fbpx

ବାୟୁସେନାରେ ସାମିଲ ହେବେ ମହିଳା ‘ଅଗ୍ନିବୀର’: ଭି.ଆର୍.ଚୌଧୁରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, : ବାୟୁସେନାର ୯୦ ବର୍ଷ ପୂର୍ତ୍ତି ଅବସରରେ ଚଣ୍ଡିଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍.ଚୌଧୁରୀ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ବର୍ଷରୁ ମହିଳା ଅଗ୍ନିବୀରଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଭିତ୍ତିଭୂମି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ମାର୍ଶାଲ ଚୌଧୁରୀ କହିଥିଲେ ଯେ, ଅଗ୍ନିପଥ ଯୋଜନା ମାଧ୍ୟମରେ ବାୟୁଯୋଦ୍ଧାଙ୍କୁ ବାୟୁସେନାରେ ସାମିଲ କରାଇବା ଆମ ପାଇଁ ଏକ ବଡ଼ ଆହ୍ୱାନ । ସେ କହିଥିଲେ, ଆମେ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’ ଉପରେ ପ୍ରତିବଦ୍ଧତା ସହ ଆଗକୁ ବଢୁଛୁ । ଆସନ୍ତା ବର୍ଷ ସୁଦ୍ଧା ମହିଳା ଅଗ୍ନିବୀରଙ୍କୁ ବାୟୁସେନାରେ ଭର୍ତ୍ତି କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛୁ ।

ତେବେ ୯୦ତମ ବାୟୁସେନା ଦିବସରେ ଦମ୍ ଦେଖାଇଛି ବାୟୁସେନା । ଚଣ୍ଡିଗଡ଼ରେ ଆୟୋଜିତ ଏୟାର ଶୋ’ରେ ସାରା ବିଶ୍ୱ ଦେଖିଲା ଭାରତୀୟ ବାୟୁ ବୀରଙ୍କ ପରାକ୍ରମ । ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଆକାଶରେ ବାୟୁ ବୀର ଦେଖାଇଛନ୍ତି ନାନା କୌଶଳ । ଚଣ୍ଡିଗଡ଼ର ସୁକନା ଲେକ୍ରେ ବିଶାଳ ହ୍ରଦର ସୁନୀଳ ଜଳରାଶିରେ ଫ୍ଲାଏପାଷ୍ଟ କରିଥିଲେ ବାୟୁସେନାର ୮୩ଟି ଏୟାର କ୍ରାଫ୍ଟ । ତେବେ ପ୍ରଥମ ଥର ପାଇଁ ବାୟୁସେନାର ପ୍ରତିଷ୍ଠା ଦିବସ ହିଣ୍ଡନ ବାୟୁସେନା ଘାଟି ବାହାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଫେଲ, ସୁଖୋଇ୩୯, ହକ୍-୧୩୨ର ଗ୍ଲୋବ ଫର୍ମେସନ, ତେଜସର ଟ୍ରାନ୍ସଫର୍ମର ଫର୍ମେସନ, ସୂର୍ଯ୍ୟକିରଣ ଏରୋବେଟିକ, ଆକାଶଗଙ୍ଗା ଓ ପାରାଟ୍ରୁପଙ୍କ କରିସ୍ମା ଦେଖିବାକୁ ମିଳିଥିଲା । ଏହି ଏୟାର ଶୋ’ ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ନବନିଯୁକ୍ତ ସିଡିଏସ୍ ଜେନେରାଲ ଅନିଲ ଚୌହ୍ୱାନ ।

Get real time updates directly on you device, subscribe now.