fbpx
BJD SKY
BJD SKY

ମିଳିଲା ମହିଳାଙ୍କ କଟାମୁଣ୍ଡ

BJD

ଭୁବନେଶ୍ୱର,୧୧ ।୨: ଭୁବନେଶ୍ୱର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଭରତପୁର ଜଙ୍ଗଲରୁ ମିଳିଛି ମୃତ ମହିଳାଙ୍କ କଟାମୁଣ୍ଡ । ଶରୀର ପଡିଥିବା ସ୍ଥାନର ୨ କିଲୋମିଟର ଦୂରରୁ ମିଳିଛି କଟାମୁଣ୍ଡ । ସିନ୍ ରି-କ୍ରିଏସନରେ କଟାମୁଣ୍ଡ ଦେଖାଇଛନ୍ତି ୨ ଅଭିଯୁକ୍ତ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସହ ଯାଇ କଟାମୁଣ୍ଡ ଦେଖାଇଛନ୍ତି ଅଭିଯୁକ୍ତ । ରହସ୍ୟ ଉନ୍ମୋଚନ ପାଇଁ ୨ ଅଭିଯୁକ୍ତଙ୍କୁ ସ୍ପଟକୁ ନେଇଥିଲା ପୋଲିସ । ତେବେ ମୃତ ମହିଳାଙ୍କ ନାଁ ପୁଷ୍ପଲତା ଓ ତାଙ୍କ ଘର ଗଞ୍ଜାମରେ ବୋଲି ଜଣାପଡିଛି । ଏନେଇ ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ।

ଗତ ୪ ତାରିଖ ଦିନ ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା ।

Get real time updates directly on you device, subscribe now.