fbpx
BSKY SKY
BSKY SKY

ତାଇୱାନ ଚୀନ ବିବାଦ: କ’ଣ କହିଲା ତାଇୱାନ

BSKY

ତାଇପେଇ: ରୋକ ଠୋକ ମନା କରି ଦେଲା ତାଇୱାନ । କହିଲା ପଛଘୁଞ୍ଚା ଦେବୁ ନାହିଁ । ଆଜି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧିର ବାଚସ୍ପତି ନେନସି ପିଲୋସିଙ୍କୁ ଆତିଥ୍ୟ ପ୍ରଦାନ କରୁଥିବା ବେଳେ ଚୀନ ଉଦ୍ଦେଶ୍ୟରେ କଡା ଜବାବ ରଖିଛନ୍ତି ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ –ୱେନ । ସାଇ ଇଙ୍ଗ –ୱେନ କହିଛନ୍ତି କିଛି ବି ପରିସ୍ଥିିତିରେ ଆମେ ପଛ ଘୁଞ୍ଚା ଦେବୁ ନାହିଁ କିମ୍ବା ଆତ୍ମ ସର୍ମପଣ କରିବୁ ନାହିଁ ।
ପିଲୋସିଙ୍କ ତାଇୱାନ ଗସ୍ତରେ କ୍ଷୁବ୍ଧ ହେଉଛି ଚାଇନା । ତାଇୱାନ ଗସ୍ତ ନକରିବା ପାଇଁ ଚୀନ ପିଲୋସିଙ୍କୁ ସତର୍କ ମଧ୍ୟ ଦେଇଥିଲା । ତେବେ ପିଲୋସିଙ୍କ ଗସ୍ତପରେ ଚୀନ କ୍ରୋଧଭର ହୋଇ ତାଇୱାନ ଉପରେ ଏହାର ରାଜ ଗ ସୁଝାଉଛି । ପ୍ରତିଶୋଧ ନିଆଁରେ ଜଳୁଥିବା ଚୀନ ତାଇୱାନ ଦ୍ୱୀପର ଚାରିପଟେ ସାମରିକ ଡ୍ରିଲ ଘୋଷଣା କରିଛି ।

ତେବେ ଭୀଷଣ ସାମରିକ ବିପତ୍ତିର ସମ୍ମୁଖୀନ ହେଉଥିବା ଜାଣି ମଧ୍ୟ ତାଇୱାନ ଆତ୍ମସର୍ମପଣ କରିବ ନାହିଁ ବୋଲି କହିଛି । ଏହାସହିତ ଗଣତନ୍ତ୍ର ପାଇଁ ପ୍ରତି ରକ୍ଷା ପଥରେ ଆଗେଇ ଚାଲିବୁ ବୋଲି ତାଇପେଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଇ ଏହି ସୂଚନା ଦେଇଛନ୍ତି ।
ପିଲୋସି ମଧ୍ୟ ସାଇଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି । ସଙ୍କଟାପୂର୍ଣ୍ଣ ସମୟରେ ଏହି ସାଇ ତାଙ୍କ ସହିତ ଛିଡା ହୋଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାମୁତାବକ ଚୀନ ତାଇୱାନକୁ ବିଶ୍ୱ ଦରବାରରେ ଅଲଗା କରିବାକୁ ଚେଷ୍ଟା କରୁଛି । ଏବଂ ତାଇପେଇ ସହିତ ସରକାରୀସ୍ତରରେ ଆଦାନପ୍ରଦାନ ଚଳାଇ ଥିବା ଦେଶମାନଙ୍କୁ ବିରୋଧ କରୁଛି । ସେପଟେ ପେଲୋସି କହିଛନ୍ତି ଗୋଟିଏ ଦେଶରେ ଦୁଇଟି ଶାସନ ବ୍ୟବସ୍ଥା ଚାଲେ ନାହିଁ ତେଣୁ ଯାହା ବର୍ତ୍ତମାନ ଘଟୁଛି ତାହା ସମ୍ପୁର୍ଣ୍ଣ ଭାବରେ ଭୂଲ ଅଟେ ଏବଂ ଏହା ଗଣତନ୍ତ୍ରର ବିରୋଧ ରେ ବୋଲି ସେ ସୂଚନାଦେଇଛନ୍ତି ।

Get real time updates directly on you device, subscribe now.