fbpx

ସେକ୍ସ ସମୟରେ ଯୁବକଙ୍କ ହାତ- ଗୋଡ ବାନ୍ଧିଲେ ମହିଳା, ଠପ୍ କରି ଚାଲିଗଲା ଜୀବନ

ସେକ୍ସ ସମୟରେ ଚାଲିଗଲା ଯୁବକଙ୍କ ଜୀବନ । ମହାରାଷ୍ଟ୍ରର ନାଗପୁରରେ ୩୦ ବର୍ଷୀୟ ଜଣେ ଯୁବକ ସେକ୍ସ କରୁଥିବା ସମୟରେ ବେକରେ ବନ୍ଧା ହୋଇଥିବା ଦଉଡିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରିପୋର୍ଟ ମୁତାବକ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ମହିଳା ଜଣ ବିବାହିତ ଥିବା ବେଳେ ଅନ୍ୟ ଯୁବକ ସହ ତାଙ୍କର ସମ୍ପର୍କ ଥିଲା । ଗୁରୁବାର ରାତିରେ ସେ ଦୁହେଁ ଏକାଠି ରହିବା ପାଇଁ ଏକ ଲଜ୍ ବୁକ୍ କରିଥିଲେ ।

ନାଗପୁର ଖାପରଖେଡାର ଏକ ଲଜରେ ଶୁକ୍ରବାର ଦିନ ଯୁବକର ମୃତ୍ୟୁ ହୋଇଥିଲା । ମହିଳା ଓ ଯୁବକ ମଧ୍ୟରେ ଗତ ୫ ବର୍ଷ ଧରି ସମ୍ପର୍କ ଥିଲା । ମହିଳା ଜଣକ ନାଇଲନର ଦଉଡି ସାହାର୍ଯ୍ୟରେ ଯୁବକର ହାତ ଓ ଗୋଡକୁ ଚେୟାରରେ ବାନ୍ଧିଥିଲେ । ରୋମାଞ୍ଚ ପାଇବା ପାଇଁ ମହିଳାଜଣକ ଯୁବକଙ୍କ ବେକରେ ଆଉ ଏକ ଦଉଡି ବାନ୍ଧିଥିବା ଅଭିଯୋଗ ହୋଇଛି ।

ପୋଲିସର କହିବା ମୁତାବକ, ଯୁବକ ଜଣକ ବନ୍ଧା ହୋଇଥିବା ବେଳେ ମହିଳା ଜଣକ ବାଥରୁମ୍ ଯାଇଥିଲେ । ଏହି ଅମସୟରେ ଯେଉଁ ଚେୟାରରେ ଯୁବକ ବନ୍ଧା ହୋଇଥିଲା, ତାହା ଖସିଯାଇଥିଲା । ଏହି କାରଣରୁ ଯୁବକଙ୍କ ବେକରେ ବନ୍ଧା ହୋଇଥିବା ଦଉଡି ଟାଣି ହୋଇଥିଲା । ଯେବେ ମହିଳା ବାଥରୁମରୁ ବାହାରକୁ ଆସିଲେ, ସେବେ ନିଜ ପାର୍ଟନରକୁ ତଳେ ବେହୋସ୍ ହୋଇ ପଡିଥିବାର ଦେଖିଲେ । ପରେ ପହିଳା ଜଣକ ରୁମ୍ ସର୍ଭିସକୁ ଡାକିଥିଲେ ।

ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଥିଲା । ଏହି ଘଟଣା ପରେ ପୋଲିସ ଉକ୍ତମହିଳାଙ୍କୁ ହିରାସତରେ ନେଇ ପଚରାଉଚରା କରୁଛି । ଅନ୍ୟପଟେ ଯୁବକର ପୋଷ୍ଟମର୍ଟମ ପାଇଁ ମଧ୍ୟ ପଠାଯାଇଛି । ପୋଲିସ ସମସ୍ତଙ୍କ ବୟାନ ରେକର୍ଡ କରି ଉଭୟ ମହିଳା ଓ ତାଙ୍କ ପାର୍ଟନରଙ୍କ ମୋବାଇଲ ଜବତ କରିଛି ।

Get real time updates directly on you device, subscribe now.