ ରାତିରେ ସେ ତାଙ୍କ ୫ ପିଲା ଶିବ ଶଙ୍କର(୬), କେଶବ ଯାଦବ(୩), ଆରତୀ(୧୧), ସରସ୍ବତୀ(୭) ଏବଂ ମାତେଶ୍ବରୀ(୫)ଙ୍କୁ ଧରି ଘରୁ ପଳାଇ ଆସିଥିଲେ। ପିଲାମାନଙ୍କ ମଧ୍ୟରେ ୩ କନ୍ୟା ସନ୍ତାନ ଥିବାବେଳେ ୨ ଶିଶୁପୁତ୍ର ଥିଲେ। ମହିଳା ମଞ୍ଜୁ ଯାଦବ କହିଛନ୍ତି ଯେ ପ୍ରଥମେ ସେ ତିନି ପିଲାଙ୍କୁ ଗଙ୍ଗାରେ ଫିଙ୍ଗି ଦେଇଥିଲେ, ଏହା ପରେ ସେ ଅନ୍ୟ ଦୁଇ ପିଲାଙ୍କୁ ଗଙ୍ଗା ଭିତରକୁ ଫିଙ୍ଗି ଦେଇଥିଲେ ଏବଂ ପରେ ସେ ତାଙ୍କ ଘରକୁ ଆସିଥିଲେ। ଯେତେବେଳେ ମହିଳା ପିଲାମାନଙ୍କ ସହ ଗଙ୍ଗା ଘାଟରେ ପହଞ୍ଚିଥିଲେ ସେତେବେଳେ ତାଙ୍କ ସ୍ୱାମୀ ଘରେ ନଥିଲେ। ପରିବାର ଓ ଗ୍ରାମବାସୀଙ୍କ ନିକଟରେ ଖବର ଆସିବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

Get real time updates directly on you device, subscribe now.