fbpx

ମାସେ ପର୍ଯ୍ୟନ୍ତ ସୁଡ଼ଙ୍ଗରୁ ବାହାରି ପାରିବେନି ଶ୍ରମିକ! ବିଦେଶୀ Expert କଲେ ବଡ଼ ଖୁଲାସା

ଉତ୍ତରକାଶୀ: ସାରା ଦେଶରେ ବର୍ତ୍ତମାନ ଉତ୍ତରକାଶୀ ଟନେଲକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ସାରା ଭାରତ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି । କିନ୍ତୁ ବର୍ତ୍ତମାନ ଅଗର ମେସିନ୍ ଭାଙ୍ଗିଯିବାରୁ ପୁଣିଥରେ ଖନନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏହାଭିତରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣେ ଏକ୍ସପର୍ଟ ଦେଇଛନ୍ତି ଭୟଙ୍କର ବୟାନ । ସମସ୍ତ ଶ୍ରମିକଙ୍କ ଉଦ୍ଧାରକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ଆହୁରି ମାସେ କିମ୍ବା ତା’ଠାରୁ ଅଧିକ ସମୟ ଲାଗିପାରେ ବୋଲି କହିଛନ୍ତି ଏକ୍ସପର୍ଟ ।

ଘଣ୍ଟା-କଣ୍ଟା ସହ ତାଳ ଦେଇ ଚାଲି ପାରୁନି ଟନେଲରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ରେସ୍କ୍ୟୁ ଟିମ୍ ପାଇଁ ପାଦେ ପାଦେରେ ବିପଦ ଏବଂ ବାଧା ଲାଗି ରହିଛି । ତେଣୁ ଧିରେ ଧିରେ ସେମାନଙ୍କ ଉଦ୍ଧାର ନେଇ ମଧ୍ୟ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି । ଏହାଭିତରେ ଆମେରିକାର ଜଣେ ଏକ୍ସପର୍ଟ ଆର୍ନୋଲ୍ଡ ଡିକ୍ସ କହିଛନ୍ତି ଯେ, “ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକ ଆସନ୍ତା ମାସେ ପର୍ଯ୍ୟନ୍ତ ବାହାରକୁ ବାହାରି ପାରିବେ ନାହିଁ । ଆସନ୍ତା ଖ୍ରୀଷ୍ଟମାସ ବା ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଶ୍ରମିକ ଟନେଲ ଭିତରୁ ବାହାରିବା ହୁଏତ ସମ୍ଭବ ହୋଇନପାରେ ।”

अमेरिकी विशेषज्ञ अरनॉल्ड डिक्स ने क्रिसमस की डेडलाइन दी है

ଏହାସହିତ ସେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟରେ ଅଚାନକ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ । କାରଣ ଏହା ଖୁବ ମହଙ୍ଗା ପଡ଼ିପାରେ । ତେଣୁ ସମସ୍ତଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ହେଲେ ସୁସ୍ଥ ମସ୍ତିଷ୍କରେ ଚିନ୍ତା କରି ନିଷ୍ପତ୍ତି ନେବାକୁ ପଡ଼ିବ । କିନ୍ତୁ ଉଦ୍ଦାର କାର୍ଯ୍ୟରେ ଅନେକ ବାଧା, ଅନେକ ସମସ୍ୟା ଦେଖାଦେବା ସହ ଅଧିକ ସମୟ ଲାଗିବା ସ୍ୱାଭାବିକ । ତେବେ ଏକ୍ସପର୍ଟଙ୍କ ଏହି ବୟାନ ଶୁଣିବା ପରେ ଚିନ୍ତାରେ ପଡ଼ି ଯାଇଛନ୍ତି ଶ୍ରମିକଙ୍କ ପରିବାର । ଖନନ କାର୍ଯ୍ୟରେ ବାରମ୍ବାର ବାଧା ଉପୁଜିବା ସହ ପ୍ରତି ମୁହୂର୍ତ୍ତରେ ଉଦ୍ଧାରକାରୀ ଦଳର ବୟାନ ପରିବର୍ତ୍ତନ ପରେ ଏକ୍ସପର୍ଟଙ୍କ ଏହି ବୟାନ ସେମାନଙ୍କୁ ବ୍ୟଥିତ କରି ପକାଇଛି ।

उत्तराखंड के मुख्यमंत्री पुष्कर सिंह धामी ने सिल्क्यारा सुरंग में चल रहे रेस्क्यू ऑपरेशन का जायजा लिया.

ତେବେ ଟନେଲ ନିକଟରୁ ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ, ସୁଡ଼ଙ୍ଗ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଧିକ ସମୟ ଲାଗିପାରେ । କାରଣ ସମସ୍ୟା ଏବେ ବି ଲାଗି ରହିଛି । ‘ଅଗର’ ମେସିନ ଭାଙ୍ଗିଯିବା ପରେ ରେସ୍କ୍ୟୁ ଟିମ୍ ମଧ୍ୟ ନିରାଶା ହୋଇଯାଇଛି । ତେଣୁ ଖନନ ପ୍ରକ୍ରିୟାରେ ଏବେ କୌଣସି ମେସିନର ବ୍ୟବହାର ନ କରି ହାତରେ ଖୋଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅଧିକାରୀ ।

Get real time updates directly on you device, subscribe now.