fbpx

FIR ପରେ ମହିଳା କୁସ୍ତିଯୋଦ୍ଧା ହଟହଟ୍ଟା ; ଜନ୍ତରମନ୍ତର ରୁ କଟିଲା ବିଦ୍ୟୁତ୍ ଓ ପାଣି ସଂଯୋଗ

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ପରେ ଦିଲ୍ଲୀ ପୋଲିସ ଧାରଣାରେ ମହିଳା କୁସ୍ତିଯୋଦ୍ଧାଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଧାରଣାସ୍ଥଳରୁ ସେମାନଙ୍କୁ ହଟାଇବା ପାଇଁ ଜନ୍ତରମନ୍ତରରୁ ବିଦ୍ୟୁତ୍ ଓ ପାଣି ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିବା ଅଭିଯୋଗ ହୋଇଛି । ଏହା ସେମାନଙ୍କ ବିରୋଧରେ ଏକ ବଡ ଷଡଯନ୍ତ୍ର ବୋଲି ମହିଳା ରେସଲରଙ୍କ ସହ ସହ ଦିଲ୍ଲୀର ଜନ୍ତର ମନ୍ତରରେ ବସିଥିବା ବଜରଙ୍ଗ ପୁନିଆ ଅଭିଯୋଗ କରିଛନ୍ତି ।

ବଜରଙ୍ଗ ପୁନିୟା କହିଛନ୍ତି ଯେ ପୋଲିସ ପ୍ରଶାସନ ଏଠାରେ ପାନୀୟ ଜଳ , ଖାଦ୍ୟ ଆଣିବାକୁ ଅନୁମତି ଦିଆଯାଉ ନାହିଁ ଏବଂ ସେମାନେ ଏଠାରେ ବିଦ୍ୟୁତ କାଟ ମଧ୍ୟ କରିଛନ୍ତି। ଆମେ କିଛି ସାମଗ୍ରୀ ଅର୍ଡର କରିଥିଲୁ, କିନ୍ତୁ ସେମାନେ ଏହାକୁ ମଧ୍ୟ ଏଠାକୁ ଆଣିବାକୁ ଅନୁମତି ଦେଉ ନାହାଁନ୍ତି ଏବଂ ସାମଗ୍ରୀ ବାହାରକୁ ଆଣିଥିବା ବ୍ୟକ୍ତିଙ୍କୁ ଗୋଡ଼ାଉଛନ୍ତି। କାହାକୁ କୌଣସି ସାମଗ୍ରୀ ଭିତରକୁ ଆଣିବାକୁ ଅନୁମତି ନାହିଁ ।ପୋଲିସ ଆମ ସହିତ ଏପରି ଆଚରଣ କରୁଛି । ସେମାନେ କହୁଛନ୍ତି ଯଦି ତୁମେ ବିରୋଧ କରିବାକୁ ଚାହୁଁଛ ତେବେ ରାସ୍ତାରେ ଶୋଇ ରୁହ । ଆଜି ସେମାନଙ୍କ ଉପରେ କି ପ୍ରକାର ଚାପ ଆସିଛି, ପୂର୍ବରୁ ଏପରି ଅସୁବିଧା ନଥିଲା ।

ରେସଲର ବଜରଙ୍ଗ ପୁନିଆ ଆହୁରି କହିଛନ୍ତି ଯେ କେବଳ ସୁପ୍ରିମକୋର୍ଟଙ୍କ ଚାପରେ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଯେପର‌୍ୟ୍ୟନ୍ତ ନ୍ୟାୟ ପ୍ରଦାନ ନହୁଏ, ପୋଲିସ ପ୍ରଶାସନ ଆମକୁ ଯେତେ ନିର୍ଯାତନା ଦେଉନା କାହିଁକି ଆମେ ଏଠାରେ ରହିବୁ।

ସୂଚନାଯୋଗ୍ୟ, ଶନିବାର ସକାଳେ ପ୍ରିୟଙ୍କା ଗାନ୍ଧୀ କୁସ୍ତିଯୋଦ୍ଧାମାନଙ୍କ ସମର୍ଥନରେ ଜନ୍ତର ମନ୍ତରରେ ପହଞ୍ଚିଥିଲେ। ଖେଳାଳିମାନେ ପ୍ରିୟଙ୍କାଙ୍କୁ ସେମାନଙ୍କ ସମସ୍ୟା ବିଷୟରେ କହିଥିଲେ। ପ୍ରିୟଙ୍କା ତାଙ୍କ ସମସ୍ୟାକୁ ଦୀର୍ଘ ସମୟ ଧରି ଶୁଣିଲେ।

Get real time updates directly on you device, subscribe now.